06 JULY 2026

Welcome!

Unlock your personalized experience.
Sign Up

Consumer Case : ଗୋଡ଼ ବିନ୍ଧାହେବାରୁ ୨୪ ଟଙ୍କା ଦେଇ କିଣିଥିଲେ ଦୁଇଟି ବାମ୍, ଘରେ ଦେଖନ୍ତି ତ ଡବା ଖାଲି... ଏବେ ୧୬୦୦ ଗୁଣା ଫାଇନ୍ ଦେବ କମ୍ପାନୀ

Jul 06, 2026 - 14:45
Consumer Case : ଗୋଡ଼ ବିନ୍ଧାହେବାରୁ ୨୪ ଟଙ୍କା ଦେଇ କିଣିଥିଲେ ଦୁଇଟି ବାମ୍, ଘରେ ଦେଖନ୍ତି ତ ଡବା ଖାଲି... ଏବେ ୧୬୦୦ ଗୁଣା ଫାଇନ୍ ଦେବ କମ୍ପାନୀ

କାନପୁର, ୬/୭ : ଗୋଡ଼ ବିନ୍ଧା ହେବାରୁ ୨୪ ଟଙ୍କା ଦେଇ କିଣିଥିଲେ ଦୁଇଟି ବାମ୍। ଘରେ ପହଞ୍ଚି ଦେଖନ୍ତି ତ ଦୁଇଟି ଯାକ ଡବା ଖାଲି। ଏନେଇ ଦୋକାନୀଙ୍କୁ ଜଣାଇବାରୁ କମ୍ପାନୀ ଉପରେ ଦୋଷ ଲଦି ଝାଡ଼ିଝୁଡ଼ି ହୋଇଗଲେ ଦୋକାନ ମାଲିକ। ଶେଷରେ ବାଧ୍ୟ ହୋଇ ଆଇନଗତ ପ୍ରକ୍ରିୟା ଆପଣେଇଲେ ହତାଶ ଗ୍ରାହକ। ଦୀର୍ଘ ୫ ବର୍ଷର ନ୍ୟାୟିକ ଲଢେଇ ଲଢିବା ପରେ ଶେଷରେ ଜିତିଲେ କେସ୍। ଏବେ ପାଇବେ ୧୬୦୦ ଗୁଣା କ୍ଷତିପୂରଣ।

କାନପୁରରୁ ଏଭଳି ମାମଲା ସାମ୍ନାକୁ ଆସିଛି। ୨୦୨୦ ଅଗଷ୍ଟ ମାସରେ ସୁଧୀନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ରାୱତପୁର ସ୍ଥିତ ଏକ ମେଡିକାଲ ଷ୍ଟୋରରୁ ୨୪ ଟଙ୍କା ଦେଇ ଦୁଇଟି ଫାଷ୍ଟ ରିଲିଫ୍ ପେନ୍ କିଲର ବାମ୍ କିଣିଥିଲେ। ଘରେ ପହଞ୍ଚି ଦେଖନ୍ତି ତ, ଡବା ପୁରା ଖାଲି ଥିଲା। ସେଥିରେ ବାମ୍ ନଥିଲା। ଠିପି ପୂର୍ବରୁ ଖୋଲାଥିଲା। ଏହା ଦେଖି ସେ ମେଡିକାଲ ଷ୍ଟୋର ସଂଚାଳକଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଦୋକାନୀ ତାଙ୍କ କଥାକୁ ଗୁରୁତର ସହ ନେଇନଥିଲେ। କମ୍ପାନୀ ଉପରେ ଦୋଷ ଲଦି ନିଜେ ଝାଡ଼ିଝୁଡ଼ି ହୋଇପଡିଥିଲେ। ଧୀରେନ୍ଦ୍ର ତାଙ୍କ ୨୪ ଟଙ୍କା ଫେରାଇବାକୁ କିମ୍ଵା ଏହା ବଦଳରେ ଆଉ ଦୁଇଟି ବାମ୍ ଦେବାକୁ ଅନୁରୋଧ କରିଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣିନଥିଲେ।

