Taekwondo: ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ୱାସିଫୁଲ୍ଲା-ଅନନ୍ୟା

Nov 03, 2026 - 15:56
Taekwondo: ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ୱାସିଫୁଲ୍ଲା-ଅନନ୍ୟା

କଟକ : ୩୯ତମ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍ ୨୦୨୬ରେ ନେତାଜୀ ତାଇକୋଣ୍ଡୋ ଏକାଡେମୀର ଦୁଇ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି କେବଳ ଏକାଡେମୀ ନୁହେଁ, ସମଗ୍ର କଟକ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

Advertisment କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ୍‌ରେ ଅକ୍ଟୋବର ୩୦ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ପୁମ୍ସେ ପେୟାର (Poomsae Pair) ବିଭାଗରେ ଏକାଡେମୀର ଏସ୍‌.କେ.

ୱାସିଫୁଲ୍ଲା ଓ ଅନନ୍ୟା ସ୍ୱାଇଁ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହି ସଫଳତା ସହ ଉଭୟ ଖେଳାଳି ଆଗାମୀ ଜାତୀୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍‌ରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି।

ଜାତୀୟ ପ୍ରତିଯୋଗିତାର ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

ଏହି ସଫଳତା ପଛରେ ପ୍ରଶିକ୍ଷକ ସୁଭାଙ୍ଗିନୀ ନାୟକ ଓ ବିଶ୍ୱଜିତ ନାୟକଙ୍କ ନିରନ୍ତର ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ପରିଶ୍ରମ ରହିଛି।

ଖେଳାଳିଦ୍ୱୟଙ୍କ ଏହି କୃତିତ୍ୱ ପାଇଁ ଏକାଡେମୀ ପକ୍ଷରୁ ଉଭୟଙ୍କୁ ଅଭିନନ୍ଦନ ଜଣାଯାଇଛି।

ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରାଯାଇଛି।

ମହିଳାଙ୍କୁ ଘରେ ପୂରାଇ ହାତଗୋଡ଼ ବାନ୍ଧି ୬ ଘଣ୍ଟା ଦୁଷ୍କର୍ମ କରିବା ପରେ ଗିରଫ ହେଲେ ଜାମିନରେ ଆସିଥିବା ତାଇକୋଣ୍ଡୋ ଶିକ୍ଷକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)