Olive Ridley turtles: ଅଲିଭ୍ରିଡ୍ଲେ ସୁରକ୍ଷା ପାଇଁ ନଭେମ୍ବର ୧ରୁ କଟକଣା: ଧାମରାରୁ ଦେବୀ ମୁହାଣ, ଗହୀରମଥାରେ ମାଛଧରା ନିଷେଧ
ରାଜନଗର: ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନ ଋତୁ। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର୍ ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ କଟକଣା ଜାରି କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି
ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ମାଦଳିଠାରେ ଦୁଇଟି ଅଫିସର୍ କ୍ୟାମ୍ପ୍ କରାଯାଇଥିବା ବେଳେ ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ କଇଁଛ ସୁରକ୍ଷା କ୍ୟାମ୍ପ କରାଯିବ। ଏହାଛଡ଼ା ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୁତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ବେଆଇନ ଟ୍ରଲର୍ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ବନବିଭାଗ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ତେବେ ଆଇସିଜେଡ୍ଏମପି ଅନୁଦାନରେ ଆସିଥିବା ଦୁଇଟି ସ୍ପିଡ୍ବୋଟ୍ ଗହୀରମଥା-୧, ଗହୀରମଥା-୨ ବହୁଦିନ ହେଲା ଖରାପ ଥିବା ବେଳେ ପାଟ୍ରୋଲିଂ ପାଇଁ କେବଳ ଅଲଭିଆ ଟ୍ରଲର୍ ରହିଛି। ଅନ୍ୟପଟେ ଧାମରା ପୋର୍ଟ ପକ୍ଷରୁ ଏଯାଏଁ ଟ୍ରଲର୍ ପହଞ୍ଚି ନଥିବା ବେଳେ ଭଡ଼ାରେ ବି ଆସିନି। ଏ ସମ୍ପର୍କରେ ଡିଏଫ୍ଓ ଭରଦରାଜ ଗାଓଁଙ୍କର କହିଛନ୍ତି ଯେ ବେଆଇନ ମାଛଧରା ବନ୍ଦ କରିବା ପାଇଁ ନଭେମ୍ବର ୧ରୁ ୩ଟି ଟ୍ରଲର ପାଟ୍ରୋଲିଂରେ ସାମିଲ ହେବ।
Heavy rain: ତାଣ୍ଡବ ରଚିଲା ବର୍ଷା, ଘୁମୁସର ଉଦୟଗିରିରେ ଢାଳିଲା ପାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
