Minor sexual abuse: ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା

Aug 06, 2026 - 16:48
Minor sexual abuse: ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା

"ତିରୁବନନ୍ତପୁରମ୍‌: କେରଳର ପଥାନାମଥିଟ୍ଟା ଜିଲ୍ଲାରେ ଜଣେ ନାବାଳିକା ବର୍ଷ ବର୍ଷ ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିବାବେଳେ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ବାପା ରହିଛି।

ସାତ ଜଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହେପାଜତକୁ ନିଆଯାଇଛି ବୋଲି ପୁଲିସ ଗୁରୁବାର କହିଛି।

Advertisment ସାତଟି ନିର୍ଯାତନା ଘଟଣା ସମ୍ପର୍କରେ ପୋସ୍‌କୋ ଆଇନ ଅଧୀନରେ ସାତଟି ପୃଥକ୍‌ ଏତଲା ପଞ୍ଜିକୃତ କରାଯାଇଛି।

ଦଶମ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତା ଯୌନ ନିର୍ଯାତନା ସମ୍ପର୍କରେ ସହପାଠିନୀଙ୍କୁ କହିବା ପରେ ଘଟଣା ସାମ୍‌ନାକୁ ଆସିଥିଲା।

ସ୍କୁଲ କର୍ତ୍ତୃପକ୍ଷ ଓ ଶିଶୁ କଲ୍ୟାଣ କମିଟି ପୁଲିସରେ ଅଭିଯୋଗ କରିଥିଲେ।

ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯାଇଥିଲା।

ତାଙ୍କର ଡାକ୍ତରୀ ପରୀକ୍ଷା ସମାପ୍ତ ହୋଇଛି ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଓଡ଼ିଆ ନାବାଳିକାକୁ ଉତ୍ତରପ୍ରଦେଶରେ ‌ଯୌନ ନିର୍ଯାତନା ମାମଲା: ଡିଜିପିଙ୍କୁ NHRC ନୋଟିସ୍‌ ପୀଡ଼ିତା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରୁ ତାଙ୍କ ଉପରେ ପାଶବିକ ଅତ୍ୟାଚାର ଆରମ୍ଭ ହୋଇଥିଲା।

ଛଅଟି ମାମଲା ମାଲାୟାଲପୁଝା ପୁଲିସ ଷ୍ଟେସନ ଓ ଗୋଟିଏ ମାମଲା ପେରୁନାଡ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା।

ଅଭିଯୁକ୍ତମାନେ ଅଲଗା ଅଲଗା ସମୟରେ ପୀଡ଼ିତାଙ୍କୁ ନିର୍ଯାତନା ଦେଇଥିବାବେଳେ ପରସ୍ପର ସହିତ ଅପରିଚିତ ମଧ୍ୟ।

ପୁଲିସ କହିଛି, ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପୀଡ଼ିତା ଭଡ଼ାରେ ରହୁଥିବା ଘରର ମାଲିକ ଓ ସେହି ଘରେ ଭଡ଼ା‌ରେ ରହୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ତଦନ୍ତ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରାଉଚରା ଚାଲିଛି।

ପୀଡ଼ିତାଙ୍କ ବାପା ଏବେ ବିଦେଶରେ ଅଛନ୍ତି।

ସେ ମଧ୍ୟ ଅଭିଯୁକ୍ତ ଥିବାରୁ ତାଙ୍କୁ ବିଦେଶରୁ ଆଣି ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବା ଉପରେ ପୁଲିସ ଗୁରୁତ୍ବ ଦେଉଛି।

ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି।

ପୀଡ଼ିତାଙ୍କ ମା" ଚାକିରି କରୁଥିବାବେଳେ ସେ ଏକୁଟିଆ ଘରେ ରହୁଥିବା ସମୟରେ ନିର୍ଯାତିତ ହେଉଥିଲେ ବୋଲି ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।