Puri Police Crack Down on Travel Agencies ପୁରୀରେ ବେଆଇନ ଟ୍ରାଭେଲ ଏଜେନ୍ସି ଉପରେ ଚଢ଼ାଉ, ୩୬ଜଣଙ୍କୁ ଥାନାକୁ ସମନ
"ପୁରୀ(ଶିବ ଦାସ): ପୁରୀ ସହରରେ ଶହଶହ ଟ୍ରାଭେଲ୍ ଏଜେନ୍ସି।
ଏହା ମଧ୍ୟରୁ ଅନେକ ବିନାପଞ୍ଜୀକରଣରେ ଚାଲିଛି।
ଚିଲିକାରେ ଡଲଫିନ, କୋଣାର୍କ, ଧଉଳି ବୁଲା ବାହାନାରେ ହଜାର ହଜାର ଟଙ୍କା ପର୍ଯ୍ୟଟଙ୍କ ଠାରୁ ଲୁଟି ନେଉଛନ୍ତି।
ଆଜି ପୁରୀ ପୁଲିସ ପକ୍ଷରୁ ଚଢ଼ାଉ ବେଳେ ଏଭଳି କେତେକ ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି।
କାଗଜପତ୍ର ଯାଞ୍ଚ କରିବାକୁ ୩୬ଜଣ ଟ୍ରାଭେଲ୍ ଏଜେନ୍ସି ମାଲିକଙ୍କୁ ଥାନାକୁ ଡକାଯାଇଛି।
Advertisment Puri Swargadwar: ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ; ଶବଦାହ ପାଇଁ ୭ ଘଣ୍ଟା ଅପେକ୍ଷାଚଢ଼ାଉ ନେଇ ପୁରୀ ପୁଲିସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲାରେ ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଓ କାଗଜପତ୍ର ଯାଞ୍ଚ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ କରାଯାଇଛି।
ସିଟି ସବ୍-ଡିଭିଜନ ଅନ୍ତର୍ଗତ ବଳିଆପଣ୍ଡା, ସମୁଦ୍ରକୂଳ, ପୁରୀ ଟାଉନ ଓ କୁମ୍ଭାରପଡ଼ା ଥାନାର ଥାନାଧିକାରୀ ଓ ପୁଲିସ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।
ଅଭିଯାନରେ ମୋଟ ୬୭ଟି ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥା ଯାଞ୍ଚ କରାଯାଇଥିଲା।
୩୬ ଜଣଙ୍କୁ ଆବଶ୍ୟକ କାଗଜପତ୍ର ଯାଞ୍ଚ ନିମନ୍ତେ ସମ୍ପୃକ୍ତ ଥାନାକୁ ଡକାଯାଇଛି।
ଚଢ଼ାଉସମୟରେ ଅନୁମତି ବିନା ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯାଇଛି।
PRAGATI 50 "ପ୍ରଗତି ୫୦"ରେ ବିକଶିତ ହେବ ଓଡ଼ିଶାର ଦୁଇ ସହର ପୁରୀ ଓ ଭୁବନେଶ୍ୱରପୁଲିସ କହିଛି, ନିୟମ ଅନୁଯାୟୀ ଫ୍ରାଞ୍ଚାଇଜର ଗୋଟିଏ ନାଁରେ ଗୋଟିଏ ଦୋକାନ, ଗୋଟିଏ ଆଡ୍ରେସ ରହିବ।
ଅସ୍ଥାୟୀ କ୍ୟାବିନରେ ଦୋକାନ ହୋଇପାରିବନି।
ପର୍ଯ୍ୟଟକଙ୍କ ସ୍ୱାର୍ଥରକ୍ଷା, ଠକେଇ ରୋକିବା ଏବଂ ନିୟମାନୁଯାୟୀ ବ୍ୟବସାୟିକ କାର୍ଯ୍ୟକଳାପ ସୁନିଶ୍ଚିତ କରିବା ଦିଗରେ ଏହି ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ।
ନିୟମ ଉଲ୍ଲଂଘନ ତଥ୍ୟ ମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ଓ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ।
ସୂଚନାଯୋଗ୍ୟ, ୨୦୨୫ରେ ମଧ୍ୟ ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗ ପରେ ପୁଲିସ ସହର ବ୍ୟାପୀ ଚଢ଼ାଉ କରି ସମୁଦ୍ରକୂଳ ଥାନା ୩୧ଟି, ବଳିଆପଣ୍ଡା ୧୬ଟି, ଟାଉନ ଥାନା ୭ଟି ଓ କୁମ୍ଭାରପଡ଼ା ୯ଟି ଅର୍ଥାତ୍ ମୋଟ ୬୩ଟି ବେଆଇନ ସଂସ୍ଥାକୁ ବନ୍ଦ କରିଥିଲା।
ପର୍ଯ୍ୟଟନ ବିଭାଗ ଅନୁମତି, ପୌର ଟ୍ରେଡ୍ ଲାଇସେନ୍ସ, ଜିଏସଟି ବିନା ଥିବା ସଂସ୍ଥା ସିଲ୍ ହୋଇଥିଲା, ମାତ୍ର କିଛି ମାସ ପରେ ପୁଣି ସ୍ଥିତି ଯେମିତି ଥିଲା ସେମିତି ସ୍ଥିତିକୁ ଫେରିଛି।ବର୍ତ୍ତମାନ ସହରରେ ପଞ୍ଜୀକୃତ ମାତ୍ର ୨୫ଟି ସଂସ୍ଥା ଥିବା ବେଳେ ଶହେରୁ ଅଧିକ ବେଆଇନ ସଂସ୍ଥା ଖୋଲି ବ୍ୟବସାୟ କରୁଛନ୍ତି।
ଦିଗବାରେଣୀ ଛକ, ସ୍ୱର୍ଗଦ୍ୱାର, ଲାଇଟ ହାଉସ, ଚକ୍ରତୀର୍ଥ ରୋଡ଼, ସୁଭାଷ ବୋଷ ଛକ, ପେଣ୍ଠକଟା, ଦୋଳମଣ୍ଡପ ସାହି, ମାର୍କେଟ ଛକ, ମରିଚିକୋଟ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ନିକଟରେ ଖୋଲାଖୋଲି କାରବାର ଚାଲିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
