06 JULY 2026

Welcome!

Unlock your personalized experience.
Sign Up

ICC Trophy: ସର୍ବାଧିକ ICC ଟ୍ରଫି କେଉଁ ଦେଶ ଜିତିଛି ? ଅଷ୍ଟ୍ରେଲିଆର ରାଜୁତି, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

Jul 06, 2026 - 14:45
ICC Trophy: ସର୍ବାଧିକ ICC ଟ୍ରଫି କେଉଁ ଦେଶ ଜିତିଛି ? ଅଷ୍ଟ୍ରେଲିଆର ରାଜୁତି, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ,୦୬/୦୭; ବିଶ୍ୱ କ୍ରିକେଟରେ ଯଦି ଗୋଟିଏ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ରାଜୁତି କରୁଥାଏ, ତେବେ ସେ ହେଉଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ୍ ସର୍ବାଧିକ ଆଇସିସି ଟ୍ରଫି ଜିତିଛି । ମହିଳା କ୍ରିକେଟ ସମାନ ପ୍ରଦର୍ଶନ କରି ଆଇସିସି ଟାଇଟଲ ଜିତିଛି । ଦୁଇ କି ତିନି ନୁହେଁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ମୋଟ ୨୯ଟି ଆଇସିସି ଟ୍ରଫି ଜିତିଛି । ୨୦୨୬ ଜୁଲାଇ ୫ରେ ଏଥିରେ ଆଉ ଏକ ଟ୍ରଫି ଯୋଡି ହୋଇଛି । ସପ୍ତମ ଥର ପାଇଁ ମହିଳା କ୍ରିକେଟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ।

କିଏ ଜିତିଛି କେତେ ? ପୁରୁଷ ଏବଂ ମହିଳା କ୍ରିକେଟରେ ସର୍ବାଧିକ ଆଇସିସି ଟ୍ରଫି ଜିତିଥିବା ଟିମ୍ ତାଲିକାରେ ୨୪ଟି ଟ୍ରଫି ଜିତି ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ୯ଟି ଟାଇଟଲ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୮ଟି ବିଶ୍ୱକପ ଜିତି ତୃତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ ୬ଟି ଏବଂ ନ୍ୟୁଜିଲାଣ୍ଡ ୪ଟି ଟ୍ରଫି ହାତେଇ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...Women's T20 World Cup 2026: ରେକର୍ଡ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଦେଲା ମାତ୍  

ଏହା ବି ପଢନ୍ତୁ...FIFA World Cup: ୯୮ ସେକେଣ୍ଡରେ ୨ ଗୋଲ୍...ଇତିହାସ ରଚିଲେ ଜୁଡ୍ ବେଲିଂହାମ୍, ଆୟୋଜକ ମେକ୍ସିକୋକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।