El Nino effect: ମୌସୁମୀକୁ ବାଧା ଦେଉଛି ଏଲ୍ ନିନୋ: ଉତ୍ତର ପ୍ରଦେଶ-ମଧ୍ୟପ୍ରଦେଶ-ଓଡ଼ିଶାରେ ବର୍ଷା ସଙ୍କଟ
"ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ବର୍ଷା ହେଉଛି, କିନ୍ତୁ ଏବେ ବି ଅନେକ ଅଞ୍ଚଳ ଅଛି ଯେଉଁଠାରେ ମୌସୁମୀରେ ମଧ୍ୟ ବର୍ଷା ହୋଇନି।
ଏପର୍ଯ୍ୟନ୍ତ ଦେଶରେ ସ୍ୱାଭାବିକ ଅପେକ୍ଷା ୪୩ ପ୍ରତିଶତ କମ୍ ବର୍ଷା ହୋଇଛି।
ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସମେତ ଦେଶର ଅନେକ ସ୍ଥାନରେ ଏଲ୍ ନିନୋର ପ୍ରଭାବ ଅନୁଭୂତ ହେଉଛି।
ତେବେ ଆସନ୍ତା ମାସରେ ସାରା ଦେଶରେ ମୌସୁମୀ ପହଞ୍ଚିବ ଏବଂ ବର୍ଷା ଅଭାବକୁ ପୂରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭାରତ ଏଲ୍ ନିନୋ ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହେଉଛି।
ତେଣୁ ଚଳିତ ବର୍ଷ ସ୍ୱାଭାବିକ ଅପେକ୍ଷା କମ୍ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି।Advertisment ଏଲ୍ ନିନୋର ପ୍ରଭାବ କମିବାର ଏକ ଉପାୟ ରହିଛି।
ଯଦି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ (ଆଇଓଡି)ନାମକ ଏକ ସ୍ଥିତି ସୃଷ୍ଟି ହେବ ତେବେ ଏପରି ସ୍ଥିତିରୁ ମୁକ୍ତି ମିଳିପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଆଇଓଡି ହେଉଛି ଏକ ଜଳବାୟୁ ସ୍ଥିତି ଯାହା ଭାରତ ମହାସାଗରର ପଶ୍ଚିମ ଏବଂ ପୂର୍ବ ଅଂଶ ମଧ୍ୟରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ପାର୍ଥକ୍ୟ ଦ୍ୱାରା ସୃଷ୍ଟି ହୋଇଥାଏ।
ଏହା ଏଲ୍ ନିନୋ-ସର୍ଦନ ଆସିଲେସନ(ଇଏନଏସଓ)ସହିତ ଉତ୍ତାପ ଦ୍ବାରା ମୌସୁମୀକୁ ପ୍ରଭାବିତ କରିବାର ମୁଖ୍ୟ କାରଣ।
ତେବେ ଏଭଳି ସ୍ଥିତି ସୃଷ୍ଟି ହେବା ଅସମ୍ଭବ ।
୨୦୨୩ରେ ଆଇଓଡି ଯୋଗୁଁ ଏକ ଶକ୍ତିଶାଳୀ ଏଲ୍ ନିନୋର ପ୍ରଭାବ ଯଥେଷ୍ଟ ହ୍ରାସ ପାଇଥିଲା।
ଯାହା ଫଳରେ ଭାରତରେ ପ୍ରାୟ ସ୍ୱାଭାବିକ ଭାବେ ମୌସୁମୀ ଋତୁକାଳୀନ ବର୍ଷା ହୋଇଥିଲା।
Kailash Mansarovar: ଭିସା-ପରମିଟ୍ ନଥିଲେ କୈଳାସ ମାନସରୋବର ଯାତ୍ରା କରନ୍ତୁ ନାହିଁ: ବୈଦେଶିକ ମନ୍ତ୍ରଣାଳୟର ପକ୍ଷରୁ ଆଡଭାଇଜରି ଜାରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍ ବର୍ଷିବ।
