Pakistan Actress: ଭାରତୀୟ ଦେଶଭକ୍ତି ଗୀତରେ ଉଡ଼ିଲା ପାକିସ୍ତାନୀ ପତାକା!

Aug 17, 2026 - 15:20
Pakistan Actress: ଭାରତୀୟ ଦେଶଭକ୍ତି ଗୀତରେ ଉଡ଼ିଲା ପାକିସ୍ତାନୀ ପତାକା!

"ନୂଆଦିଲ୍ଲୀ: ଭାରତୀୟ ଦେଶଭକ୍ତି ଗୀତ ବାଜୁଛି...

ଆଉ ସେହି ଗୀତର ତାଳେ ତାଳେ ଲହରାଉଛି ପାକିସ୍ତାନୀ ପତାକା !

ଦୃଶ୍ୟଟି ଦେଖିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କିଛି ପାକିସ୍ତାନୀ ଅଭିନେତ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାବେ ଭାଇରାଲ୍ ହେଉଛି।

ଭିଡିଓରେ ପାକିସ୍ତାନୀ ପତାକା ହାତରେ ଧରି ଅଭିନେତ୍ରୀମାନେ ଉତ୍ସବ ପାଳନ କରୁଥିବା ବେଳେ ପଛରେ ବାଜୁଛି ଭାରତୀୟ ଦେଶଭକ୍ତି ଗୀତ।

ଆଉ ଏହାକୁ ନେଇ ଉଭୟ ଦେଶର ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଟ୍ରୋଲିଂ।

ପାକିସ୍ତାନରେ ପ୍ରତିବର୍ଷ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ବା "ୟୌମ୍-ଏ-ଆଜାଦି" ପାଳନ କରାଯାଏ।

ଏହି ଦିନ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶପ୍ରେମର ରଙ୍ଗରେ ରଙ୍ଗିଯାଆନ୍ତି।

କିନ୍ତୁ ଏଥର କିଛି ପାକିସ୍ତାନୀ ଅଭିନେତ୍ରୀଙ୍କ ଏକ ଭିଡିଓ ନୂଆ ବିବାଦ ସୃଷ୍ଟି କରିଛି ।

Advertisment Honor killing: ଇଟାଲୀରେ ପାକିସ୍ତାନୀ ଯୁବତୀଙ୍କୁ ଅନର କିଲିଂ: ପିତାମାତାଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ, ନ୍ୟାୟର ଏକ ଯନ୍ତ୍ରଣାଦାୟକ କାହାଣୀର ଶେଷ ବୋଲି କହିଲେ ମେଲୋନି ଭାଇରାଲ୍ ଭିଡିଓରେ ପାଞ୍ଚ ଜଣ ଅଭିନେତ୍ରୀ ପାକିସ୍ତାନୀ ପତାକା ଧରି ନାଚୁଥିବା ଦେଖାଯାଉଛି।

କିନ୍ତୁ ଭିଡିଓର ପଛରେ ଯେଉଁ ଗୀତ ବାଜୁଛି, ତାହା ହେଉଛି ଆଲିଆ ଭଟ୍ଟ ଅଭିନୀତ ବଲିଉଡ୍ ଫିଲ୍ମ "ରାଜି"ର ଲୋକପ୍ରିୟ ଗୀତ "ଏ ୱତନ, ୱତନ ମେରେ, ଆବାଦ୍ ରହେ ତୁ..."।

ଏହି ଗୀତଟି ଭାରତୀୟ ଦେଶଭକ୍ତି ଗୀତ ଭାବେ ବେଶ୍ ଲୋକପ୍ରିୟ।

ତେବେ ଏଠାରେ  କହିଦେଉଛି ଯେ,  ଏହା ଭାରତର ଜାତୀୟ ସଙ୍ଗୀତ ନୁହେଁ, ବରଂ ଏକ ଭାରତୀୟ ଚଳଚ୍ଚିତ୍ରର ଦେଶଭକ୍ତି ଗୀତ।

ତଥାପି ପାକିସ୍ତାନର ସ୍ୱାଧୀନତା ଦିବସ ଭଳି ଅବସରରେ ଏହି ଗୀତ ବ୍ୟବହାର ହେବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି।

ଭିଡିଓଟି ଭାଇରାଲ୍ ହେବା ପରେ ପାକିସ୍ତାନୀ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଆପତ୍ତି ଦେଖାଯାଇଛି।

ଅନ୍ୟପଟେ, ଭାରତୀୟ ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

କିଛି ୟୁଜର ଏହାକୁ ମଜାଦାର ଭୁଲ୍ ବୋଲି  କହିଛନ୍ତି ।

ତେବେ ଏହି ଭିଡିଓ ଜାଣିଶୁଣି ପ୍ରସ୍ତୁତ କରାଯାଇଥିଲା ନା ଗୀତ ଚୟନ କରିବା ବେଳେ ଭୁଲ୍ ହୋଇଥିଲା, ତାହା ସ୍ପଷ୍ଟ ନୁହେଁ ।

ଏବେ ଦେଖିବାର କଥା, ଏହି ଭାଇରାଲ୍ ଭିଡିଓକୁ ନେଇ ଅଭିନେତ୍ରୀମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସୁଛି କି ନାହିଁ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media