Controversy: ଛାତ୍ରୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ଦେବା ଅଭିଯୋଗ, ଅଧ୍ୟାପକ ଛୁଟିରେ

Oct 18, 2026 - 19:16
Controversy: ଛାତ୍ରୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ଦେବା ଅଭିଯୋଗ, ଅଧ୍ୟାପକ ଛୁଟିରେ

"ନାଗପୁର: ମହାରାଷ୍ଟ୍ରର ନାଗପୁରସ୍ଥିତ ସିମ୍ବାୟୋସିସ୍ ଲ" ସ୍କୁଲ୍‌ର ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀମାନଙ୍କୁ ଅଶୋଭନୀୟ ବାର୍ତ୍ତା ପଠାଇବା ସହ ଇସଲାମ ଧର୍ମ ଗ୍ରହଣ କରିବା ଓ କୋରାନ୍ ପଢ଼ିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ପଠାଯାଇଛି।Advertisment ଖବର ଅନୁଯାୟୀ, ଜଣେ ଛାତ୍ରୀ ଅଧ୍ୟାପକଙ୍କଠାରୁ ପାଇଥିବା ବାର୍ତ୍ତାଗୁଡ଼ିକ ତାଙ୍କ ବାପାଙ୍କୁ ଦେଖାଇବା ପରେ ଘଟଣାଟି ସାମ୍‌ନାକୁ ଆସିଥିଲା।

ପରେ ଛାତ୍ରୀଙ୍କ ବାପା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲେ।

ସଂଗଠନର ସଦସ୍ୟମାନେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣା ଉଠାଇବା ସହ ନାଗପୁର ପୁଲିସ କମିସନରଙ୍କୁ ମଧ୍ୟ ଭେଟିଥିଲେ।

ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ଅଭିଯୋଗର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଅଧ୍ୟାପକଙ୍କ ପୂର୍ବ କର୍ମସ୍ଥଳ ହାଇଦ୍ରାବାଦସ୍ଥିତ ସିମ୍ବାୟୋସିସ୍ ଲ" ସ୍କୁଲ୍‌ରେ ତାଙ୍କ ଆଚରଣ ସମ୍ପର୍କିତ ଅଭିଯୋଗ ମଧ୍ୟ ଯାଞ୍ଚ ପରିସରକୁ ଆସିବ।

ପୁଲିସର ସୂଚନା ଅନୁସାରେ, ଘଟଣାକୁ ନେଇ କଲେଜ ପରିସରରେ ବିଭିନ୍ନ ସଂଗଠନର ସଦସ୍ୟମାନେ ପ୍ରତିବାଦ କରିଥିଲେ।

ପୁଲିସ ଉଭୟ ପକ୍ଷ ଓ କଲେଜ ପ୍ରଶାସନ ମଧ୍ୟରେ ଆଲୋଚନା କରାଇଥିଲା।

ରବିବାର ସୁଦ୍ଧା ଏହି ମାମଲାରେ ଏତଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Memorable Evening: କୋଲକାତା ଦୁର୍ଗା ପୂଜା ମଣ୍ଡପ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଥିଲା?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)