OPD closed on Wednesday: ବୁଧବାର ଡାକ୍ତରଙ୍କ ଘଣ୍ଟିକିଆ ଓପିଡି ବନ୍ଦ: ମାଲକାନଗିରିରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ
"ଭୁବନେଶ୍ବର: ମାଲକାନଗିରିରେ ଡାକ୍ତରଙ୍କୁ ମାଡ଼ ଘଟଣାରେ ଉଦ୍ବେଗ ପ୍ରକାଶ କରିଛି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା)।
ଏହି ଘଟଣାରେ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ଏ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।
ଆସନ୍ତା ମଙ୍ଗଳବାର ଭିତରେ ସେମାନେ ଗିରଫ ନ ହେଲେ ବୁଧବାର ଦିନ ଘଣ୍ଟାଏ ରାଜ୍ୟବ୍ୟାପୀ ଓପିଡି (ବହିର୍ବିଭାଗ) ବନ୍ଦ ରହିବ ବୋଲି ଓମ୍ସା ପକ୍ଷରୁ କୁହାଯାଇଛି।
ଆଜି ଓମ୍ସାର ଆକ୍ସନ୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ମାଲକାନଗିରି ଓ ଆସନ୍ତା ଜୁଲାଇ ପହିଲା ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା।
ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ମାଲାକାନଗିରିରେ ଡାକ୍ତରଙ୍କ ଉପରେ ବର୍ବୋରୋଚିତ ଆକ୍ରମଣ ହୋଇଛି।
୪୮ ଘଣ୍ଟା ଭିତରେ ମୁଖ୍ୟ ଆସାମୀ ଗିରଫ ନ ହେଲେ ବୁଧବାର ସକାଳ ୯ରୁ ୧୦ଟା ଓପିଡି ବନ୍ଦ ରହିବ।
ଏହାସହ ଡାକ୍ତରଙ୍କ ବିଭିନ୍ନ ଦାବି ନେଇ ଗତ ଦେଢ଼ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ସହ ବହୁବାର ଆଲୋଚନା ହୋଇଛି।
Advertisment Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଏ ପର୍ଯ୍ୟନ୍ତ ଗୋଟିଏ ଦାବି ପୂରଣ ହେଲାନାହିଁ।
ତେଣୁ ଜୁଲାଇ ୧ ବା ଡାକ୍ତର ଦିବସରେ ଡାକ୍ତରମାନେ ସେବା ପ୍ରଦାନରୁ ନିବୃତ୍ତ ରହିବେ।
ସାଧାରଣ ସଂପାଦକ ଡା.ସଞ୍ଜୀବ ପ୍ରଧାନ କହିଛନ୍ତି, ଗତ ଜାନୁଆରି ୯ତାରିଖରେ ଡାକ୍ତରଙ୍କ କ୍ୟାଡର୍ ପୁନର୍ଗଠନ, ଲେବଲ୍ ୧୫ ପେ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏକ୍ଜିଟି ନୀତି, ଦନ୍ତ ଡାକ୍ତରଙ୍କୁ ପ୍ରୋତ୍ସାହନ ଭତ୍ତା, ବୀମା ଓ ଡାକ୍ତରଙ୍କୁ ସୁରକ୍ଷା ଭଳି ଦାବି ଉପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହୋଇଥିଲା।
୨-୩ ମାସ ଭିତରେ ପ୍ରତିଶ୍ରୁତି ପାଳନ କରାଯିବ ବୋଲି କୁହାଯାଇଥିଲା।
ହେଲେ ସରକାର ୬ ମାସରେ ମଧ୍ୟ ଦାବି ପୂରଣ କରିନାହାନ୍ତି।
ତେଣୁ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି।
Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା "