Husband Kills wife: ପ୍ରେମ ବିବାହ ପରେ ବି ପରକିୟା, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ
"ଝାରସୁଗୁଡ଼ା: ପ୍ରେମ ବିବାହ ପରେ ବି ପରକିୟା ପ୍ରୀତି ସନ୍ଦେହକୁ ନେଇ ଦାମ୍ପତ୍ଯ ଜୀବନରେ କଳହ ଆଉ ପରେ ହତ୍ୟାକାଣ୍ଡ।
ସଦର ଥାନା ହଂସାମୁରା କଟାପାଲିରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ।
ଘଟଣାରେ ଅଭିଯୁକ୍ତ ସ୍ବାମୀରାହୁଲ ବାଗ(୨୮)କୁ ଗିରଫ କରିଛି ପୁଲିସ।Advertisment ଉଭୟଙ୍କ ଅଢେଇ ବର୍ଷର ଏକ ସନ୍ତାନ ମଧ୍ଯ ଅଛି ରାହୁଲ ବାଗ ଏବଂ ସୌଦାମିନୀ କିସାନ (୨୮) ପ୍ରାୟ ତିନି ବର୍ଷ ତଳେ ପ୍ରେମ ବିବାହ କରିଥିଲେ।
ଉଭୟଙ୍କ ଅଢେଇ ବର୍ଷର ଏକ ସନ୍ତାନ ମଧ୍ଯ ଅଛି।
ତେବେ ସ୍ବାମୀ ଅନ୍ୟ ଝିଅ ସହିତ ପ୍ରେମ ସମ୍ପର୍କରେ ଥିବା ନେଇ ସ୍ତ୍ରୀ ସୌଦାମିନୀ ସନ୍ଦେହ କରିବାରୁ ଉଭୟଙ୍କ ମଧ୍ଯରେ କଳହ ଲାଗି ରହି ଆସିଥିଲା।
ଆଜି ସକାଳେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିବା ବେଳେ ରାହୁଲ ବାଡିରେ ପିଟି ପିଟି ସ୍ତ୍ରୀ ସୌଦାମିନୀକୁ ହତ୍ୟା କରି ଦେଇଛି।
ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଲାଇଥିବା ବେଳେ ରାହୁଲକୁ ଗିରଫ କରିଛି।
Maoists: କାଲିମେଳାରୁ ମାଟି ତଳୁ ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ "