OTET: ଆରମ୍ଭ ହେଲା ଓଟିଇଟି ପରୀକ୍ଷା

Jul 05, 2026 - 10:36
OTET: ଆରମ୍ଭ ହେଲା ଓଟିଇଟି ପରୀକ୍ଷା

"ଭୁବନେଶ୍ବର:  ଦୁଇ ଦୁଇ ଥର ବାତିଲ ହେବା ପରେ ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୬ ଆରମ୍ଭ ହୋଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୯୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି।

ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।

ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ।

ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି।Advertisment ୩୧୧ଟି କେନ୍ଦ୍ରରେ ପରୀକ୍ଷା ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି।

ମୋଟ ୩୧୧ଟି କେନ୍ଦ୍ରରେ ଏହି ପରୀକ୍ଷା  କରାଯାଉଥିବା ମାଧ୍ୟମିକ ଶିକ୍ଷା ପରିଷଦ ‌(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

Weather: ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି।

"