Pakistan Minister visited India: ଭାରତରେ ପାକ୍ ମନ୍ତ୍ରୀ, ପୂର୍ବରୁ ସିନ୍ଧୁ ଜଳ ଚୁକ୍ତିକୁ ନେଇ ହାତ କାଟିବାକୁ ଦେଇଥିଲେ ଧମକ
ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଏସସିଓ ସିଭିଲାଇଜେସନ ଡାଇଲଗ।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ।
ଏହି ସମ୍ମିଳନୀରେ ୧୫ଟି ଦେଶର ପ୍ରତିନିଧି ଯୋଗଦେବେ।
ତେବେ ଏହି କାର୍ଯ୍ୟକ୍ରମକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଭାରତ ଗସ୍ତ।
Advertisment ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମନ୍ୱୟ ମନ୍ତ୍ରୀ ଡକ୍ଟର ମୁସାଦିକ ମସୁଦ ମଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି।
ନଭେମ୍ବର ୨୦ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ପ୍ରଥମ ଏସସିଓ ସିଭିଲାଇଜେସନ ଡାଇଲଗ ମଞ୍ଚରେ ସେ ପାକିସ୍ତାନୀ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ।
ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିଲେ ପାକ୍ ମନ୍ତ୍ରୀ ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି।
ଏହା ପୂର୍ବରୁ ୨୦୨୩ ମସିହାରେ ଏସସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାକୁ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଗୋଆ ଆସିଥିଲେ।
Advertisment ବିଶେଷ କଥା ହେଉଛି, ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ମଲିକ ପୂର୍ବରୁ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ବିରୋଧରେ କଠୋର ମନ୍ତବ୍ୟ ଦେଇଥିଲେ।
ଏପରିକି ହାତ କାଟିଦେବା ଭଳି ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି।
ଅନ୍ୟପଟେ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି।
ପାକିସ୍ତାନ ଭାରତରେ ଆତଙ୍କବାଦକୁ ସମର୍ଥନ ଓ ପ୍ରୋତ୍ସାହନ ଦେଉଥିବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆମେରିକାର ଏକ କାର୍ଯ୍ୟକ୍ରମରେ ଜଣେ ପାକିସ୍ତାନୀ ବ୍ୟକ୍ତି ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଦୋଷାରୋପ ବନ୍ଦ କରି ମିଳିତ ଭାବେ କାମ କରିବାର କୌଣସି ସୁଯୋଗ ରହିଛି କି?
ଏହାର ଉତ୍ତରରେ ରାହୁଲ କହିଥିଲେ, ଏହାର ସୁଯୋଗ ନିଶ୍ଚିତ ରହିଛି।
କିନ୍ତୁ ଏକ ବଡ଼ ସମସ୍ୟା ହେଉଛି ପାକିସ୍ତାନ ଆମ ଦେଶରେ ଆତଙ୍କବାଦକୁ ସମର୍ଥନ ଓ ପ୍ରୋତ୍ସାହନ ଦେଉଛି।
ଏହା ଆଦୌ ଗ୍ରହଣୀୟ ନୁହେଁ।
ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ, ନିରୀହ ଲୋକଙ୍କ ହତ୍ୟା ହେଉଥିବା ସମୟରେ ପାକିସ୍ତାନ ସହ ଆଲୋଚନା କରିବା ଭାରତ ପାଇଁ ସମ୍ଭବ ନୁହେଁ।
ପାକିସ୍ତାନ ଯେଉଁ ମୁହୂର୍ତ୍ତରୁ ଆତଙ୍କବାଦକୁ ସମର୍ଥନ ବନ୍ଦ କରିବ, ସେହି ମୁହୂର୍ତ୍ତରୁ ଆଲୋଚନାର ସମ୍ଭାବନା ସୃଷ୍ଟି ହୋଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
