Old woman begging: ବୃଦ୍ଧା ଭିକ୍ଷା ମାଗିଲେ ଚଳୁଛନ୍ତି ୫ ପ୍ରାଣୀ: ଭାରାରୁ ପଡ଼ି ରାଜମିସ୍ତ୍ରି ପୁଅ ପକ୍ଷାଘାତଗ୍ରସ୍ତ
"ବାଲିପାଟଣା: ରୋଜଗାରିଆ ପୁଅ ସଂସାର ବୋଝ ମୁଣ୍ଡାଇଥିଲା।
ବାପା, ମାଆ, ପତ୍ନୀ ଓ ପିଲାମାନଙ୍କ ପାଇଁ ଦାନାକନା ଯୋଗାଉ ଥିଲା।
କିଛି ଦିନ ପୂର୍ବରୁ ବାପାଙ୍କ ଦେହାନ୍ତ ହେଲା।
ଦିନ ମଜୁରିରୁ ଯାହା ମିଳେ ୫ ପ୍ରାଣୀ କୁଟୁମ୍ବ ଚଳୁଥିଲେ।
ହେଲେ କର୍ମ କ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା ଜୀବନର ଗତିପଥ ବଦଳାଇ ଦେଲା।
ରୋଜଗାରିଆ ପୁଅ ଶଯ୍ୟାଶାୟୀ ହେବା ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ।
ମୁଠାଏ ଦାନା ପାଇଁ ବୃଦ୍ଧାଙ୍କୁ ସଂଘର୍ଷ କରିବାକୁ ହେଉଛି।
ଗାଁ ଗଣ୍ଡା, ବଜାର ଘାଟ ବୁଲି ଭିକ୍ଷାବୃତ୍ତି କରୁଛନ୍ତି।
ଆର୍ଥିକ ସମସ୍ୟା ଓ ଦେଖାଶୁଣା ଅଭାବରୁ ଶଯ୍ୟାଶାୟୀ ପୁଅ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବାରୁ ଅବସ୍ଥା ସଙ୍ଗିନ ହୋଇପଡୁଛି।
ବୃଦ୍ଧା ମାଆଙ୍କ ଭତ୍ତା ଓ ରାସନ ଚାଉଳ ସେମାନଙ୍କ ଏକମାତ୍ର ମାଧ୍ୟମ।
ବୃଦ୍ଧାଙ୍କ ମୁଣ୍ଡରେ ୫ ପ୍ରାଣୀ କୁଟୁମ୍ବ ବୋଝ ହୋଇଛନ୍ତି।
Advertisment Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ସୂଚନା ଅନୁସାରେ, ବାଲିପାଟଣା ବ୍ଲକ୍ ଭାକରସାହି ପଞ୍ଚାୟତ ବନମାଳୀପୁର ଗ୍ରାମର ବନି ଭୋଇ (୭୧), ଏକମାତ୍ର ପୁଅ ବାଲାଜୀ ଭୋଇ (୪୧), ତାଙ୍କ ପତ୍ନୀ ଝିଲ୍ଲୀ ଭୋଇ, ୧୩ ବର୍ଷର ଝିଅ ଏବଂ ୧୧ ବର୍ଷର ପୁଅ ଅଛନ୍ତି।
ବାଲାଜୀ ରାଜ ମିସ୍ତ୍ରି କାମ କରି ଦୈନିକ ରୋଜଗାର କରୁଥିଲେ।
ବୁଢ଼ୀ ମାଆ, ପତ୍ନୀ ଏବଂ ୨ ସନ୍ତାନଙ୍କୁ ନେଇ ବାଲାଜୀଙ୍କ ପରିବାର ହସଖୁସିରେ ଚାଲିଥିଲା।
ଝିଅ ଓ ପୁଅ ସ୍ଥାନୀୟ ବିଦ୍ୟାଳୟରେ ପଢୁଛନ୍ତି।
ବିଡ଼ମ୍ବନାର ବିଷୟ, ୨୦୨୪ରେ ବାଲାଜୀ ଏକ ଘର ଛାତର ପ୍ଲାଷ୍ଟର କାମ କରୁଥିବା ସମୟରେ ଭାରାରୁ ଖସି ପଡ଼ି ଗୁରୁତର ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।
ହେଲେ ସୁସ୍ଥ ହୋଇ ନ ପାରି ବାମ ପଟ ପକ୍ଷାଘାତଗ୍ରସ୍ତ ହୋଇପଡ଼ିଛନ୍ତି।
ଭେଣ୍ଡିଆ ପୁଅ ଶଯ୍ୟାଶାୟୀ ହେବା ପରେ ପରିବାର ପାଇଁ ଦୁର୍ଦ୍ଦିନ ମାଡ଼ି ଆସିଛି।
Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ବୁଢ଼ୀ ମାଆଙ୍କ ଭତ୍ତା ଓ ପରିବାରକୁ ମିଳିଥିବା ରାସନ ସହାୟତା ଏକମାତ୍ର ଭରସା।
ସେତିକିରେ ଗୁଜୁରାଣ ମେଣ୍ଟାଇବା ସମ୍ଭବ ହେଉ ନାହିଁ।
୨ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଏବଂ ରୋଗୀଣା ପୁଅର ବୋଝ ମୁଣ୍ଡକୁ ନେଇଛନ୍ତି ବୃଦ୍ଧା।
ଏଭଳି ସ୍ଥିତିରେ କୌଣସି ଅନୁଷ୍ଠାନ କିମ୍ବା ପ୍ରଶାସନ ତରଫରୁ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ନିବେଦନ କରାଯାଇଛି।"