Banavihar Square: ଜରିଗୋଟାଳି ଭାସିଯିବା ଘଟଣା: ୭ଘଣ୍ଟାର ଅପରେସନ୍ ଫେଲ୍, ବାଣୀବିହାର ଛକରେ ଟ୍ରାଫିକ ଜାମ୍
"ଭୁବନେଶ୍ବର: ବାଣୀବିହାର ନିକଟ ନାଳରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜରି ଗୋଟାଳି ଅନୀଲଙ୍କ ପତ୍ତା ମିଳିନି।
ଆଜି ଅଗ୍ନିଶମ ବିଭାଗର ଓଡ୍ରାଫ୍ ଓ ଷ୍ଟ୍ରାଇକିଂ ଫୋର୍ସ ପ୍ରାୟ ୭ ଘଣ୍ଟା ଧରି ବାଣୀବିହାର ନାଳକୁ ତନ୍ନତନ୍ନ କରି ଖୋଜିଥିଲେ ମଧ୍ୟ ସୁଫଳ ମିଳିନାହିଁ।
ଅପରାହ୍ଣ ୨ଟାରୁ ଅଗ୍ନିଶମ ବିଭାଗ ନାଳରୁ ଆବର୍ଜନା ବାହାର କରି ଅନୀଲଙ୍କୁ ଖୋଜିବା ଆରମ୍ଭ କରିଥିଲା ଏବଂ ରାତି ୯ଟା ପରେ ଏହି ଅପରେସନ୍ ବନ୍ଦ ହୋଇଥିଲା।
ପ୍ରାୟ ୮ଘଣ୍ଟାର ଅପରେସନ୍ ବିଫଳ ହୋଇଥିଲା।
ରାତିରେ ହାଇମାଷ୍ଟ ଲାଇଟ୍ ଲଗାଇ ଅନୀଲଙ୍କୁ ଖୋଜାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା।
ଆସନ୍ତାକାଲି ଭୋର୍ ୫ଟାରୁ ପୁଣି ଖୋଜା ଚାଲିବ ବୋଲି ଅଗ୍ନିଶମ ଓ ହୋମ୍ଗାର୍ଡ ଆଇଜି ଉମାଶଙ୍କର ଦାଶ କହିଛନ୍ତି।
Advertisment Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା ଅନୀଲଙ୍କୁ ଉଦ୍ଧାର କରିବାକୁ ଚାଲିଥିବା ଅପରେସନ୍ ବେଳେ ବାଣୀବିହାର ଏନ୍ଏଚ୍ ସର୍ଭିସ୍ ରୋଡ୍ କଡ଼ ଦେଇ ଯାଇଥିବା ନାଳକୁ ପୋକ୍ଲିନ୍ ଲଗାଇ ଖୋଳା ଯାଇଥିଲା।
ଉଦ୍ଧାର କାର୍ଯ୍ୟ ଦେଖିବା ପାଇଁ ରାସ୍ତାରେ ଶହଶହ ଲୋକ ରୁଣ୍ଡ ହୋଇଯାଇଥିଲେ।
ଲୋକମାନେ ରାସ୍ତାରେ ଗାଡ଼ିମଟର ରଖି ଉଦ୍ଧାର ପ୍ରକ୍ରିୟା ଦେଖୁଥିଲେ।
ଫଳରେ ସେହି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଗଲା ଏବଂ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ପ୍ରାୟ ୩ ଘଣ୍ଟା ଧରି ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।
ସନ୍ଧ୍ୟା ପରେ ମଧ୍ୟ ଲୋକଙ୍କ ଭିଡ଼ କମିନଥିଲା।
ଟ୍ରାଫିକ୍ କର୍ମଚାରୀମାନେ ରାସ୍ତାରୁ ଲୋକଙ୍କୁ ହଟିବାକୁ କହୁଥିଲେ ହେଁ କେହି କର୍ଣ୍ଣପାତ କରୁନଥିଲେ।
Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ସୂଚନାଯୋଗ୍ୟ ଯେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ଭୁବନେଶ୍ବର ଦେଇ ବହିଯାଇଥିବା ୪ ନମ୍ବର ପ୍ରାକୃତିକ ନାଳରେ ଅନୀଲ ପଡ଼ିଯାଇଥିଲେ।
ପ୍ରବଳ ବର୍ଷା ଲାଗି ରହିଥିବାରୁ ନାଳରେ ପ୍ରଖର ସ୍ରୋତ ଥିଲା।
ଫଳରେ ଅନୀଲ ଭାସି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବେଶ୍ କିଛି ସମୟ ବିତିଯାଇଥିଲା।
ସେହିଭଳି ନାଳରେ ଅଳିଆ ଆବର୍ଜନା ଓ କାଦୁଅ ଭରି ରହିଥିବାରୁ ଅଗ୍ନିଶମ ବିଭାଗକୁ ଭିତରେ ପଶି ଖୋଜିବା କାଠିକର ପାଠ ହୋଇଥିଲା।
ତେଣୁ ଜେସିବି ଲଗାଇ ନାଳରୁ ମାଟି ଓ ଅନ୍ୟ ଅଳିଆ ଆବର୍ଜନାକୁ ବାହାର କରାଯାଇଥିଲା।
ଯେଉଁଠୁ ଅନୀଲ ଭାସିଯାଇଥିଲେ, ସେଠାରୁ ବେଶ୍ କିଛି ଦୂର ପର୍ଯ୍ୟନ୍ତ ତଳ ମୁଣ୍ଡରେ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ।
ବାଣୀବିହାର ମୁଖ୍ୟ ରାସ୍ତାରେ ପୋକ୍ଲିନ ରଖାଯାଇଥିବାରୁ ଆଚାର୍ଯ୍ୟବିହାର ପଟୁ ସତ୍ସଙ୍ଗବିହାର ଅଭିମୁଖେ ଆସୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା।
ଫଳରେ ରାସ୍ତାରେ ପ୍ରବଳ ଜାମ୍ ହୋଇଥିଲା ଏବଂ ପରେ ଗୋଟିଏ ଲେନ୍ରେ ଗାଡ଼ିଗୁଡ଼ିକୁ ଛଡ଼ାଯାଇଥିଲା।"