Once with Mahasweta: ମହାଶ୍ବେତାଙ୍କ ସହ ଥରେ
"ଯେଉଁ କେତେ ଜଣ ନାୟିକା ନିଜର ଅଭିନୟର ମାୟାରେ ଓଡ଼ିଆ ଦର୍ଶକଙ୍କୁ ଦଶନ୍ଧି ଦଶନ୍ଧି ଧରି ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି, ସେ ମଧ୍ୟରୁ ମହାଶ୍ବେତା ରାୟ ଅନ୍ୟତମ।
ସତୁରି ଦଶକରେ ନାୟିକା ଭାବେ ଆରମ୍ଭ ହୋଇଥିବା ତାଙ୍କର ଅଭିନୟ ଯାତ୍ରା ଏବେ ଅର୍ଦ୍ଧଶତାବ୍ଦୀ ପୂରଣ କରିଛି।
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି "ଶେଷ ଶ୍ରାବଣ"ରେ ନାୟିକା ଭାବେ ପଦାର୍ପଣ କରି ଏଯାବତ୍ ଗୋଟାଏ ପରେ ଗୋଟାଏ ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି ସେ।
ନାୟିକା ଭାବେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ପରେ ଚରିତ୍ର ଅଭିନୟକୁ ଆସି ମହାଶ୍ବେତା ନିଜକୁ ପୁଣି ଥରେ ସର୍ବୋତ୍ତମ ବୋଲି ପ୍ରମାଣିତ କରିଛନ୍ତି।
ଆସନ୍ତା ଜୁଲାଇ ୨ରେ ୬୪ ବର୍ଷରେ ପଦାର୍ପଣ କରୁଥିବା ମହାଶ୍ବେତା ଓଲିଉଡ୍ର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଥିବା ବେଳେ କେତେକ ନିର୍ଦ୍ଦେଶକଙ୍କ ସହ କେବଳ ଥରଟିଏ କାମ କରିଛନ୍ତି।Advertisment Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି ଶିବଶଙ୍କର ଓଝା "ରାମାୟଣ", "କାବେରୀ", "ସ୍କୁଲ ମାଷ୍ଟର", "ତୁଣ୍ଡବାଇଦ" ଓ "ଗାରେ ସିନ୍ଦୂର ଧାରେ ଲୁହ" ଭଳି କ୍ଲାସିକ ଓଡ଼ିଆ ଛବି ଭେଟି ଦେଇଥିବା ଜୟଦେବ ପୁରସ୍କାରପ୍ରାପ୍ତ ଗୋବିନ୍ଦ ତେଜଙ୍କର କେବଳ ଗୋଟିଏ ସିନେମାରେ ଅଭିନୟ କରିଛନ୍ତି ମହାଶ୍ବେତା।
୧୯୮୪ରେ ମୁକ୍ତିପ୍ରାପ୍ତ ସୁପରହିଟ୍ ଛବି "କାବେରୀ"ରେ ମହାଶ୍ବେତା ଶୀର୍ଷକ ଭୂମିକା ନିଭାଇଥିଲେ ଏବଂ ଏଥିରେ ନାୟକ ଭୂମିକାରେ ଥିଲେ ଶ୍ରୀରାମ ପଣ୍ଡା।ସେହିପରି ପ୍ରଥମ ଜୟଦେବ ପୁରସ୍କାରପ୍ରାପ୍ତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଧୀର ବିଶ୍ବାଳ କେବଳ ଗୋଟିଏ ଛବିେର ମହାଶ୍ବେତାଙ୍କୁ ନିର୍ଦ୍ଦେଶନା ଦେଇଥିଲେ, ତାହା ଥିଲା ୧୯୭୯ର ମ୍ୟୁଜିକାଲ୍ ହିଟ୍ "ଗୌରୀ"।
ଏଥିରେ ମହାଶ୍ବେତାଙ୍କ ବିପକ୍ଷରେ ଥିଲେ ପ୍ରଶାନ୍ତ ନନ୍ଦ।
Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର କେବଳ ଗୋଟିଏ ସିନେମା "ଶୀତରାତି"ରେ ମହାଶ୍ବେତା ଅଭିନୟ କରିଥିଲେ।
ସେହିପରି ଶରତ ପୂଜାରୀଙ୍କ ନିର୍ଦ୍ଦେଶିତ "ଅଶାନ୍ତଗ୍ରହ" ଏବଂ ସୂର୍ଯ୍ୟ ମିଶ୍ର ଓ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ "ଉଲକା"ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ମହାଶ୍ବେତା।
