Paddy cultivation: ବର୍ଷାଭାବ ପରେ ଅନିଶ୍ଚିତତାରେ ଧାନଚାଷ: ବିକଳ୍ପ ଚାଷ ପାଇଁ ସଜବାଜ ଚାଷୀ
ରାଉରକେଲା: ସ୍ବଳ୍ପ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଧାନଚାଷ ବହୁମାତ୍ରାରେ ପ୍ରଭାବିତ ହେଲାଣି। ଜୁନ୍ ମାସରେ ୭୭ ପ୍ରତିଶତ ବର୍ଷା ଅଭାବ ଚାଷୀକୁଳକୁ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି। ଫଳରେ ଚାଷୀ ଧାନ ଅପେକ୍ଷା ପନିପରିବା, ଡାଲିଜାତୀୟ ଚାଷ ଆଡ଼କୁ ମୁହାଁଇଲେଣି। ଏମିତିକି ବର୍ଷା ଆହୁରି ବିଳମ୍ବ ହେବା ଆଶଙ୍କା ଥିବାରୁ ଜିଲ୍ଲା କୃଷି ବିଭାଗ ଜରୁରିକାଳୀନ ଆକସ୍ମିକ ଯୋଜନା (କଣ୍ଟିଜେନ୍ସି ପ୍ଲାନ୍) ପାଇଁ ପ୍ରସ୍ତୁତ ହେଉଛନ୍ତି।
Fish farming: କିମାଶ୍ଚର୍ଯ୍ୟମ୍: ମଲ୍ରେ ମାଛମରା ସୁବିଧା
ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ୍ ଯଥା ବଣାଇ, ଗୁରୁଣ୍ଡିଆ, କୁଆରମୁଣ୍ଡା, କୁତ୍ରା ଓ ଲେଫ୍ରିପଡ଼ା ବ୍ଲକ୍ରେ ଧାନଚାଷ ଆରମ୍ଭ ହୋଇ ପାରିନଥିବାବେଳେ ନୂଆଗାଁ, ସୁନ୍ଦରଗଡ଼ ସଦର, ବଡ଼ଗାଁ ଓ ଟାଙ୍ଗରପାଲିରେ ଚାଷ ପରିମାଣ ଅତି ନଗଣ୍ୟ। କେବଳ ନିଶ୍ଚିତ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଅଳ୍ପସଂଖ୍ୟକ ଚାଷୀ ତଳି ପକାଇବା କାମ ଆରମ୍ଭ କରିଥିବାବେଳେ କିଛି ଚାଷୀ ଆଗକୁ ଭଲ ବର୍ଷା ହେବା ଆଶାରେ ସିଧାସଳଖ ବିହନ ବୁଣିବା ଆରମ୍ଭ କରିଦେଇଛନ୍ତି। ଯଦି ଆଗାମୀ ୭/୮ ଦିନ ମଧ୍ୟରେ ବର୍ଷା ନହୁଏ, ତେବେ ବୁଣାଯାଇଥିବା ବିହନଗୁଡ଼ିକ ଫୁଲିଯିବା ସହ ଆଦୌ ଗଜା ହେବନାହିଁ। ଅପରପକ୍ଷରେ ଏଲ୍ ନିନୋ ପ୍ରଭାବରେ କୃଷି ବ୍ୟବସ୍ଥା ବାଧାପ୍ରାପ୍ତ ହେବା ପରିସ୍ଥିତିକୁ ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନ ଆକସ୍ମିକ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। କିଛି ଦିନ ପୂର୍ବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ଼ କିରେଇସ୍ଥିତ ଆଞ୍ଚଳିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କେନ୍ଦ୍ର (ଆର୍ଆର୍ଟିଟିଏସ୍) ଦ୍ୱାରା ପ୍ରସ୍ତୁତ ଜିଲ୍ଲାର ଆକସ୍ମିକ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ, ଯଦି ବର୍ଷା ଆଉ ୨ ସପ୍ତାହ ବିଳମ୍ବ ହୁଏ, ତେବେ ମଧ୍ୟମ ଅବଧିର ଧାନ, ମାଣ୍ଡିଆ ଓ କିଛି ନିର୍ଦ୍ଦିଷ୍ଟ ପନିପରିବା ଚାଷ ଉପରେ ଗୁରୁତ୍ୱ ଦିଆଯିବ। ଯଦି ବର୍ଷା ଆହୁରି ଅଧିକ ବିଳମ୍ବ ହୁଏ, ତେବେ ଚାଷୀମାନଙ୍କୁ ଧାନଚାଷ ପରିମାଣ କମାଇ କିଛି ନିର୍ଦ୍ଦିଷ୍ଟ କିସମର ସିଧାସଳଖ ବୁଣାଧାନ ସହିତ ବାଜରା, ତୈଳବୀଜ ଓ ପନିପରିବା ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯିବ।
Farmer Death: ବିଷପିଇ ପ୍ରାଣ ହାରିଲେ ଚାଷୀ: କ୍ଷତିପୂଣ ପାଇଁ ଜାତୀୟ ରାଜପଥ ଅବରୋଧ
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜିଲ୍ଲାରେ ମୋଟ୍ ୧,୯୮,୪୦୦ ହେକ୍ଟର ଜମିରେ ଧାନଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିମଧ୍ୟରୁ ବାଲିଶଙ୍କରା ବ୍ଲକ୍ରେ ୧୧୮୧୮ ହେକ୍ଟରରେ ଧାନଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବଣାଇଗଡ଼ରେ ୧୧୧୧୫ ହେକ୍ଟର, ବଡ଼ଗାଁରେ ୧୦୩୦୯ ହେକ୍ଟର, ବିଶ୍ରାରେ ୫୦୩୬ ହେକ୍ଟର, ଗୁରୁଣ୍ଡିଆରେ ୧୧୪୭୨ ହେକ୍ଟର, ହେମଗିରରେ ୧୨୪୮୧ ହେକ୍ଟର, କୋଇଡ଼ାରେ ୯୨୮୮ ହେକ୍ଟର, କୁଆରମୁଣ୍ଡାରେ ୧୪୫୯୯ ହେକ୍ଟର, କୁତ୍ରାରେ ୧୦୭୨୫ ହେକ୍ଟର, ଲହୁଣିପଡ଼ାରେ ୧୨୩୬୪ ହେକ୍ଟର, ଲାଠିକଟାରେ ୧୭୩୮୧ ହେକ୍ଟର, ଲେଫ୍ରିପଡ଼ାରେ ୧୦୮୨୫ ହେକ୍ଟର, ନୂଆଗାଁରେ ୧୬୩୬୬ ହେକ୍ଟର, ରାଜଗାଙ୍ଗପୁରରେ ୯୮୩୨ ହେକ୍ଟର, ସବଡେଗାରେ ୧୦୭୬୮ ହେକ୍ଟର, ଟାଙ୍ଗରପାଲିରେ ୧୧୧୫୮ ହେକ୍ଟର ଓ ସୁନ୍ଦରଗଡ଼ ସଦର ବ୍ଲକ୍ରେ ୧୨୮୬୩ ହେକ୍ଟରରେ ଧାନଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି।