Heavy Rain: ଝଡ଼ବର୍ଷା ଭାଙ୍ଗିଲା ୫୫ ଘର; ସ୍କୁଲ କୋଠାରେ ଆଶ୍ରୟ ନେଲେ ୧୪ ପରିବାର

Jul 29, 2026 - 21:44
Heavy Rain: ଝଡ଼ବର୍ଷା ଭାଙ୍ଗିଲା ୫୫ ଘର; ସ୍କୁଲ କୋଠାରେ ଆଶ୍ରୟ ନେଲେ ୧୪ ପରିବାର

"ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅଞ୍ଚଳରେ ୨୭ ତାରିଖ ଅପରାହ୍‌ଣରେ ବର୍ଷା ଓ ଝଡ଼ତୋଫାନ ତାଣ୍ଡବ ରଚିଥିଲା।

ଝଡ଼ବର୍ଷା‌ରେ ଗୋପାଳପୁର ପଞ୍ଚାୟତ ହଳଦୀବାହାଲ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଗାଁର ୫୫ଟି ଘରର ଆଜବେଷ୍ଟସ୍‌ ଓ ଛପର ଛାତ ଉଡ଼ି ଯାଇଥିବା ବେଳେ ଜୟନ୍ତୀ ବେ‌ହେରା, ଚୂଡ଼ାମଣି ବେହେରା, ମନବୋଧ ବେହେରା, ଦୁବରାଜ ରଉଡ଼ିଆ, ଯଶୋବନ୍ତ ରଉଡ଼ିଆ, କଲ୍ୟାଣ ରଉଡ଼ିଆ, ଅଭିରାମ ରଉଡ଼ିଆ, ଜନନୀ ନାଗ, ଭଗତରାମ ନାଗ, ରଂଜିତ ସିଂ, ତୁଳାରାମ ସିଂ, ପଦ୍ମା ପୂଜାରୀ, ବବଲୁ ସା, ଉପେନ୍ଦ୍ର ନାଏକଙ୍କ ଘର ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି।

ଯାହା ଫଳ‌ରେ ସେମାନେ ବେଘର ହୋଇଯାଇଛନ୍ତି।

ସମସ୍ତଙ୍କୁ ପ୍ରଶାସନ ନିର୍ମାଣାଧୀନ ସ୍କୁଲ କୋଠାରେ ଆଶ୍ରୟ ଦେବା ସହ ରନ୍ଧାଖାଦ୍ୟ ଯୋଗାଇ ଦେଇଛି।

ଗାଁରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି।

Advertisment ଅନ୍ୟପଟେ ଘରକୁ ଦୌଡ଼ି ଆସୁଥିବା ଶିଶୁ ପଧାନ (୩୮) ନାମକ ଜଣେ ଯୁବକଙ୍କୁ ଝଡ଼ କିଛି ବାଟ ଉଡ଼ାଇ ନେଇ କଚାଡ଼ି ଦେଇଥିଲା।

ଆହତ ଶ୍ରୀ ପଧାନଙ୍କୁ ପରିବାର ଲୋକେ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏବେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ‌ସେହିପରି ଘର ଉପରେ ବିରାଟକାୟ ଗଛ ଭାଙ୍ଗି ପଡ଼ିବାରୁ ଡାଳ ବାଜି ଜଣେ ଶିଶୁ ନରେଶ ସା(୯) ସାମାନ୍ୟ ଆହତ ହୋଇଥିଲେ।

ଏବେ ସେ ସୁସ୍ଥ ଅଛନ୍ତି।

Rainy Season: ବର୍ଷା ଋତୁରେ କାହିଁକି ବଢ଼ିଯାଏ ଗଣ୍ଠିବ୍ୟଥା ସମସ୍ୟା?

ଜାଣନ୍ତୁ କଣ କୁହନ୍ତି ଡାକ୍ତର ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ନାଏକ, ତହସିଲଦାର ସାରିକାରାଣୀ ଧମେଲ, ଗୋପାଳପୁର ସରପଞ୍ଚ ପୂରବୀ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ବାଗତ ପଟେଲ ପ୍ରମୁଖ ଯାଇ ସମସ୍ତ ପ୍ରଭାବିତଙ୍କ ଭେଟି ସ୍ଥିତି ପରଖିଥିଲେ।

ଏହା ପରେ ପ୍ରଶାସନ ପ୍ରଭାବିତଙ୍କୁ ପଲିଥିନ୍‌ ଖଣ୍ଡିଏ ଖଣ୍ଡିଏ ଦେଇଥିବା ବେଳେ ଯୁବନେତା ରାଜେନ୍ଦ୍ର ନାଏକ ଘର ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।