Pakistan-occupied Kashmir : ପିଓକେରେ ବ୍ୟାପକ ବିଦ୍ରୋହ: ସେନା ସହ ସଂଘର୍ଷରେ ୫୩ ମୃତ
"ଇସଲାମାବାଦ: ପିଓକେ (ପାକ୍ ଅଧିକୃତ କାଶ୍ମୀର) ରେ ପାକିସ୍ତାନ ଓ ଚୀନର ଅବୈଧ ଦଖଲ ବିରୋଧରେ ଏକ ଐତିହାସିକ ତଥା ବିଶାଳ ଜନ ଆନ୍ଦୋଳନ ଆରମ୍ଭ ହୋଇଛି।
ଆୱାମୀ ଆକ୍ସନ କମିଟିର ନେତୃତ୍ୱରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରଦର୍ଶନ କରାଯାଉଛି।
ଆନ୍ଦୋଳନକାରୀମାନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରି ଖୋଲାଖୋଲି ନାରାବାଜି କରୁଛନ୍ତି।
୧୯୪୭ ମସିହାରେ ଆଦିବାସୀ ଆକ୍ରମଣକାରୀଙ୍କ ଦ୍ୱାରା ଏହି ଜମିକୁ ବେଆଇନ ଭାବେ ଦଖଲ କରାଯାଇଥିବା କଥାକୁ ଆୱାମୀ ଆକ୍ସନ କମିଟି ପୁଣି ଥରେ ଦୋହରାଇଛି।
ଏହି ପ୍ରତିବାଦରେ ପ୍ରଥମ ଥର ପାଇଁ ଗିଲଗିଟ୍-ବାଲ୍ଟିସ୍ତାନ, ଲଦାଖ ଏବଂ ଜମ୍ମୁର ଲୋକମାନେ ଏକାଠି ହୋଇ ଏକଜୁଟତା ପ୍ରଦର୍ଶନ କରିଛନ୍ତି।
ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏହି ହିଂସାତ୍ମକ ସଂଘର୍ଷରେ ଏପର୍ଯ୍ୟନ୍ତ ୫୩ ଜଣ ପ୍ରାଣ ହରାଇଥିଲେ ମଧ୍ୟ ରାୱାଲାକୋଟ୍ ସମେତ ବିଭିନ୍ନ ଅଞ୍ଚଳର ଲୋକମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି।Advertisment ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ:୫ ଯବାନ ସହିଦ ପାକିସ୍ତାନୀ ସେନାର ନିଷ୍ଠୁର ଶାସନ ଏବଂ ଅତ୍ୟାଚାର ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଏବେ ଏକ ପୂର୍ଣ୍ଣାଙ୍ଗ ବିଦ୍ରୋହର ରୂପ ନେଇଛି।
ତେବେ ଆନ୍ଦୋଳନର ରଣନୀତିକୁ ନେଇ ଆୱାମୀ ଆକ୍ସନ କମିଟିର ଶୀର୍ଷ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି।
ଜଣେ ନେତା ସର୍ଦ୍ଦାର ଅମାନ ଖାନ ଏବଂ ଖୱାଜା ମେହରାନ ପାକିସ୍ତାନୀ ସେନା ବିରୁଦ୍ଧରେ ଶେଷ ପର୍ଯ୍ୟନ୍ତ ଆରପାର ଲଢ଼େଇ କରିବାକୁ ଘୋଷଣା କରିଥିବା ବେଳେ, ଅନ୍ୟପକ୍ଷରେ ଉମର ନାଜିର ଏବଂ ଶୌକତ ନୱାଜ ମୀର ଆଲୋଚନା ମାଧ୍ୟମରେ ସମସ୍ୟାର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି।
ପ୍ରଦର୍ଶନକାରୀମାନେ ପାକିସ୍ତାନ ସରକାରଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି ରଖି ମୁହାଁମୁହିଁ ସ୍ଥିତିରେ ଅଛନ୍ତି।
ପ୍ରଥମ ଦାବି ଅନୁଯାୟୀ ପିଓକେ ମଧ୍ୟରେ ଥିବା ୧୨ଟି ତଥାକଥିତ ଶରଣାର୍ଥୀ ଶିବିରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ, ଯାହାକୁ ସ୍ଥାନୀୟ ଜନସାଧାରଣ ଦୀର୍ଘ ଦିନରୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି।
ଦ୍ୱିତୀୟ ଦାବି ଅନୁଯାୟୀ ପିଓକେର ନିର୍ବାଚିତ ନେତାମାନଙ୍କ ଶପଥ ଗ୍ରହଣ ଫର୍ମାଟରେ ପରିବର୍ତ୍ତନ କରାଯାଉ, ଯେଉଁଠି ନେତାମାନେ ପାକିସ୍ତାନ ପ୍ରତି ଆନୁଗତ୍ୟ ପ୍ରକାଶ ନକରି, ମୂଳ ଜମ୍ମୁ ଓ କାଶ୍ମୀରର ଏକତା ପ୍ରତି ପ୍ରତିବଦ୍ଧତା ରଖି ଶପଥ ନେବେ।
ପ୍ରତିବାଦକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପିଓକେ କେବେ ମଧ୍ୟ ପାକିସ୍ତାନର ଅଂଶ ହୋଇନାହିଁ କିମ୍ବା କେବେ ହେବ ନାହିଁ।
କାଶ୍ମୀରରେ ଗୋଟିଏ ବି ଜୀବନ ହାନି ହେଲେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
୫୩ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ଆନ୍ଦୋଳନ କମିବା ବଦଳରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।