Pakistan captain Fatima Sana: ଟ୍ବେଣ୍ଟି-୨୦ରେ ପ୍ରେମାଙ୍କ ନୂଆ ବିଶ୍ବ ରେକର୍ଡ
ପୁଣେ: ଭାରତୀୟ ସ୍ପିନର ପ୍ରେମା ରାୱତ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ରେ ନୂଆ ବିଶ୍ବ ରେକର୍ଡ କରି ପାକିସ୍ତାନ ବ୍ୟାଟର୍ଙ୍କୁ ପଛରେ ପକାଇ ଦେଇଛନ୍ତି।
ସଂପ୍ରତି ଚାଲିଥିବା ଭାରତର ଘରୋଇ ପ୍ରତିଯୋଗିତା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଟ୍ରଫି ଏଲିଟ୍ ମ୍ୟାଚ୍ରେ ହାଇଦ୍ରାବାଦ ବିପକ୍ଷରେ ଉତ୍ତରାଖଣ୍ଡରୁ ଖେଳୁଥିବା ୨୪ ବର୍ଷୀୟ ପ୍ରେମା ୧୪ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।
ଏଥିସହ ସେ ପାକିସ୍ତାନ ଅଧିନାୟକ ଫତିମା ସାନା (୧୫ ବଲ୍)ଙ୍କ ନାଁରେ ଥିବା ଦ୍ରୁତତମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ରେକର୍ଡକୁ ଭାଙ୍ଗିଛନ୍ତି।
ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହି ରେକର୍ଡ ଫତିମା ନାଁରେ କିନ୍ତୁ ଅତୁଟ ରହିଛି।
Advertisment ପ୍ରେମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଫତିମା ଚଳିତ ବର୍ଷ ମେ ମାସରେ କରାଚିରେ ଜିମ୍ବାୱେ ବିପକ୍ଷରେ ଏହି ରେକର୍ଡ କରିଥିଲେ।
ପୂର୍ବରୁ ଅନ୍ତର୍ଜାତୀୟରେ ୧୮ ବଲ୍ରେ ଅର୍ଦ୍ଧଶତକ ରେକର୍ଡ ଯୁଗ୍ମଭାବେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍, ଅଷ୍ଟ୍ରେଲିଆର ଫୋଏବେ ଲିଚ୍ଫିଲ୍ଡ ଓ ଭାରତର ରିଚା ଘୋଷଙ୍କ ନାଁରେ ଥିଲା।
ପ୍ରେମାଙ୍କ ଏହି ୧୪ ବଲ୍ରୁ ଅପରାଜିତ ୫୦ ରନ୍ରେ ୬ ଚୌକା ଓ ୪ ଛକା ସାମିଲ ଥିଲା।
୩୫୭.୧୪ ଷ୍ଟ୍ରାଇକ୍ରେଟ୍ରେ ରନ୍ ସଂଗ୍ରହ କରିବା ସହ ୧୨ ରନ୍ରେ ୨ ୱିକେଟ୍ ନେଇଥିବା ପ୍ରେମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ନେପାଳରେ ବଡ଼ ଦୁର୍ଘଟଣା: ଅବତରଣ ସମୟରେ ୨ ହେଲିକପ୍ଟର ଧକ୍କା, ଭାରତୀୟ ନାଗରିକଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
