Ollywood: ଭିନ୍ନ ଲୁକ୍‌ରେ ଓଲିଉଡ ନାୟିକା ସୁପ୍ରିୟା

Aug 11, 2026 - 09:29
Ollywood: ଭିନ୍ନ ଲୁକ୍‌ରେ ଓଲିଉଡ ନାୟିକା ସୁପ୍ରିୟା

"ଭୁବନେଶ୍ବର: ଚଳିତ ବର୍ଷ ଓଲିଉଡର ଲୋକପ୍ରିୟ ନାୟିକା ସୁପ୍ରିୟାଙ୍କ ପାଇଁ ଏକ ଉଲ୍ଲେଖନୀୟ ବର୍ଷ।

କାରଣ ସେ "ପୁଷ୍କରା" ଛବି ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି।

ଏଥିରେ ପ୍ରଥମ ଥର ଲାଗି ସେ ସୋବର ବୟ ସବ୍ୟସାଚୀଙ୍କ ସହ ନଜର ଆସିଥିଲେ।

ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ "ନାଦବିନ୍ଦୁ" ଉପରେ ଆଧାରିତ।

ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

ରମେଶ ବାରିକ ଏହାର ନିର୍ମାତା।

ତେଣେ ତାଙ୍କ ଅଭିନୀତ "ଶିକାର " ବି ସୁପରହିଟ୍ ହୋଇଛି।

ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶକ।

ପ୍ରିୟବ୍ରତ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ।Advertisment ଦୁଇଟି ସିନେମା ରିଲିଜ୍ ଅପେକ୍ଷାରେ ଏଣେ ସୁପ୍ରିୟାଙ୍କ ଅଭିନୀତ ଦୁଇଟି ସିନେମା ରିଲିଜ୍ ଅପେକ୍ଷାରେ ରହିଛି।

ଏଥିମଧ୍ୟରୁ ଗୋଟିଏ ହେଲା କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ "ରାମରାଜ୍ୟ"।

୨୦୨୩ରେ ମୁକ୍ତିଲାଭ କରିଥିବା "କଟକ ଶେଷରୁ ଆରମ୍ଭ"ର ଏହା ସିକ୍ବେଲ୍ ।ଏହି ସିନେମାରେ ପ୍ରେମ ପରିଜା, ରୋହିତ ରାୟ, ଅଭିଷେକ ପଣ୍ଡା, ପୁନମ୍, ଚୌଧୁରୀ ଜୟପ୍ରକାଶ ଦାସ, ଜ୍ୟୋତି ମିଶ୍ର, ରାଣୀ ପଣ୍ଡା, ଉଷସୀ ମିଶ୍ର, ବିଭାସ  ଓ ନିଜେ ପ୍ରଯୋଜକ ପ୍ରୀତମ୍ ପ୍ରମୁଖ ଅଭିନୟ କରିଛନ୍ତି।

ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍।

ଦିଲୀପ ଚୌଧୁରୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଅସଦ୍ ନିଜାମ୍ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏଣେ ସେ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ "କଙ୍କଣ"ରେ ବି ଅଭିନୟ କରୁଛନ୍ତି।

ଏଥିରେ ସଂପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିବେ ସୁପ୍ରିୟା।

ଖାଲି ସେତିକି ନୁହେଁ, ଏଥିରେ ତାଙ୍କର ଭୂମିକାଟି ନିଆରା।

Tiranga Jatra: "ତିରଙ୍ଗା ଯାତ୍ରା"ରେ ଦେଶପ୍ରେମର ଝଲକ, ସାମିଲ ହେଲେ ବିଧାୟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media