Pakistan: ପାକିସ୍ତାନର ତାଜମହଲ: ନିଜ ପତ୍ନୀଙ୍କ ପାଇଁ ଏହି ମହଲର ନିର୍ମାଣ କରିଥିଲେ ହିନ୍ଦୁ ବ୍ୟବସାୟୀ

Oct 30, 2026 - 13:09
Pakistan: ପାକିସ୍ତାନର ତାଜମହଲ: ନିଜ ପତ୍ନୀଙ୍କ ପାଇଁ ଏହି ମହଲର ନିର୍ମାଣ କରିଥିଲେ ହିନ୍ଦୁ ବ୍ୟବସାୟୀ

କରାଚୀ: ପାକିସ୍ତାନ ର ଆର୍ଥିକ ରାଜଧାନୀ କରାଚୀ ସହରରେ ରହିଛି ଏକ ଅତ୍ୟନ୍ତ ଭବ୍ୟ ଓ ଐତିହାସିକ କୋଠା, ଯାହାକୁ ସ୍ଥାନୀୟ ଲୋକେ 'ପାକିସ୍ତାନର ତାଜମହଲ' ବୋଲି ମଧ୍ୟ କହିଥାନ୍ତି।

ଏହି ପ୍ରାସାଦର ନାମ 'ମୋହଟ୍ଟା ପ୍ୟାଲେସ୍' (Mohatta Palace)।

ଏହାର ଇତିହାସ କେବଳ ଏକ କୋଠା ନିର୍ମାଣର କାହାଣୀ ନୁହେଁ, ବରଂ ଏହା ଏକ ପତିର ପତ୍ନୀ ପ୍ରତି ଅଗାଧ ପ୍ରେମ ଏବଂ ଅତୀତର ସମୃଦ୍ଧ ହିନ୍ଦୁ ଇତିହାସର ଏକ ମୂକସାକ୍ଷୀ।

Advertisment କିଏ ଏବଂ କାହିଁକି ନିର୍ମାଣ କରିଥିଲେ?

୧୯୨୭ ମସିହାରେ ମାରୱାଡ଼ ସମ୍ପ୍ରଦାୟର ଜଣେ ପ୍ରମୁଖ ହିନ୍ଦୁ ଶିଳ୍ପପତି ତଥା ବ୍ୟବସାୟୀ ରାଇ ବାହାଦୁର ସେଠ୍ ଶିବରତନ ଚନ୍ଦ୍ରରତନ ମୋହଟ୍ଟା ଏହି ବିଶାଳ ପ୍ରାସାଦର ନିର୍ମାଣ କରିଥିଲେ।

କୁହାଯାଏ ଯେ, ଶିବରତନ ମୋହଟ୍ଟାଙ୍କ ପତ୍ନୀ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଡାକ୍ତରମାନେ ତାଙ୍କୁ ସମୁଦ୍ର କୂଳବର୍ତ୍ତୀ ଖୋଲା ପରିବେଶରେ ରହିବାକୁ ପରାମର୍ଶ ଦେଇଥିଲେ।

ପତ୍ନୀଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କ ପ୍ରତି ଥିବା ଗଭୀର ଭଲପାଇବାକୁ ଦୃଷ୍ଟିରେ ରଖି ଶିବରତନ କରାଚୀର ପ୍ରସିଦ୍ଧ 'କ୍ଲିଫ୍ଟନ୍' ସମୁଦ୍ର କୂଳରେ ଏହି ମନୋହର ପ୍ରାସାଦ ନିର୍ମାଣ କରାଇଥିଲେ।