ବହୁ ସଫଳ ଛବି ନିର୍ମାଣ କରିଥିବା ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କର କେବଳ ଗୋଟିଏ ସିନେମାରେ ଅଭିନୟ କରିଥିଲେ ମହାଶ୍ବେତା, ତାହା ଥିଲା ୧୯୯୧ରେ ମୁକ୍ତିପ୍ରାପ୍ତ "ତୋ ବିନୁ ଅନ୍ୟ ଗତି ନାହିଁ"।
ଏହି ଛବିରେ ଶ୍ରୀରାମ ପଣ୍ଡା ଓ ଉତ୍ତମ ମହାନ୍ତି ନାୟକ ଭୂମିକାରେ ଥିଲେ।ଓଲିଉଡ୍ର ରିଂ ମାଷ୍ଟର ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ "ଭାଗ୍ୟ ହାତେ ଡୋରୀ" ଛବିରେ ମହାଶ୍ବେତା ଅଭିନୟ କରିଥିଲେ।
ଏହାପରେ ହରଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଛବିରେ ମହାଶ୍ବେତାଙ୍କୁ ଦେଖିବାକୁ ମିଳି ନ ଥିଲା।
ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀରୁ ନିର୍ଦ୍ଦେଶକ ବନିଥିବା ଶିଶିର ମୋହନ ପତି ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା "ପଞ୍ଚୁପାଣ୍ଡବ"ରେ ମହାଶ୍ବେତାଙ୍କୁ ନେଇଥିଲେ।
ଏଥିରେ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ନାୟିକା ଥିଲେ ମହାଶ୍ବେତା।
ଏହା ପରେ ସେ "ମାଆ ପରି କିଏ ହେବ" ଓ "ଏଇଠି ସ୍ବର୍ଗ ଏଇଠି ନର୍କ" ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ଏଥିରେ ମହାଶ୍ବେତା ଅଭିନୟ କରି ନ ଥିଲେ। "ଜୀବନସାଥୀ", "ବାବୁ ପର୍ଶୁରାମ", "ମା ଓ ମମତା" ଓ "ମୋ ସୁନାପୁଅ"ର ନିର୍ଦ୍ଦେଶକ ଜ୍ୟୋତିପ୍ରକାଶଙ୍କ ଶେଷ ସିନେମା "ମୋ ସୁନାପୁଅ"ରେ ମହାଶ୍ବେତାଙ୍କୁ ଦେଖିବାକୁ ମିଳିଥିଲା। "ସୁନାହରିଣୀ"ରୁ ନେଇ "କେମିତି ଏ ସଂପର୍କ" ଯାଏଁ ୧୦ରୁ ଅଧିକ ସିନେମାର ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କର କେବଳ ଗୋଟିଏ ଛବି "କୁଳନନ୍ଦନ" (୨୦୦୩)ରେ ହିଁ ମହାଶ୍ବେତାଙ୍କୁ ଦେଖିବାକୁ ମିଳିଥିଲା।
ସେହିପରି ପି.ଡି.
ସେନୟଙ୍କ "ସପନ ବଣିକ", କୁମାର ଆନନ୍ଦଙ୍କ "ଚିହ୍ନା ଅଚିହ୍ନା", ପ୍ରଫୁଲ୍ଲ ରଥଙ୍କ "ପଳାତକ", ସୁଧାକର ବସନ୍ତଙ୍କ "ସାଥୀ ତୁ ଫେରି ଆ", ଶୈଳେନ୍ଦ୍ର ମିଶ୍ରଙ୍କ "ଦେଲେ ଧରା କଥା ସରେ", ପ୍ରଦୀପ ଭୋଳଙ୍କ "ଚିନି", କେ ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶନାରେ "ଜଗା ହାତରେ ପଘା" ଓ ଏସ୍.କେ ମୁରଲୀଧରନଙ୍କ "ଟାର୍ଗେଟ୍"ରେ ନଜର ଆସିଥିଲେ ମହାଶ୍ବେତା।
ଏଣେ ମହାଶ୍ବେତା ହିମାଂଶୁ ଦାସଙ୍କ "ମୁକ୍ତିତୀର୍ଥ", ଏସ୍ ଦିଲୀପ ପଣ୍ଡାଙ୍କ "ତୁ ଥିଲେ ମୋ ଡର କାହାକୁ", ବରଦା ପ୍ରସନ୍ନ ତ୍ରିପାଠୀଙ୍କ "ସୁପରଷ୍ଟାର୍ ଏ ଡ୍ରିମ୍", ସରୋଜ ଶତପଥୀଙ୍କ "କେମିତି ଏ ବନ୍ଧନ" ଓ ଜିତ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ "ଡିଅର୍ ପୁରୁଷ"ରେ ଅଭିନୟ କରିଛନ୍ତି।"