Operation Sindoor: ‘ଅପରେସନ୍‌ ସିନ୍ଦୂର’ର ୧୫ ମାସ ପରେ ପାକିସ୍ତାନ ଜୈସ୍‌ର ବାହାୱଲପୁର କମ୍ପ୍ଲେକ୍ସ ପୁନଃନିର୍ମାଣ କଲା

Aug 23, 2026 - 18:27
Operation Sindoor: ‘ଅପରେସନ୍‌ ସିନ୍ଦୂର’ର ୧୫ ମାସ ପରେ ପାକିସ୍ତାନ ଜୈସ୍‌ର ବାହାୱଲପୁର କମ୍ପ୍ଲେକ୍ସ ପୁନଃନିର୍ମାଣ କଲା

"ଇସଲାମାବାଦ: ପାକିସ୍ତାନ "ଅପରେସନ ସିନ୍ଦୂର"ରୁ କିଛି ଶିକ୍ଷା ଗ୍ରହଣ କରିଥିବା ପରି ମନେହେଉନି।

ପାକିସ୍ତାନ ପଞ୍ଜାବ ପ୍ରଦେଶର ବାହାୱଲପୁରରେ ଥିବା ଜୈସ-ଏ-ମହମ୍ମଦ (ଜେଇଏମ୍)ର କୁଖ୍ୟାତ ମର୍କଜ୍ ସୁଭାନାଲ୍ଲାହ କମ୍ପ୍ଲେକ୍ସର ପୁନଃନିର୍ମାଣ କରିଛି ବୋଲି ଜଣାପଡିଛି।Advertisment ମେ" ୨୦୨୫ "ଅପରେସନ୍ ସିନ୍ଦୂର"ରେ ଭାରତ ଏହି କମ୍ପ୍ଲେକ୍ସକୁ ଟାର୍ଗେଟ କରିଥିଲା।

ତେବେ ୧୫ ମାସ ପରେ ପାକିସ୍ତାନ ସେହି ସ୍ଥାନର ପୁନଃ ନିର୍ମାଣ ଶେଷ କରିଥିବାର ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

ଭିଡିଓ ଓ ଫଟୋରୁ ସମ୍ପୃକ୍ତ କମ୍ପ୍ଲେକ୍ସର ଗମ୍ବୁଜ ଓ ଭିତର କେନ୍ଦ୍ରୀୟ ହଲକୁ ସଦ୍ୟ ପ୍ଲାଷ୍ଟର କରାଯାଇଥିବା କାନ୍ଥ, ରଙ୍ଗ ଓ ଆମଦାନୀ ହୋଇଥିବା ମାର୍ବଲ ସହିତ ପୁନଃନିର୍ମାଣ କରାଯାଇଛି ବୋଲି ଦେଖିବାକୁ ମିଳିବ।

ଆହୁରି ପଢନ୍ତୁ : India-USA: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ନୀତିଗତ ଭାବେ ଚୂଡ଼ାନ୍ତ ହୋଇଛି: ଗୋର୍‌ ଜାତିସଂଘ ଦ୍ବାରା ଆତଙ୍କବାଦୀ ସଙ୍ଗଠନ ଘୋଷିତ ଜୈସ୍‌ ଏ-ମହମ୍ମଦର ମସୁଦ ଆଝାର ଏହି କମ୍ପ୍ଲେକ୍ସକୁ ବ୍ୟବହାର କରୁଥିଲା। "ଅପରେସନ ସିନ୍ଦୂର"ରେ କମ୍ପ୍ଲେକ୍ସକୁ ବ୍ୟାପକ କ୍ଷତି ଘଟିଥିଲା ଓ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା।

କିନ୍ତୁ ଭାରତ ଆକ୍ରମଣର ମାତ୍ର ୧୫ ମାସ ପରେ ଏହାକୁ ନୂଆ କରି ଗଠନ କରାଯାଇଛି।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଜୈସ୍‌କୁ ପ୍ରାୟ ୨୫ କୋଟି ପାକିସ୍ତାନୀ ଟଙ୍କା ଦେଇଥିଲା।

ଏଥିମଧ୍ୟରୁ ପ୍ରାୟ ୧୧ କୋଟି ପାକିସ୍ତାନୀ ଟଙ୍କା କେବଳ ବାହାୱଲପୁରର ମର୍କଜ ସୁଭାନାଲ୍ଲାହ କମ୍ପ୍ଲେକ୍ସ ପୁନଃନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା।

ସୂତ୍ର ଅନୁସାରେ, ଅସୁସ୍ଥତା ଯୋଗୁଁ ମସୁଦ ଆଝାରକୁ ଜୈସ ନେତୃତ୍ୱ ଦ୍ୱାରା ଦୂରେଇ ରଖାଯାଇଛି।

ମୁଖ୍ୟାଳୟ ଦାୟିତ୍ବ ତା"ର ଭାଇ ତଲହା ଅଲ-ସୈଫ ଓ ମୋହିନୁଦ୍ଦିନ ଔରଙ୍ଗଜେବ ଓରଫ ଅମ୍ମାର ଆଲଭିଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଆଝାର, ତା"ର ଭାଇ ରୌଫ ଅସଗର ସହିତ ସିନ୍ଧ ପ୍ରଦେଶର ନବାବଶାହ ଜିଲ୍ଲାରେ ରହୁଛି।

ଯେଉଁଠାରେ ସେମାନଙ୍କୁ ପାକିସ୍ତାନ ସରକାର ସୁରକ୍ଷା ପ୍ରଦାନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)