ଆହୁରି ପଢନ୍ତୁ: Ganjam: ଗଞ୍ଜାମରେ ବନ୍ୟା ସ୍ଥିତି: ଏୟାରଡ୍ରପ୍ ପାଇଁ ପ୍ରସ୍ତୁତି, ୪୫ ଓଡ୍ରାଫ୍ ଓ ୫୦ରୁ ଅଧିକ ଅଗ୍ନିଶମ ଟିମ୍ ମୁତୟନ ସ୍ଥାପତ୍ୟ ଏବଂ କାରୁକାର୍ଯ୍ୟର ଅଦ୍ଭୁତ ସଂଗମ ଏହି ପ୍ରାସାଦର ସ୍ଥାପତ୍ୟ କଳା ଅତ୍ୟନ୍ତ ଆକର୍ଷକ।

ଜୟପୁରରୁ ଅଣାଯାଇଥିବା ଗୋଲାପୀ ପଥର ଏବଂ ସ୍ଥାନୀୟ ଗିଜ୍ରି ଅଞ୍ଚଳର ହଳଦିଆ ପଥରକୁ ମିଶାଇ ଏହାକୁ ତିଆରି କରାଯାଇଥିଲା।

ଏହାର ଡିଜାଇନ୍ ପ୍ରସିଦ୍ଧ ସ୍ଥାପତି ଅହମଦ ହୁସେନ୍ ଆଘାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଏଥିରେ ରାଜସ୍ଥାନୀ ଏବଂ ଏଞ୍ଚୋ-ମୋଗଲ୍ ସ୍ଥାପତ୍ୟ ଶୈଳୀର ଚମତ୍କାର ଛାପ ଦେଖିବାକୁ ମିଳେ।

ଉଲ୍ଲେଖ ଥାଉ କି, ମୋହଟ୍ଟା ପରିବାର କରାଚୀର ସାମାଜିକ ଏବଂ ଆର୍ଥିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

ସେଠ୍ ଶିବରତନ କରାଚୀରେ ବଡ଼ ବଡ଼ ଲୁହା କାରଖାନା ଏବଂ ସିନ୍ଧ ଅଞ୍ଚଳରେ ଚିନି କଳ ପ୍ରତିଷ୍ଠା କରିଥିଲେ।

ଏପରିକି ଚିନି ପରିବହନ ପାଇଁ ସେମାନେ ନିଜସ୍ୱ ରେଳ ଧାରଣା ମଧ୍ୟ ବିଛାଇଥିଲେ।

ତାଙ୍କ ଭାଇ ଗୋପାଳ ଗୋରଧନ ଦାସ ମୋହଟ୍ଟା ମଧ୍ୟ କରାଚୀର ପ୍ରସିଦ୍ଧ 'ହିନ୍ଦୁ ଜିମଖାନା' ନିର୍ମାଣ କରିଥିଲେ।

ଆହୁରି ପଢନ୍ତୁ: Bank: ବ୍ୟାଙ୍କରେ କିପରି ଏବଂ କେତେଥର ଗଣନା କରାଯାଏ ଜମା ଟଙ୍କା?

ଜାଣନ୍ତୁ କିଏ ରଖେ ଏହାର ହିସାବ ବିଭାଜନ ପରେ ପରିବର୍ତ୍ତିତ ରୂପ ୧୯୪୭ରେ ଭାରତ ବିଭାଜନ ପରେ ମୋହଟ୍ଟା ପରିବାରକୁ ଏହି ପ୍ରାସାଦ ଛାଡ଼ି ଭାରତକୁ ଚାଲିଆସିବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ଏହା ସରକାରୀ ଅଧିଗ୍ରହଣକୁ ଆସିଥିଲା।

କିନ୍ତୁ ବର୍ତ୍ତମାନ ସିନ୍ଧ ସରକାର ଏହି ଐତିହାସିକ କୋଠାକୁ ସଂରକ୍ଷିତ କରି ଏହାକୁ ଏକ ଭବ୍ୟ ସଂଗ୍ରହାଳୟ (Museum) ରେ ପରିଣତ କରିଛନ୍ତି, ଯାହା ଆଜି ପାକିସ୍ତାନର ସାଂସ୍କୃତିକ ଐତିହ୍ୟର ଏକ ପ୍ରମୁଖ ପ୍ରତୀକ ହୋଇ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)