Passes Away: ବିଏସ୍‌ପି ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

Aug 06, 2026 - 11:35
Passes Away: ବିଏସ୍‌ପି ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

"ଲକ୍ଷ୍ନୌ: ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକମାତ୍ର ବିଧାୟକ ଉମା ଶଙ୍କର ସିଂହଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଛି।

ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।

ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାର ରସଡ଼ା ବିଧାୟକ ସିଂହଙ୍କର ବ୍ରେନ୍‌ ଟ୍ୟୁମରର ଚିକିତ୍ସା ଚାଲିଥିଲା ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି।

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ବୁଧବାର ସନ୍ଧ୍ୟା ୮ଟା ୩୦ରେ ତାଙ୍କର ପରଲୋକ ଘଟିଥିଲା।Advertisment ଶୋକବ୍ୟକ୍ତ କରିଛନ୍ତି ମାୟାବତୀ ବିଏସ୍‌ପି ଅଧ୍ୟକ୍ଷ ମାୟାବତୀ ଦଳୀୟ ବିଧାୟକଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି।

ଉମା ଶଙ୍କର ସିଂହଙ୍କ ମୃତ୍ୟୁକୁ ଖୁବ୍‌ ଦୁଃଖଦ ଘଟଣା ବୋଲି କହିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ମାୟାବତୀ ସିଂହଙ୍କୁ ଜଣେ ସମର୍ପିତ, ସଚ୍ଚୋଟ ଓ ଖୁବ୍‌ ବିଶ୍ବସ୍ତ ଦଳୀୟ କର୍ମୀ ଭାବେ ବର୍ଣ୍ଣନା କରିଛନ୍ତି।

ସିଂହଙ୍କ ପରିବାର ତାଙ୍କୁ ବଡ଼ ଭଉଣୀ ଭାବେ ବିବେଚିତ କରନ୍ତି।

ଦିବଂଗତ ‌ବିଧାୟକଙ୍କ ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ପୁଅ ସହିତ ଲଗାତାର ସମ୍ପର୍କରେ ରହିଥିଲେ ବୋଲି କହିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏହାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିଛନ୍ତି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସିଂହଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

Attack: ଛୁଆ ଭାଲୁକୁ ମାରିବା ପରେ ୩ ଜଣଙ୍କୁ ଆକ୍ରମଣ କଲା ମାଈ ଭାଲୁ: ଦୁଇ ମୃତ, ଜଣେ ଗୁରୁତର ବଲିଆର ରସଡ଼ା ନିର୍ବାଚନମଣ୍ଡଳୀରୁ ବିଏସ୍‌ପିର ପ୍ରତିନିଧିତ୍ୱ କରି ଉମା ଶଙ୍କର ସିଂହ ବିଜୟୀ ହୋଇଥିଲେ।

୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସେ ବିଏସ୍‌ପିର ଜଣେ ମାତ୍ର ପ୍ରତିନିଧି ଥିଲେ।

ଜଣେ ତୃଣମୂଳ ସ୍ତର ନେତା ଭାବେ ପରିଚିତ ଉମା ଶଙ୍କର ସିଂହ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରି ଉତ୍ତର ପ୍ରଦେଶରେ ଜଣେ ପ୍ରମୁଖ ଆଞ୍ଚଳିକ ରାଜନେତା ପାଲଟିଥିଲେ।

ସେ କ୍ରମାଗତ ଭାବେ ତିନିଥର ଉତ୍ତର ପ୍ରଦେଶର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବହୁଜନ ସମାଜ ପାର୍ଟିର ଟିକେଟରେ ସେ ୨୦୧୨ରେ ପ୍ରଥମ ଥର ଓ ପରେ ୨୦୧୭ ଏବଂ ୨୦୨୨ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।