Oil: ଅଗଷ୍ଟ ପର୍ଯ୍ୟନ୍ତ ତେଲ, ଗ୍ୟାସ୍ର ଅଭାବ ହେବନି
"ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି।
ଇରାନର ବିଭିନ୍ନ ଠିକଣାରେ ଆମେରିକା ଆକ୍ରମଣ କରିଛି ଓ ତାହାର ଜବାବ ଦେବାକୁ ମଧ୍ୟ ଇରାନ ପ୍ରସ୍ତୁତ ହୋଇଯାଇଛି।
ଏହି ଖବର ପ୍ରଭାବରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି।
ତେବେ ଏହି ଘଟଣା ଭାରତରେ ତେଲ କିମ୍ବା ଗ୍ୟାସ୍ ଅଭାବର କାରଣ ହେବ ନାହିଁ।
କାରଣ ତୈଳ କମ୍ପାନିଗୁଡ଼ିକ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଆବଶ୍ୟକତା ପୂରଣ ହେବା ପରିମାଣର ତେଲ ଓ ଗ୍ୟାସ୍ ଦେଶକୁ ଆଣିବାରେ ସଫଳ ହୋଇଛନ୍ତି।Advertisment ବର୍ତ୍ତମାନ ଦେଶରେ ଯେତିକି ତେଲ ଅଛି ତାହା ଅଗଷ୍ଟ ପର୍ଯ୍ୟନ୍ତର ଆବଶ୍ୟକତାକୁ ଅନାୟାସରେ ପୂରଣ କରିପାରିବ।
ସେହିପରି ଯେତିକି ଏଲ୍ପିଜି ରହିଛି ତାହା ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତର ଆବଶ୍ୟକତା ପୂରା କରିବ।
ଭାରତୀୟ କମ୍ପାନିଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ନୂଆ ବରାଦ ହାସଲ କରିଛନ୍ତି।
ଆବୁଧାବିର ଆଡ୍ନକ୍ଠାରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ ଓ ଗ୍ୟାସ୍ କିଣୁଛନ୍ତି।
ସମୁଦ୍ର ମଝିରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ତେଲ ଓ ଗ୍ୟାସ୍ ସ୍ଥାନାନ୍ତର କରାଯାଉଛି।
ଆବୁଧାବିର କମ୍ପାନି ଫୁଜୈରା ନିଜର ବିଭିନ୍ନ ସଂରକ୍ଷଣ କ୍ଷେତ୍ର ଓ ମାଲେସିଆରୁ ତୈଳ ଓ ଗ୍ୟାସ୍ ପ୍ରଦାନ କରୁଛି।
ଅଧିକାଂଶ ଏଲ୍ପିଜି ସୋହାରରୁ ଆସୁଛି।
ଆହୁରି ପଢ଼ନ୍ତୁ: LPG: ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଏତିକି ଟଙ୍କା କ୍ଷତି ସହୁଛନ୍ତି ତେଲ କମ୍ପାନୀ ସରକାରୀ ତୈଳ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଅଗଷ୍ଟ ମାସରେ ମିଳିବାକୁ ଥିବା ୪ ନିୟୁତ ବ୍ୟାରେଲ୍ ଅଶୋଧିତ ତେଲ ୟୁଏଇରୁ କିଣିଛି।
ଗତ ସପ୍ତାହରେ କମ୍ପାନି ବ୍ରାଜିଲ ଓ ପଶ୍ଚିମ ଆଫ୍ରିକାରୁ ୨ ନିୟୁତ ବ୍ୟାରେଲ୍ ତେଲ କିଣିଥିଲା।
ସେହି ତେଲଗୁଡ଼ିକୁ କମ୍ପାନି ଏହାର ରାଜସ୍ଥାନରେ ଥିବା ବିଶୋଧନାଗାରରେ ବିଶୋଧନ କରିବ।
ଇଣ୍ଡିଆନ ଅଏଲ୍ ଓ ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍ ମଧ୍ୟ ସ୍ପଟ୍ ଟେଣ୍ଡର୍ ଜରିଆରେ ତେଲ କିଣିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।