Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

Aug 12, 2026 - 23:25
Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

"ନୂଆଦିଲ୍ଲୀ: ରୁଷ୍‌ଠାରୁ ଭାରତ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ଶୁଳ୍କ ଲଗାଇବାକୁ ନେଇ ଜାତୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସହ ଆଦର୍ଶଗତ ଭାବେ ଜଡ଼ିତ ଅର୍ଥନୈତିକ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌) କଠୋର ପ୍ରତିକ୍ରିୟା ଦେଇଛି।

ଆମେରିକୀୟ କମ୍ପାନିଗୁଡ଼ିକୁ ବର୍ଜନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେବା ସହ ଆମେରିକାର ପ୍ରଯୁକ୍ତି ଓ ସାମାଜିକ ଗଣମାଧ୍ୟମ କମ୍ପାନି ଉପରେ ଏକତରଫା କଟକଣା ଲଗାଇବାକୁ ଭାରତ ସରକାରଙ୍କୁ ଏସ୍‌ଜେଏମ୍‌ ଦାବି କରିଛି।

ବୁଧବାର ଜାରି ବିବୃତିରେ ସଂଗଠନର ଜାତୀୟ ସହ-ସଂଯୋଜକ ଅଶ୍ବିନୀ ମହାଜନ ଏହି ଦାବି ରଖିଛନ୍ତି।Advertisment ଆମେରିକାର ସିନେଟ୍‌ରେ ଶୁକ୍ରବାର ୮୬-୧୧ ଭୋଟରେ ଏକ ବିଲ୍‌ ଅନୁମୋଦିତ ହୋଇଛି।

ରୁଷ୍‌ଠାରୁ ବିପୁଳ ପରିମାଣରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର ଅଧିକାର ଦେବାକୁ ଏଥିରେ ପ୍ରସ୍ତାବ ରହିଛି।

ବିଲ୍‌ର ପ୍ରସ୍ତାବକମାନେ ଭାରତକୁ ପାଞ୍ଚଟି ଲକ୍ଷ୍ୟଭୁକ୍ତ ଅର୍ଥନୀତି (ଟାର୍ଗେଟ୍‌ ଇକୋନୋମି) ମଧ୍ୟରୁ ଗୋଟିଏ ଭାବେ ଚିହ୍ନଟ କରିଛନ୍ତି।

ତେବେ ଏହି ବିଲ୍‌ ଏଯାଏଁ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଶେଷ କରିନାହିଁ ଏବଂ ଶୁଳ୍କ ସ୍ବତଃ ଲାଗୁ ହେବ ନାହିଁ ବୋଲି ଏସ୍‌ଜେଏମ୍‌ କହିଛି।

ଏସ୍‌ଜେଏମ୍‌ର କହିବା ଅନୁସାରେ, ଭାରତ ରୁଷ୍‌ଠାରୁ ତେଲ କିଣିବାର ନିଷ୍ପତ୍ତି ଦେଶର ଶକ୍ତି ସୁରକ୍ଷା, ତେଲର ଉପଲବ୍ଧତା ଓ ଦର, ତେଲ ଯୋଗାଣର ବିବିଧତା ଏବଂ ଭାରତୀୟ ଉପଭୋକ୍ତାଙ୍କ ସ୍ବାର୍ଥକୁ ଆଧାର କରି ନେଇଛି।

ତେଣୁ ତୃତୀୟ କୌଣସି ଦେଶ ଭାରତର ଶକ୍ତି ନୀତି ନିର୍ଦ୍ଧାରଣ କରିପାରିବ ନାହିଁ।

ଆମେରିକାର ରୁଷ୍‌ ସହ ମତଭେଦ ଥିଲେ ତାହା ନିଜସ୍ବ ବିଦେଶ ନୀତି ଅନୁସାରେ ସମାଧାନ କରିପାରେ, କିନ୍ତୁ ତାହାର ପ୍ରଭାବ ଭାରତ ଭଳି ସାର୍ବଭୌମ ଦେଶ ଉପରେ ଅର୍ଥନୈତିକ ଚାପ ଭାବେ ପକାଇବା ଠିକ୍‌ ନୁହେଁ ବୋଲି ମହାଜନ କହିଛନ୍ତି।

Tarif: ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା ଏସ୍‌ଜେଏମ୍‌ ଅଭିଯୋଗ କରିଛି ଯେ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭରୁ ଭାରତ ଉପରେ ବିଭିନ୍ନ ପ୍ରକାର ଶୁଳ୍କ ଲଗାଇବାର ଧମକ ଦିଆଯାଉଛି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପଶ୍ଚିମ ଦେଶଗୁଡ଼ିକ ରୁଷ୍‌ ଉପରେ ଚାପ ବଢ଼ାଇବା ପାଇଁ ତେଲ କ୍ରୟ ଉପରେ କଟକଣାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି ବୋଲି ସଂଗଠନ କହିଛି।

ଭାରତର ଶକ୍ତି ନୀତି ଦେଶର ଜାତୀୟ ସ୍ବାର୍ଥ ଅନୁସାରେ ନିର୍ଦ୍ଧାରିତ ହେବା ଉଚିତ ଏବଂ ବାହ୍ୟ ରାଜନୈତିକ ଚାପରେ ଏଥିରେ ପରିବର୍ତ୍ତନ ହେବା ଅନୁଚିତ ବୋଲି ଏସ୍‌ଜେଏମ୍‌ କହିଛି।

ଏହାସହ ଆମାଜନ୍‌, ଫ୍ଲିପ୍‌କାର୍ଟ-ୱାଲ୍‌ମାର୍ଟ ଭଳି ଇ-କମର୍ସ ସଂସ୍ଥାରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିବାକୁ ମଧ୍ୟ ଏସ୍‌ଜେଏମ୍‌ ଦାବି କରିଛି।

ଭିସା ଓ ମାଷ୍ଟରକାର୍ଡକୁ ଭାରତୀୟ ବଜାରରେ ପୁଣି ପ୍ରବେଶ କରିବାକୁ ଅନୁମତି ନ ଦେବା ସହ ଆମେରିକାର ଶୁଳ୍କ ମାଧ୍ୟମରେ ଭାରତର ରୁଷୀୟ ତେଲ କ୍ରୟ ନୀତିକୁ ପ୍ରଭାବିତ କରିବାର ଯେକୌଣସି ଉଦ୍ୟମକୁ ବିରୋଧ କରିଛି।

ଏହି ବିବୃତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ଆମେରିକା ଓ କାନାଡା ଗସ୍ତର କିଛି ସପ୍ତାହ ପୂର୍ବରୁ ଆସିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media