Attack: ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଚାଲିଗଲା ଜୀବନ
"ବେତନଟୀ (ଦୀପକ କୁମାର ସିଂହ): ରାସ୍ତା ଉପରେ ରକ୍ତାକ୍ତ ସଂଘର୍ଷ ଘଟିଛି।
ବର୍ଚ୍ଛା ଚୋଟରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ଦୁର୍ଗାପୁର ଉପକଣ୍ଠ ତ୍ରିଲୋଚନପୁର ଗ୍ରାମରେ।Advertisment ତ୍ରିଲୋଚନପୁର ଗ୍ରାମର ଦୂଷିଆ ସିଂଙ୍କ ପୁଅ ତୋଫାନ ସିଂଙ୍କ ଉପରେ ବର୍ଚ୍ଛାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା।
ଆକ୍ରମଣରେ ଗୁରୁତର ଆହତ ହୋଇ ତୋଫାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ତୋଫାନଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ବତ ସିଂ ମଧ୍ୟ ବର୍ଚ୍ଛା ଚୋଟର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି।
ଏହି ଆକ୍ରମଣ ପଛରେ ପାଖ ସାହିର ଦୀପକ ସିଂଙ୍କ ହାତ ଥିବା ନେଇ ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀପକଙ୍କ ମାନସିକ ସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ରହିଥିଲା।
ରାସ୍ତା ଉପରେ ହିଁ ଏହି ଆକ୍ରମଣ ଘଟିଥିବା କୁହାଯାଉଛି।
ତେବେ ଆକ୍ରମଣର ପ୍ରକୃତ କାରଣ କ"ଣ, ଘଟଣା ପୂର୍ବରୁ କୌଣସି ବିବାଦ ହୋଇଥିଲା କି ନାହିଁ ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
Drug addiction: ନିଶା ପାଇଁ ବାପାଙ୍କୁ ହତ୍ୟା: ପଥରରେ ଛେଚିଦେଲା, ପୁଅ ଗିରଫ ଘଟଣାର ଖବର ପାଇ ବଡ଼ସାହି ଥାନା ଅଧିକାରୀ ସୁଦାମ ନନ୍ଦୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ରାସ୍ତା ଉପରେ ତୋଫାନଙ୍କ ମୃତଦେହ ପଡ଼ିଥିବା ବେଳେ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରି ତୁରନ୍ତ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରି ପଚରା ଉଚରା ଆରମ୍ଭ କରିଛି।
ଘଟଣାର ପ୍ରକୃତ ପୃଷ୍ଠଭୂମି, ଆକ୍ରମଣର କାରଣ ଏବଂ କିଭଳି ପରିସ୍ଥିତିରେ ଏହି ରକ୍ତାକ୍ତ ଘଟଣା ଘଟିଲା, ତାହା ଜାଣିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛି।
ପୁଲିସ ତଦନ୍ତ ଓ ପରବର୍ତ୍ତୀ ତଥ୍ୟ ସାମ୍ନାକୁ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ତ୍ରିଲୋଚନପୁରର ଏହି ରକ୍ତାକ୍ତ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।