OUAT's 65th Foundation Day ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ

Aug 24, 2026 - 21:16
OUAT's 65th Foundation Day ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ

"ଭୁବନେଶ୍ୱର:  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି।

Advertisment ଉଦଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପକୁଳାଧିପତି କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଚାଷୀଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସରକାର ସଂକଳ୍ପବଦ୍ଧ I ଚାଷୀଙ୍କ ଅଭାବ ପୂରଣ ପାଇଁ ପ୍ରତିଟି ଦିଗରେ ନାନାଦି ଯୋଜନା ଚାଷୀଙ୍କ ସ୍ବପ୍ନ ପୂରଣ ପାଇଁ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି I ଚାଷୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ସାର୍‌ ମହଜୁଦ ଥିବାରୁ କୌଣସି ଚାଷୀ ବ୍ୟତିବ୍ୟସ୍ତ ନହେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି I  ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ଅଭିଭାଷଣରେ, ଓୟୁଏଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଚାଷୀଙ୍କୁ ସହଯୋଗ ହେବ ବୋଲି କହିଛନ୍ତି।

Stipend for OUAT Students ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ବିଶ୍ୱବିଦ୍ୟାଳୟରେ ନବସୃଜନକୁ ଗୁରୁତ୍ୱ ଦେବା ଉପରେ ମତ ରଖିଛନ୍ତି I ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟିର ଗୌରବମୟ ଯାତ୍ରାରେ କୃଷି ଶିକ୍ଷା, ଗବେଷଣା, ପ୍ରଯୁକ୍ତି ବିକାଶ ଓ ସମ୍ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବାବଦରେ ମତବ୍ୟକ୍ତ କରିଛନ୍ତି।

ଓୟୁଏଟି ପକ୍ଷରୁ ବିଭିନ୍ନ ବିଷୟରେ ୩୭ଟି ପ୍ରକାଶନ ଉନ୍ମୋଚନ ହୋଇଛି I ବିଶ୍ୱବିଦ୍ୟାଳୟର ଏମ୍‌ଆଇଏସ୍‌ ଏବଂ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ ସହ ନୂତନ ଭିତ୍ତିଭୂମି ବିଦ୍ୟାର୍ଥୀଭବନ, ଉଦ୍ୟମିତାଭବନ, ଭୁବନେଶ୍ୱରୀ ଛାତ୍ରୀନିବାସ, ପଶୁଚିକିତ୍ସା ପରିସରକୁ ଆଭାସୀ ମାଧ୍ୟମରେ ଉଦଘାଟନ ମଧ୍ୟ କରାଯାଇଛି।

କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୩୩ ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଚମତ୍କାର ସଫଳତା ପାଇଁ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

OUAT: ଓୟୁଏଟିରେ "ଝୋଟ ଓ ସହଯୋଗୀ ତନ୍ତୁ" କର୍ମଶାଳାକୃଷି ମହାବିଦ୍ୟାଳୟ, ଭବାନୀପାଟଣାର ଛାତ୍ରୀ ସମୀକ୍ଷା ପାଳଙ୍କୁ ଶ୍ରେଷ୍ଠ ସ୍ନାତକ ଏବଂ ପ୍ରତୀକ ରଥଙ୍କୁ ଶ୍ରେଷ୍ଠ ପୁରୁଷ ସ୍ନାତକ ଭାବେ ସମ୍ମାନିତ କରାଯାଇଥିଲା।

ଡକ୍ଟର ସଞ୍ଜୟ କୁମାର ରାଉଳଙ୍କୁ ଶ୍ରେଷ୍ଠ ଶିକ୍ଷକ, ଡକ୍ଟର ଦେବଦତ୍ତ ସେଠୀଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ, ଡକ୍ଟର ଦାବନଗେରେ ଲେଙ୍କା, କେଭିକେ, ନବରଙ୍ଗପୁରଙ୍କୁ ଶ୍ରେଷ୍ଠ ସମ୍ପ୍ରସାରଣ ବୈଜ୍ଞାନିକ ଏବଂ ଡକ୍ଟର କବିତା ସେଠୀ, କନିଷ୍ଠ ବୈଜ୍ଞାନିକଙ୍କୁ ଶ୍ରେଷ୍ଠ ମହିଳା ବୈଜ୍ଞାନିକ ଭାବେ ପୁରସ୍କୃତ କରାଯାଇଥିଲା।

ସେହିପରି ଡକ୍ଟର ଦେବ୍ରା ମେହେରଙ୍କୁ ଶ୍ରେଷ୍ଠ ବୈଷୟିକ କର୍ମଚାରୀ,  ସରୋଜ କୁମାର ନାୟକଙ୍କୁ କୃଷି ମହାବିଦ୍ୟାଳୟର ଶ୍ରେଷ୍ଠ ମନ୍ତ୍ରଣାଳୟ କର୍ମଚାରୀ ଭାବେ ସମ୍ମାନିତ କରାଯାଇଥିଲା।

ବିଭିନ୍ନ ଜିଲ୍ଲାର କୃଷକମାନଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଆନୁଷଙ୍ଗିକ ସାମଗ୍ରୀକୁ ନେଇ ଏକ ଆକର୍ଷଣୀୟ କୃଷକ ପ୍ରଦର୍ଶନୀ ଓ ମେଳା ମଧ୍ୟ ଆୟୋଜିତ ହୋଇଥିଲା।

କୃଷକ ଓ କୃଷି ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ସହ ଆଗନ୍ତୁକମାନଙ୍କ ସହ ଭାବ ବିନିମୟ ଓ ଅନୁଭୂତି ବାଣ୍ଟିବା ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା।

କାର୍ଯ୍ୟକ୍ରମକୁ କୃଷି ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳସଚିବ  ପ୍ରତିଭା ଦୋରା ଧନ୍ୟବାଦ ଦେଇଛନ୍ତି I"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)