Oil: ଇ୨୦ ପାଇଁ ବିଏସ୍-୩ ଗାଡ଼ିର ରବର୍ ପାର୍ଟସ୍ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ
"ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲ୍ ପ୍ରଭାବରେ କିଛି ବିଏସ୍-୩ ଗାଡ଼ିର ରବର୍ ପାର୍ଟସ୍ ଓ ଗ୍ୟାସ୍କେଟ୍ ବଦଳାଇବାକୁ ପଡ଼ିପାରେ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।
ଅର୍ଥାତ ୨୦୧୬ ପୂର୍ବରୁ ତିଆରି ହୋଇଥିବା ଗାଡ଼ିଗୁଡ଼ିକରେ ରବର୍ ପାର୍ଟସ୍ ବଦଳାଇବାକୁ ପଡ଼ିପାରେ।
ଗାଡ଼ି ସର୍ଭିସିଂ ବେଳେ ଏହି ପାର୍ଟସ୍ଗୁଡ଼ିକ ବଦଳାଯାଇଥାଏ।
Advertisment ସେ କହିଲେ, ଇଣ୍ଡିଆନ ଅଏଲ୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍, ସିଆମ୍ ଓ ଏଆର୍ଏଆଇ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଇ୨୦ ପେଟ୍ରୋଲ୍ରେ ବିଏସ୍-୬ ଗାଡ଼ି ନିର୍ଗମନ ନିୟମ ପୂରଣ କରୁଛି।
ଏହି ତେଲ ପାଇଁ କାର୍ କିମ୍ବା ଦୁଇଚକିଆ ଯାନରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ।
ମୋଟାମୋଟି ଭାବେ ଗାଡ଼ିର ପ୍ରଦର୍ଶନରେ କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା ବୋଲି ସେ ଜଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।