Mamata Meets Sonia: ତୃଣମୂଳ ବିଦ୍ରୋହ ମଧ୍ୟରେ ସୋନିଆଙ୍କୁ ଭେଟିଲେ ମମତା
"ନୂଆଦିଲ୍ଲୀ: ସୋମବାର ହୋଇଥିବା ଇଣ୍ଡି ମେଣ୍ଟ ବୈଠକରେ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଏକତା ଏବଂ ଉତ୍ତମ ବୁଝାମଣା ପାଇଁ ଗୁରୁତ୍ବାରୋପ କରାଯିବାର ଦିନକ ପରେ ଆଜି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ୧୦ ଜନପଥ ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି।
Advertisment ବିରୋଧୀ ଇଣ୍ଡି ମେଣ୍ଟ ବୈଠକ ପରେ ଉଭୟ ନେତା ଆଗକୁ ସେମାନଙ୍କ ଦଳର ରଣନୀତି କ"ଣ ରହିବ ତା" ଉପରେ ଆଲୋଚନା କରିଥିବା ଜଣାପଡ଼ିଛି।
ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ଶୋଚନୀୟ ପରାଜୟ ପରେ ଅନେକ ନେତା ଟିଏମ୍ସି ନେତୃବୃନ୍ଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି।
ଦଳ ବିଭାଜନ ହୋଇଯାଇଛି।
ଆହୁରି ପଢ଼ନ୍ତୁ: Attack row: ମମତା ବାନାର୍ଜୀ ହସ୍ପିଟାଲ ସିଇଓଙ୍କୁ ଧମକ ଦେବାର ଅଡିଓ ଭାଇରାଲ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବରେ ୮୦ ଜଣ ବିଧାୟକ ଏକ ପୃଥକ୍ ଗୋଷ୍ଠୀ ଗଠନ କରିଛନ୍ତି।
ଏଭଳି ଏକ ସମୟରେ ମମତା ଏବଂ ସୋନିଆଙ୍କ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
ପଶ୍ଚିମବଙ୍ଗ ପରାଜୟ ପରେ ମମତା ଏବଂ ସୋନିଆଙ୍କ ମଧ୍ୟରେ ଏହା ପ୍ରଥମ ରୁଦ୍ଧଦ୍ବାର ବୈଠକ।
ଅନ୍ୟପକ୍ଷେ ସୋମବାର ଇଣ୍ଡି ମେଣ୍ଟ ବୈଠକରେ ଉଭୟ ମମତା ଏବଂ ସୋନିଆ ପରସ୍ପରକୁ ଆଲିଙ୍ଗନ କରିଥିଲେ।
କଂଗ୍ରେସ ଏହି ୨ ନେତ୍ରୀଙ୍କର ଫଟୋ ସେୟାର କରିଥିଲା।
"