Pakistani LeT commander Yasir : ପହଲଗାମ୍ ଆକ୍ରମଣକାରୀ ଲସ୍କର କମାଣ୍ଡର ୟାସିର ନିହତ

Sep 05, 2026 - 16:39
Pakistani LeT commander Yasir : ପହଲଗାମ୍ ଆକ୍ରମଣକାରୀ ଲସ୍କର କମାଣ୍ଡର ୟାସିର ନିହତ

"ଶ୍ରୀନଗର: ୨୦୨୫ ପହଲଗାମ୍ ନୃଶଂସ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ପ୍ରମୁଖ ସହଯୋଗୀ ତଥା ପାକିସ୍ତାନୀ ଲସ୍କର-ଏ-ତୋଇବା (ଏଲଇଟି) କମାଣ୍ଡର ୟାସିର ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି।

ଶନିବାର ଜାମ୍ମୁ-କାଶ୍ମୀରର ବଡ଼ଗାମ୍ ଜିଲ୍ଲାସ୍ଥିତ ୟୁସମାର୍ଗର ଉଚ୍ଚ ପାହାଡ଼ିଆ ଜଙ୍ଗଲି ଅଞ୍ଚଳରେ ଚାଲିଥିବା ମିଳିତ ସେନା ଅପରେସନରେ ସୁରକ୍ଷା ବଳକୁ ଏହି ବଡ଼ ସଫଳତା ମିଳିଛି।

ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ବାହିନୀ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଆକ୍ରମଣ କରିଥିଲେ।Advertisment ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିହତ ୟାସିର ପହଲଗାମ୍ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ସୁଲେମାନ୍ ମୁସା (ହାସିମ୍ ମୁସା) ଗ୍ରୁପର ଅତ୍ୟନ୍ତ ସକ୍ରିୟ କ୍ୟାଡର ଥିଲା।

ପହଲଗାମ୍ ଆକ୍ରମଣ ପରେ ସେ ମୁସା ଗ୍ରୁପରୁ ଅଲଗା ହୋଇ ଗୋଟିଏ ବର୍ଷ ହେବ ୟୁସମାର୍ଗ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ନେଟୱର୍କ ଗଢ଼ି ଲସ୍କରର ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ କରୁଥିଲା।

ସୂଚନାଯୋଗ୍ୟ ଯେ, ପହଲଗାମ୍ ଆକ୍ରମଣର କିଛି ମାସ ପରେ ଭାରତୀୟ ସେନା "ଅପରେସନ୍ ମହାଦେବ" ଜରିଆରେ ଶ୍ରୀନଗରର ଦାଚିଗାମ୍ ଜଙ୍ଗଲରେ ସୁଲେମାନ୍ ମୁସାକୁ ନିପାତ କରିଥିଲେ।

ମୁସା ସହ ଗଭୀର ସମ୍ପର୍କ ଥିବାରୁ ୟାସିରର ଗତିବିଧି ଉପରେ ଏଜେନ୍ସିଗୁଡ଼ିକ କ୍ରମାଗତ ନଜର ରଖିଥିଲେ।

ୟାସିରର ମୃତ୍ୟୁ ପରେ ବର୍ତ୍ତମାନ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି।

ନିକଟରେ ହୋଇଥିବା ଅନ୍ୟ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ, ଯୋଜନା କିମ୍ବା ଆଶ୍ରୟ ସ୍ଥଳ ଯୋଗାଣରେ ୟାସିରର ଭାଗିଦାରୀ ଥିଲା କି ନାହିଁ, ସେ ନେଇ ତଦନ୍ତ ସହ ତାଙ୍କର ସହଯୋଗୀ ନେଟୱର୍କକୁ ଖୋଜିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)