OSCSC Foundation Day ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସ

Sep 03, 2026 - 20:11
OSCSC Foundation Day ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସ

"ଭୁବନେଶ୍ୱର:  ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ଯୋଗାଣ ନିଗମ (ଓଏସ୍‌ସିଏସ୍‌ସି)ର ୪୭ତମ ପ୍ରତିଷ୍ଠା ଦିବସ ଆଜି(ଗୁରୁବାର) ନିଗମ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।Advertisment Rice auction: ଚାଉଳ ନିଲାମ କରିବେ ସରକାର: ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ବିକ୍ରି ପାଇଁ ଯୋଗାଣ ନିଗମକୁ ନିର୍ଦ୍ଦେଶ  ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ।

ନିଜ ବକ୍ତବ୍ୟରେ ସେ କହିଥିଲେ, ଚାଷୀମାନଙ୍କ ଧାନ ସଂଗ୍ରହଠାରୁ ଆରମ୍ଭ କରି ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ।

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଠିକଣା ସମୟରେ ରାସନ ସାମଗ୍ରୀ ପ୍ରଦାନ କରିବାରେ ସଫଳ ହୋଇଛି।

ନିଗମର ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆଧାର ଆଧାରିତ ପଞ୍ଜିକରଣଠାରୁ ଆରମ୍ଭ କରି ଠିକଣା ସମୟରେ ଧାନ ସଂଗ୍ରହ ଓ ଦେଶରେ ପ୍ରମୁଖ ରାଜ୍ୟ ଭାବେ ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛି।

୨୪ କୋଟି ଟଙ୍କାର ଧାନ ଚଳୁ, ୧୦ ବର୍ଷ ପରେ ବି ଯୋଗାଣ ନିଗମ ଫେରିପାଉନି କଷ୍ଟମ୍‌ ମିଲିଂ ଚାଉଳ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଖାଦ୍ୟ ନିଗମର ସାଧାରଣ ପରିଚାଳକ ନିହାର ରଞ୍ଜନ ପ୍ରଧାନ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ବେହୁରା ଯୋଗଦେଇ ନିଗମର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ ।

ସାଧାରଣ ପରିଚାଳକ ଏଲୋରା ସାମଲ, ପ୍ରଣତି ପ୍ରିୟଦର୍ଶିନୀ, ବିତ୍ତ ପରାମର୍ଶଦାତା ଦେବରାଜ ମଣ୍ଡଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଧାନକିଣି ୮ ବର୍ଷ ହେଲା ଯୋଗାଣ ନିଗମର ଦେଢ଼ କୋଟି ବାକି; ଖିଲାପି ମିଲର୍‌ ଓ ଅଧିକାରୀଙ୍କୁ ସୁରକ୍ଷା ଦେଉଛି କିଏ?

ଏହି ଅବସରରେ ବିଭାଗୀର ମାସିକ ସଂକ୍ଷିପ୍ତ ପୁସ୍ତିକା "ଯୋଗାଣ ଦର୍ପଣ" ଉନ୍ମୋଚନ କରାଯାଇଥିଲା।

ଗତ ଆର୍ଥିକ ବର୍ଷରେ  ଅବସର ଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ନିଗମର ଅର୍ଥ ସାଧାରଣ ପରିଚାଳକ ବିବେକାନନ୍ଦ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।

ସାଧାରଣ ପରିଚାଳକ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)