06 JULY 2026

Welcome!

Unlock your personalized experience.
Sign Up

ଅମରନାଥ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଦ୍ରୁତ ଗତିରେ ତରଳୁଛନ୍ତି ବାବା ବର୍ଫାନୀ : ୭ ଫୁଟ୍‌ରୁ କମି ଏବେ ମାତ୍ର ରହିଲେ ଗୋଟିଏ ଫୁଟ୍

Jul 06, 2026 - 15:07
ଅମରନାଥ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଦ୍ରୁତ ଗତିରେ ତରଳୁଛନ୍ତି ବାବା ବର୍ଫାନୀ : ୭ ଫୁଟ୍‌ରୁ କମି ଏବେ ମାତ୍ର ରହିଲେ ଗୋଟିଏ ଫୁଟ୍

ନୂଆଦିଲ୍ଲୀ,୬।୭: ଅମରନାଥ ଯାତ୍ରାର ଆଜି ଚତୁର୍ଥ ଦିନ। ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଏହା ଭିତରେ ଏକ ଚିନ୍ତାଜନକ ଖବର ମଧ୍ୟ ସାମନାକୁ ଆସିଛି। କୁହାଯାଉଛି ଯେ, ପବିତ୍ର ଶିବଲିଙ୍ଗର ଆକାର ତରଳିକି ୧ ଫୁଟର ମାତ୍ର ରହିଯାଇଛି। ସବୁଠାରୁ ଖାସ୍ କଥା ଯେ, ଜୁନ୍ ଶେଷରେ ଉଚ୍ଚତା ପ୍ରାୟ ୭ ଫୁଟ୍ ଦେଖାଯାଇଥିଲା। ସେଠାରେ ଯାତ୍ରା ପ୍ରାୟ ୫୭ ଦିନ ପର୍ଯ୍ୟନ୍ତ ଚାଲିଥିଲା।

ଦ୍ରୁତ ଗତିରେ ତରଳୁଛନ୍ତି ବାବା ବର୍ଫାନୀ

ମିଡିଆ ରିପୋର୍ଟ ଅନୁସାରେ, ଅମରନାଥରେ ଶିବଲିଙ୍ଗ ଏବେ ତରଳିକି ପ୍ରାୟ ୧ ଫୁଟ୍ ରହିଯାଇଛି। ଏକ ରିପୋର୍ଟ ଅନୁସାରେ ୨୩ ମଇରେ ଉଚ୍ଚତା ୭ ଫୁଟ୍ ଥିଲା, ଯାହାକି ୨୯ ଜୁନ୍‌ରେ ୫ ଫୁଟର ହୋଇଯାଇଥିଲା। ଏବେ ତାଜା ଚିତ୍ର ଅନୁସାରେ ଶିବଲିଙ୍ଗର ଉଚ୍ଚତା ହ୍ରାସ ପାଇ ମାତ୍ର ଗୋଟେ ଫୁଟ୍ ରହିଯାଇଛି। ସବୁଠାରୁ ଖାସ୍ କଥା ହେଲା ବାବା ବର୍ଫାନୀଙ୍କ ନିର୍ମାଣ ପ୍ରାକୃତିକ ରୂପରେ ପ୍ରତିବର୍ଷ ହୋଇଥାଏ, ଯାହାକୁ ଜିଓଲୋଜି ଷ୍ଟେଲେଙ୍ଗମାଇଟ୍ କୁହାଯାଏ।

କିଭଳି ହୁଏ ଶିବଲିଙ୍ଗର ନିର୍ମାଣ

ଗୁମ୍ଫା ଉପରେ ଚୂନ ପଥର ଓ ଜିପସମ୍ ଫାଟ ଦ୍ବାରା ବରଫ ଓ ଗ୍ଳାସିୟର ତରଳିବା ଦ୍ବାରା ପାଣି ବୋହିଥାଏ। ପାଣି ଯେତେବେଳେ ଗୁମ୍ଫା ଭିତରେ ପହଁଞ୍ଚେ, ତାହା ଖୁବ୍ କମ୍ ତାପମାତ୍ରାରେ ଜମିବା ଆରମ୍ଭ କରିଦେଇଥାଏ। ଉପର ଆଡକୁ ଓ ଜମିବାର କ୍ରମ ପରେ ଶିବଲିଙ୍ଗର ଆକାର ତିଆରି ହୋଇଯାଏ।

ଶ୍ରଦ୍ଧାଳୁଙ୍କ ବଢିଲା ଭିଡ

ଅମରନାଥ ଯାତ୍ରାର ତୃତୀୟ ଦିନ ରବିବାର ପ୍ରାୟ ୨୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ରୂପରେ ନିର୍ମିତ ଶିବଲିଙ୍ଗର ଦର୍ଶନ କରିଥିଲେ। ଏହା ସହ ଗତ କିଛି ଦିନ ହେବ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ ହଜାର ଆଖପାଖରେ ପହଁଞ୍ଚି ଯାଇଛି। ୩ ଜୁଲାଇରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ୨୮ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।