Openaai: ଓପନଏଆଇ ଦକ୍ଷିଣ ପୂର୍ବ ଏସିଆର ଉପସଭାପତି ହେଲେ ସନ୍ଧ୍ୟା ଦେବନାଥନ
"ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ଫେସବୁକ୍ର ମୂଳ କମ୍ପାନି ମେଟାର ଉପସଭାପତି ଦାୟିତ୍ବ ସମ୍ଭାଳୁଥିବା ସନ୍ଧ୍ୟା ଦେବନାଥନ ଓପନଏଆଇରେ ଯୋଗଦେବେ।
ସେ ଓପନଏଆଇର ଉପସଭାପତି (ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ) ହେବେ।
ଦୀର୍ଘ ୧ ଦଶନ୍ଧିରୁ ଅଧିକ ସମୟ ଧରି ସେ ମେଟାରେ କାମ କରିଛନ୍ତି।
ଓପନଏଆଇରେ କାର୍ଯ୍ୟ କରିବା ସମୟରେ ସେ ସିଙ୍ଗାପୁରରେ ଅବସ୍ଥାପିତ ହେବେ ଏବଂ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳ) କିରଣ ମଣିଙ୍କୁ ରିପୋର୍ଟ କରିବେ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
