06 JULY 2026

Welcome!

Unlock your personalized experience.
Sign Up

OTET Exam 2026: ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା, ୩୧୧ ସେଣ୍ଟରରେ ପରୀକ୍ଷା ଦେବେ ୯୭ ହଜାର ପରୀକ୍ଷାର୍ଥୀ, ସିସିଟିଭି ଫୋକସରେ ରହିବେ

Jul 05, 2026 - 08:09
OTET Exam 2026: ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା, ୩୧୧ ସେଣ୍ଟରରେ ପରୀକ୍ଷା ଦେବେ ୯୭ ହଜାର ପରୀକ୍ଷାର୍ଥୀ, ସିସିଟିଭି ଫୋକସରେ ରହିବେ

କଟକ, ୦୫/୦୭ : ଆଜି ମାଧ୍ୟମିକ ଶିକ୍ଷା  ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା  (ଓଟିଇଟି)-୨୦୨୬ ଅନୁଷ୍ଠିତ  ହେବ । ପେପର-୧ ପରୀକ୍ଷା ସକାଳ ୯  ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା  ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ପେପର୨ ପରୀକ୍ଷା ଅପରାହ୍ନ ୨ ଟାରୁ ୪ ଟା  ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ବୋଲି  ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ୩୦ଟି ଜିଲ୍ଲାରେ  ୩୧୧ ଟି ସେଣ୍ଟର୍‌ରେ ଦୁଇଟି ଯାକ  ପେପର୍‌ରେ ୯୭ ହଜାର ୧୫୦ ଜଣ  ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି  ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।  ଏଥିରୁ ୧୩ ହଜାର ୫୮୪ ଜଣ ଇନ୍‌ସର୍ଭିସ୍‌ ଶିକ୍ଷକ ଥିବାବେଳେ  ଅବଶିଷ୍ଟ ରେଗୁଲାର ପରୀକ୍ଷାର୍ଥୀ  ରହିଛନ୍ତି । ୧୫୦ ନମ୍ବର ବିଶିଷ୍ଟ ଏହି  ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ରେ ହେବ ।  ଆବେଦନକାରୀଙ୍କ ମଧ୍ୟରୁ ପେପର ୧ ରେ ୨୮ ହଜାର ୮୨୧ ଜଣ ଏବଂ  ପେପର-୨ରେ ୬୮ ହଜାର ୩୨୯  ଜଣ ପରୀକ୍ଷା ଦେଉଥିବା ସୂଚନା  ମିଳିଛି । ପରୀକ୍ଷାରେ ଅନିୟମିତତା  ରୋକିବା ପାଇଁ ରାଜ୍ୟର ୩୧୧ଟି ଯାକ  ସେଣ୍ଟର୍‌ରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା  ଖଞ୍ଜାଯାଇଛି । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ  ଉପରେ ସିସିଟିଭି ଫୋକସ୍‌ ରହିବ  ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ଅଧିକ ପଢ଼ନ୍ତୁ:-  Heavy Rain Alert: ଆଜି ଉପାନ୍ତରୁ ଉପକୂଳ ବର୍ଷିବ,୧୧ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଏହି ଅବସରରେ ବୋର୍ଡ ସଭାପତି ଶ୍ରୀକାନ୍ତ  ତରାଇ ଭିଡିଓ କନ୍‌ଫରେନସିଂ ଯୋଗେ ୩୦ଟି ଯାକ ଜିଲ୍ଲା ଶିକ୍ଷାଧିକାରୀଙ୍କ  ସହ ପରୀକ୍ଷା ପରିଚାଳନା ପ୍ରସ୍ତୁତିର  ସମୀକ୍ଷା କରିଛନ୍ତି । ପରୀକ୍ଷା କେନ୍ଦ୍ରର  ଲାଇଭ୍‌ ଭିଡିଓ ଦେଖିବା ଲାଗି ବୋର୍ଡ  କାର୍ଯ୍ୟାଳୟରେ ଏକ କମାଣ୍ଡ କଣ୍ଟ୍ରୋଲ୍‌  ରୁମ୍‌ ଖୋଲାଯାଇଛି । ବର୍ଷା ଲାଗି  ରହିଥିବାରୁ ବିଜୁଳି ବିଭ୍ରାଟ ହେବାର  ଆଶଙ୍କା ଥିବାରୁ ବିକଳ୍ପ ଭାବେ ପ୍ରତି  କେନ୍ଦ୍ରରେ ଜେନେରେଟର ବନ୍ଦୋବସ୍ତ  କରାଇବା ପାଇଁ ଡିଇଓମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି । ପେପର ୨ ପରୀକ୍ଷା ପାଇଁ ଗ୍ରାଜୁଏଟ ସିଟି ଓ  ବିଇଡି ସାର୍ଟିଫିକେଟ୍‌ଧାରୀ ଆବେଦନ  କରିଥିବା ବେଳେ ପେପର-୧ ପାଇଁ  ଯୁକ୍ତ ଦୁଇ ସିଟି ସାର୍ଟିଫିକେଟ୍‌ଧାରୀ  ଆବେଦନ କରିଛନ୍ତି।