ollywood: ବାହାଘର ପରେ ଅଟକି ନାହାନ୍ତି ଏଲିନା

Aug 31, 2026 - 08:30
ollywood: ବାହାଘର ପରେ ଅଟକି ନାହାନ୍ତି ଏଲିନା

"ଭୁବନେଶ୍ବର: ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନା ଅଭିନୟ କ୍ଷେତ୍ରରେ ନିଜର ଯାତ୍ରା ଜାରି ରଖିଛନ୍ତି।

ବାହାଘର ପରେ ବି ସେ ବ୍ରେକ୍ ନ ନେଇ ସିନେମାରେ ଅଭିନୟ କରୁଛନ୍ତି।

ଗତବର୍ଷ ଦଶହରାରେ ତାଙ୍କ ଅଭିନୀତ "ଚ୍ୟାଲେଞ୍ଜ୍" ରିଲିଜ୍ ହୋଇଥିଲା।

ଏହାପରେ ତାଙ୍କୁ ଚଳିତ ବର୍ଷ ଶିଶିର-ପିନାକୀଙ୍କ ନିର୍ଦ୍ଦେଶିତ "ରକ୍ତ ଗୋଲାପ" ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ "ଶିକାର" ଭଳି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି।

ଏସବୁ ସିନେମାରେ ଦର୍ଶକ ତାଙ୍କୁ ପୂର୍ବ ଭଳି ଭଲ ପାଇବା ଦେଇଛନ୍ତି।Advertisment ୧୧ ବର୍ଷ ହେଲା ଅଭିନୟ ଜଗତରେ ସକ୍ରିୟ ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ବିଗତ ୧୧ ବର୍ଷ ହେଲା ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ।

ସେ ତରଙ୍ଗ ସିନେ ପ୍ରଡକସନ୍ସ ଦ୍ୱାରା ପ୍ରଯୋଜିତ "ଇଶ୍କ ତୁ ହି ତୁ"ରୁ କ୍ୟାରିଅର୍ ଆରମ୍ଭ କରିଥିଲେ।

ଏହାପରେ ତାଙ୍କୁ  "କେହି ନୁହେଁ କାହାର", "ଜଗା ହାତରେ ପଘା", "ଅଭୟ", "ଲଭ୍ ଷ୍ଟସେନ୍", "ମୁଁ ଖାଣ୍ଟି ଓଡ଼ିଆ ଝିଅ", "ଝିଅଟା ବିଗିଡ଼ିଗଲା", "ହାପି ଲକି", "କାବୁଲା ବାରବୁଲା", "ଫୋର୍ ଇଡିଅଟ୍ସ", ଇଶ୍କ ପୁଣି ଥରେ, "ଟୋକାଟା ଫସିଗଲା", "ଦିସ୍ ଇଜ୍ ସବୁ ମାୟାରେ ବାୟା", ଅରୁନ୍ଧତୀ, "ମାଲ ମହୁ ଜୀବନ ମାଟି" , ମାଲ୍ୟଗିରି, କେମିତି ଏ ସଂପର୍କ, ପାବାର୍, "ଚ୍ୟାଲେଞ୍ଜ୍", "ରକ୍ତ ଗୋଲାପ" ଓ "ଶିକାର"  ଆଦି ଓଡ଼ିଆ ଛବରେ ନାୟିକା ଭାବେ ଦେଖିବାକୁ ପାଇଛନ୍ତି ର୍ଦଶକ।

ଏହି ସମୟ ଭିତରେ ଅରିନ୍ଦମ, ବାବୁସାନ୍, ଅନୁଭବ, ସବ୍ୟସାଚୀ, ଅଭିଷକେ, ଜ୍ୟୋତି ଓ ସ୍ବରାଜ ପ୍ରମୁଖ ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି ଏଲିନା।

Rain in Bhadrak: ୩୩ ଦିନ ହେଲା ବର୍ଷା ଜାରି, ଟଳୁନି ବିପନ୍ନଙ୍କ ଦୁଃଖ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)