Offer: ରଜ ପର୍ବରେ ଚାନ୍ଦି ଭଣ୍ଡାରର ‘ଲିଲି ଅଫ୍‌ ଭ୍ୟାଲି’ କଲେକ୍ସନ

Jun 10, 2026 - 05:10
Offer: ରଜ ପର୍ବରେ ଚାନ୍ଦି ଭଣ୍ଡାରର ‘ଲିଲି ଅଫ୍‌ ଭ୍ୟାଲି’ କଲେକ୍ସନ

"ଭୁବନେଶ୍ବର: ରଜ ପର୍ବକୁ ଦୃଷ୍ଟିରେ ରଖି ଚାନ୍ଦି ଭଣ୍ଡାର ପକ୍ଷରୁ ନୂଆ ଷ୍ଟିର୍ଲିଂ ରୁପା କଲେକ୍ସନ "ଲିଲି ଅଫ୍‌ ଭ୍ୟାଲି" ଉନ୍ମୋଚନ କରାଯାଇଛି।

୧୮ କ୍ୟାରେଟ୍‌ ସୁନା ଫ୍ଲେଟିଂ ସହ ଏହି ଅଳଙ୍କାରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।

ଏଥିରେ ନେକ୍‌ଲେସ୍‌, କାନଫୁଲ, ମୁଦି, ବ୍ରେସ୍‌ଲେଟ୍‌ ଓ ଷ୍ଟେଟ୍‌ମେଣ୍ଟ୍‌ ପିସ୍‌ ଆଦି ରହିଛି।

ଫୁଲର ପ୍ରାକୃତିକ ଆକର୍ଷଣରୁ ଅନୁପ୍ରାଣିତ ହୋଇ ଗହଣାଗୁଡ଼ିକକୁ ଡିଜାଇନ କରାଯାଇଛି।Advertisment ଚାନ୍ଦି ଭଣ୍ଡାରରେ ପୁରୁଷମାନଙ୍କ ପାଇଁ ଅମୋଘ କଲେକ୍ସନ ଓ ଶିଶୁମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର କଲେକ୍ସନର ଅଳଙ୍କାର ରହିଛି।

ଏଥି ସହିତ ରୁପାରେ ପ୍ରସ୍ତୁତ ୱାଇନ୍‌ ଗଲାସ୍‌, ବୋତଲ ଓ ଟି-ସେଟ୍‌ ମଧ୍ୟ ରହିଛି।

ଏହି ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଗଢ଼ା ମଜୁରୀ ଉପରେ ଫ୍ଲାଟ୍‌ ୩୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି।

ଏହି ଅଫର ଚଳିତ ମାସ ୨୦ ପର୍ଯ୍ୟନ୍ତ ବୈଧ ରହିବ।

ଆହୁରି ପଢ଼ନ୍ତୁ: Gold: ଚାନ୍ଦି ଭଣ୍ଡାର ଖୋଲିଲା ୨୯ତମ ଷ୍ଟୋର୍‌; ଉଦ୍‌ଘାଟନୀ ପାଇଁ ସ୍ବତନ୍ତ୍ର ରିହାତି ଚାନ୍ଦି ଭଣ୍ଡାର ଏହାର‌ ଷ୍ଟୋର୍‌ ସଂଖ୍ୟା ୩୨କୁ ବୃଦ୍ଧି କରିବା ସହ ପୁରୀରେ ଏକ ନୂଆ ଷ୍ଟୋର୍‌ ଖୋଲିଛି।

ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି ଯେ ପ୍ରତିଟି କଲେକ୍ସନ ଏକ କାହାଣୀ କହୁଛି।

ରଜ ପାଇଁ ଆମର ସ୍ବତନ୍ତ୍ର କଲେକ୍ସନ ହେଉଛି ଲିଲି ଅଫ୍‌ ଭ୍ୟାଲି।

ଏହି କଲେକ୍ସନ ଜରିଆରେ ଆମେ ଏଭଳି ଅଳଙ୍କାର ପ୍ରସ୍ତୁତ କରିବାକୁ ଚାହୁଥିଲି ଯେଉଁଥିରେ ରଜ ପର୍ବର ଭାବ ଥିବ ଓ ରଜନକୁ ଲୋକମାନେ ମନେ ରଖିବା ଭଳି ସେଥିରେ କିଛି ଉପାଦାନ ରହିଥିବ ବୋଲି ସେ କହିଛନ୍ତି।

"