congress: ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସର ପ୍ରତିନିଧି

Jul 05, 2026 - 11:37
congress: ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସର ପ୍ରତିନିଧି

"ତେଲକୋଇ: ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ୧୫ ଜଣ ଓଡ଼ିଆ ଶ୍ରମିକଙ୍କ ଦୁଃଖ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାର ସର୍ବାଧିକ ୧୪ ଜଣ ଜୁଆଙ୍ଗ ଯୁବତୀ ରହିଛନ୍ତି।

ମୃତକଙ୍କ ପରିବାରକୁ ଗତକାଲି ରାଜ୍ୟ କଂଗ୍ରେସର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଭେଟି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ରାଜ୍ୟ କଂଗ୍ରେସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।ଏହା ସହିତ ସରକାରଙ୍କ ନିକଟରେ ଉପଯୁକ୍ତ କ୍ଷତିପୂରଣ ବାବଦ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଓ ପରିବାରର ପୁନର୍ବାସ ଦାବି କରିଛି ରାଜ୍ୟ କଂଗ୍ରେସ।Advertisment ଜନଜାତିଙ୍କ ସ୍ଵାର୍ଥକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ତେଲକୋଇ ଅଞ୍ଚଳର ମୃତକଙ୍କ ଘରକୁ ଯାଇ ରାଜ୍ୟ କଂଗ୍ରେସର ସ୍ୱତନ୍ତ୍ର ଟିମ ସଦସ୍ୟମାନେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

କେଉଁ ପରିସ୍ଥିତିରେ ଦାଦନ ଖଟିବାକୁ ଗଲେ ଓ ଦୁର୍ଘଟଣା ପରେ ପରିବାରର ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ଦୁଃଖରେ ସାମିଲ ହୋଇଥିଲେ।ପ୍ରତିନିଧି ଦଳ କହିଛି ଯେ, ତାମିଲନାଡୁ,କେରଳ,ଗୁଜରାଟ ଭଳି ଦୂର ରାଜ୍ୟକୁ କାମ କରିବାକୁ ଯାଇ ନିରୀହ ଶ୍ରମିକମାନଙ୍କ ମୃତ୍ୟୁ ଅତ୍ୟନ୍ତ୍ୟ ବେଦନା ଦାୟକ।ପୀଡ଼ିତ ପରିବାରକୁ ଯଥୋଚିତ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ,ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଓ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

ଏଭଳି ସ୍ପର୍ଶକାତର ଘଟଣାକୁ ନେଇ କଂଗ୍ରେସ କେବେ ବି ଚୁପ୍ ବସି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ କହିଛନ୍ତି।

ଆଗାମୀ ଦିନରେ ଆଦିମ ଜନଜାତିଙ୍କ ସ୍ଵାର୍ଥକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଗାମୀ ବିଧାନସଭାରେ ସରକାରଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

Cattle Rescued: ସ୍କୋର୍ପିଓରେ ଗୋ ଚାଲାଣ: ୪ଟି ଗୋରୁ ଉଦ୍ଧାର ସରକାରଙ୍କ ପାଖରେ ଟଙ୍କାର ଅଭାବ ନାହିଁ।କିନ୍ତୁ ଗରିବ ଜନଜାତିର ବିକାଶ ପାଇଁ କୌଣସି ବ୍ୟବସ୍ଥା କି ଯୋଜନା ନାହିଁ।ଫଳରେ ଖଟିଖିଆ ଲୋକେ କାମଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଗଠନ କରାଯାଇଛି, ପରବର୍ତ୍ତୀ ସମୟରେ ବିଜେପି ଓ ବିଜେଡି ଏହାକୁ ଅଣଦେଖା କରିଛନ୍ତି।

ଫଳରେ ଅନ୍ୟମାନଙ୍କ ତୁଳନାରେ ଜୁଆଙ୍ଗଙ୍କ ବିକାଶ ହୋଇ ପାରିନାହିଁ।

ସପ୍ତାହରେ ଥରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରୁ ତାମିଲନାଡୁ,କେରଳ ଗୁଜରାଟକୁ ଦାଦନ ଏକ୍ସପ୍ରେସ ନାମରେ ଏକ ବସ ଚାଲିବା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି।

ତାମିଲନାଡୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବିରଳ ଜୁଆଙ୍ଗ ଜନଜାତିର ଲୋକଙ୍କ  ନଗ୍ନ ଚିତ୍ର ସାରା ଦେଶରେ ନିନ୍ଦିତ କରିଛି।

ଆଗାମୀ ଦିନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ପୂର୍ବରୁ ୧୪ ଜଣକ ମୃତ୍ୟୁ ଘଟିଥିବା ବେଳେ କେବଳ ୧୩ ଜଣ କେନ୍ଦୁଝର ଜିଲ୍ଲାର ରହିଛନ୍ତି।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ୍ ବରେଇଗୋଡା ପଞ୍ଚାୟତ ରେବଣା ଗ୍ରାମର ପାଣୁଆ ଜୁଆଙ୍ଗଙ୍କ ଝିଅ ରୋହଣୀ ଜୁଆଙ୍ଗ(୨୩)ଙ୍କ ମୃତ୍ୟୁ ଘଟିଛି।

ଫଳରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ଆହୁରି ୪/୫ ଜଣ ଚିକିତ୍ସିତ ହେଉଛନ୍ତି।

"