OPSC Doctor Recruitmen: ଓପିଏସ୍‌ସି ଡାକ୍ତର ନିଯୁକ୍ତିରେ ବିଳମ୍ବ, ଲୋୟର ପିଏମଜିରେ ଡାକ୍ତରଙ୍କ ପ୍ରତିବାଦ

Jun 09, 2026 - 16:19
OPSC Doctor Recruitmen: ଓପିଏସ୍‌ସି ଡାକ୍ତର ନିଯୁକ୍ତିରେ ବିଳମ୍ବ, ଲୋୟର ପିଏମଜିରେ ଡାକ୍ତରଙ୍କ ପ୍ରତିବାଦ

"ଭୁବନେଶ୍ବର: ଓପିଏସ୍‌ସି ପକ୍ଷରୁ ଡାକ୍ତର ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ।

ଲୋୟର ପିଏମ୍‌ଜିରେ ଡାକ୍ତରଙ୍କ ପ୍ରତିବାଦ ।

ସୂଚନା ଅନୁସାରେ ଗତବର୍ଷ ୫ ହଜାର ଡାକ୍ତର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପରୀକ୍ଷାରେ ୧୮୪୦ ଜଣଙ୍କ ଚୟନ ହୋଇଥିଲା ।

କାଗଜପତ୍ର ଯାଞ୍ଚ ପରେ ୧୭ଶହ ପ୍ରାର୍ଥୀଙ୍କ ତାଲିକା ବି ପ୍ରକାଶ ପାଇଥିଲା ।

ମାତ୍ର ଏହି ନିଯୁକ୍ତିକୁ ନେଇ କୋର୍ଟରେ ମାମଲା ହେବା ପରେ ଅଟକିଥିଲା ନିଯୁକ୍ତି ପ୍ରକ୍ରିୟା ।Advertisment ୫୦ ପ୍ରତିଶତ ନିଯୁକ୍ତି ଦିଆଯିବ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ୫୦ ପ୍ରତିଶତ ନିଯୁକ୍ତି ଦିଆଯିବ ।

ପରବର୍ତ୍ତୀ ସମୟରେ ବଳକା ୫୦ ପ୍ରତିଶତ ନିଯୁକ୍ତି ପାଇବେ ।

ଏହି ପ୍ରକ୍ରିୟାରେ ଓପିଏସ୍‌ସି ପକ୍ଷରୁ ୮୨୨ ଜଣଙ୍କ ତାଲିକା ପ୍ରକାଶ ହୋଇଥିଲା ।

ହେଲେ ଏହି ତାଲିକା ବାହାରିବାରୁ ୧ ବର୍ଷ ବିତିଥିଲେ ବି ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।

ଏହାକୁ ବିରୋଧ କରି ଡାକ୍ତରମାନେ ଆଜି ପ୍ରତିବାଦକୁ ଓହ୍ଲାଇଛନ୍ତି ।

ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ସେମାନେ ଦାବି କରିଛନ୍ତି ।

Pilots Rescued: ହର୍ମୁଜ୍ ନିକଟରେ ଆମେରିକୀୟ ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ସୁରକ୍ଷିତ ଉଦ୍ଧାର "