ବାଧ୍ୟ ହୋଇ ସୁଧୀନ୍ଦ୍ର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ୨୦୨୧ ଜୁଲାଇ ମାସରେ ମେଡିକାଲ ଷ୍ଟୋର ସଂଚାଳକ ବାମ୍ ତିଆରି କରୁଥିବା କମ୍ପାନୀ ବିରୋଧରେ ଅଭିଯୋଗ କରିଥିଲେ। ଶୁଣାଣି ସମୟରେ ମେଡିକାଲ ଷ୍ଟୋର କହିଥିଲା ଯେ, ଉତ୍ପାଦ ବିକ୍ରି କରିବା ତାର ଦାୟିତ୍ଵ କିନ୍ତୁ ତିଆରି ଏବଂ ପ୍ୟାକେଜିଂ ସବୁ କମ୍ପାନୀର ଦାୟିତ୍ଵ। ତେଣୁ ଉତ୍ପାଦରେ କିଛି ଅସୁବିଧା ଥିଲେ ଗ୍ରାହକଙ୍କୁ ସିଧା ସଳଖ କ୍ଵାଲିଟି ଆସିଓରାନ୍ସ ବିଭାଗରେ ଅଭିଯୋଗ କରିବା ଉଚିତ୍। ତେବେ ଉପଭୋକ୍ତା ଆୟୋଗ ଉଭୟ ପକ୍ଷଙ୍କ ଦଲିଲକୁ ଶୁଣିବା ପରେ କହିଛନ୍ତି ଯେ, ଯଦି କୌଣସି ଗ୍ରାହକଙ୍କୁ ତ୍ରୁଟିପୂର୍ଣ୍ଣ ଉତ୍ପାଦ ବିକ୍ରି କରାଯାଉଛି ଏବଂ ତାଙ୍କର ଅଭିଯୋଗକୁ ସମାଧାନ କରାନଯାଏ ତାହେଲେ ତାହା ସର୍ଭିସ୍ ଡେଫିସିଏନ୍ସି କାଟେଗୋରୀରେ ଆସୁଛି। ତେଣୁ ଅନ୍ୟ ବିଭାଗରେ ଅଭିଯୋଗ କରିବା ଉଚିତ୍ କହି ନିର୍ମାତା କମ୍ପାନୀ ଏଥିରୁ ଖସିଯାଇ ପାରିବେ ନାହିଁ। ମେଡିକାଲ ଷ୍ଟୋର ଏବଂ କମ୍ପାନୀ ଉଭୟ ଗ୍ରାହକଙ୍କୁ ଭୁଲ୍ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ସୁଧୀନ୍ଦ୍ର ମିଶ୍ରଙ୍କୁ ମାମଲା ରୁଜୁ କରିବା ଦିନଠାରୁ ତାଙ୍କ ୨୪ ଟଙ୍କାର ୭ ପ୍ରତିଶତ ବାର୍ଷିକ ସୁଧ ସହିତ କ୍ଷତିପୂରଣ ଫେରସ୍ତ କରାଯିବ। ଏତଦ୍ ବ୍ୟତୀତ ମାନସିକ ପୀଡ଼ା, ସମୟ ବ୍ୟୟ ଏବଂ ମକୋଦ୍ଦମାରେ ହୋଇଥିବା ଖର୍ଚ୍ଚର ଭରଣ ପାଇଁ ୪୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ।

ଏଥିରୁ ଜଣା ପଡ଼ୁଛି ଯେ, ଯଦି କୌଣସି ବ୍ୟକ୍ତି ନିଜ ଅଧିକାର ବିଷୟରେ ଜାଗ୍ରତ ରୁହନ୍ତି ଏବଂ ନ୍ୟାୟ ପାଇଁ ଲଗାତର ପ୍ରୟାସ କରନ୍ତି, ତାହେଲେ ଛୋଟ ଛୋଟ ସମସ୍ୟାର ସମାଧାନ ହୋଇପାରିବ। ଏହା ସହ ଦୋକାନୀ ଏବଂ କମ୍ପାନୀଙ୍କ ପାଇଁ ଏହା ଏକ ବଡ଼ ଚେତାବନୀ। ଗ୍ରାହକଙ୍କ ଅଭିଯୋଗକୁ ଅଣଦେଖା କଲେ ମହଙ୍ଗା ପଡ଼ିପାରେ।

ଆହୁରି ପଢନ୍ତୁ- Indus Waters Treaty: 'କାଙ୍ଗାଳ' ପରେ ଏବେ 'ମରୁଭୂମି' ପାଲଟିବ ପାକିସ୍ତାନ ! ସିନ୍ଧୁ ଜଳ ଚୁକ୍ତି ଉପରେ ପାକ୍ ସେନାର ବଡ଼ ଚେତାବନୀ

RathYatra 2026 | ରଥଯାତ୍ରା ପାଇଁ ସମର୍ପଣ ଓ ସମନ୍ଵୟର ମନ୍ତ୍ର, ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।