ଆଇଏମଡି ପୂର୍ବରୁ ସ୍ୱାଭାବିକଠାରୁ କମ୍ ବର୍ଷାର ପୂର୍ବାନୁମାନ କରିଛି।
ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୋଟ ବର୍ଷା ସ୍ୱାଭାବିକଠାରୁ ୧୦% କିମ୍ବା ତା"ଠାରୁ ଅଧିକ ହେବାର ୬୦% ସମ୍ଭାବନା ଅଛି।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍ ହୋଇପାରେ।
ଏହି ପୂର୍ବାନୁମାନ ଯୋଗୁଁ ଅନେକ ଅଞ୍ଚଳରେ ମରୁଡ଼ିକୁ ନେଇ ଚିନ୍ତା ବୃଦ୍ଧି ପାଇଛି।
ଦେଶର ଅନେକ ରାଜ୍ୟରେ ଚାଷୀମାନେ କେବଳ କୃଷି ପାଇଁ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ, ଜଳକଷ୍ଟ କୃଷିକୁ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି।।
ଓଡ଼ିଶାରେ ୫୨ ପ୍ରତିଶତ କମ୍ ବର୍ଷା ମେଘାଳୟରେ ୮୨ ପ୍ରତିଶତ ବର୍ଷା ହ୍ରାସ ହୋଇଥିବା ରେକର୍ଡ କରାଯାଇଛି।
ଗୁଜୁରାଟରେ ୭୯ ପ୍ରତିଶତ, ମଣିପୁରରେ ୭୧ ପ୍ରତିଶତ, ଛତିଶଗଡ଼ରେ ୬୮ ପ୍ରତିଶତ, ଝାଡ଼ଖଣ୍ଡରେ ୬୬ ପ୍ରତିଶତ, ମହାରାଷ୍ଟ୍ରରେ ୫୯ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୬ ପ୍ରତିଶତ, ଓଡ଼ିଶାରେ ୫୨ ପ୍ରତିଶତ ବର୍ଷା ହ୍ରାସ ପାଇଛି।
ବିହାରରେ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ବର୍ଷା ହ୍ରାସ ପାଇଛି।
ମଧ୍ୟପ୍ରଦେଶରେ ସ୍ୱାଭାବିକ ତୁଳନାରେ ୪୧% କମ୍ ବର୍ଷା ହୋଇଛି।
ଏହି ଅଞ୍ଚଳ ମୌସୁମୀ ଉପରେ ବହୁଳ ଭାବରେ ନିର୍ଭରଶୀଳ, ଏବଂ ଏଠାକାର କୃଷି ମଧ୍ୟ ମୌସୁମୀ ଉପରେ ନିର୍ଭରଶୀଳ।
ଦକ୍ଷିଣ ଭାରତରେ କର୍ଣ୍ଣାଟକ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ଦୁଇରୁ ତିନି ସପ୍ତାହ ପୂର୍ବରୁ ମୌସୁମୀ ପହଞ୍ଚିଥିବା ସତ୍ତ୍ୱେ ବର୍ଷାରେ ୩୦% ରୁ ଅଧିକ ହ୍ରାସ ରେକର୍ଡ କରାଯାଇଛି।
ସାମଗ୍ରିକ ଭାବରେ ମଧ୍ୟ ଭାରତରେ ମୌସୁମୀ ବର୍ଷାରେ ସର୍ବାଧିକ ୫୭% ହ୍ରାସ ଘଟିଛି।
ସେହିପରି ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ୪୪%, ଦକ୍ଷିଣ ଭାରତରେ ୩୦% ଏବଂ ଉତ୍ତର-ପଶ୍ଚିମ ଭାରତରେ ୨୭% ମୌସୁମୀ ବର୍ଷା ହ୍ରାସ ପାଇଥିବା ପାଣିପାଗ ବିଭାଗ କହିଛି।
"