Odisha's Per Capita Debt Rise: ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଋଣ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଖୁଲାସା

Nov 23, 2026 - 15:28
Odisha's Per Capita Debt Rise: ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଋଣ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଖୁଲାସା

ଓଡ଼ିଶାବାସୀଙ୍କ ମୁଣ୍ଡରେ ବଢ଼ିଲା ଋଣ ବୋଝ।

ଅକ୍ଟୋବର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡପିଛା ଋଣ ପରିମାଣ ୨୭ ହଜାର ୫୦୨ ଟଙ୍କାରେ ପହଞ୍ଚିଛି ।

ବିଧାନସଭାରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷ ଶେଷରେ ମୁଣ୍ଡପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା ।

ମାତ୍ର କିଛି ମାସ ମଧ୍ୟରେ ଏହା ବଢ଼ି ୨୭ ହଜାର ୫୦୨ ଟଙ୍କା ହୋଇଛି।

ସେହିପରି ରାଜ୍ୟର ମୋଟ ଋଣଭାର ୧ ଲକ୍ଷ ୩୦ ହଜାର ୨୫ କୋଟି ଟଙ୍କା ଟପିଛି ।

ଅନ୍ୟପଟେ ୨୦୨୫-୨୬ ପାଇଁ ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କା ଆକଳନ କରାଯାଇଛି ।

ତେବେ ଋଣ ବଢ଼ିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅର୍ଥକୁ ପୁଞ୍ଜି ବିନିଯୋଗ ଓ ବିକାଶମୂଳକ କାମରେ ଖର୍ଚ୍ଚ କରାଯାଉଛି ।

FRBM ଆଇନ ଅନୁସାରେ ଋଣ ଓ GSDP ଅନୁପାତ ୨୫ ପ୍ରତିଶତ ସୀମା ମଧ୍ୟରେ ରହିବା ଆବଶ୍ୟକ ।

ସରକାରଙ୍କ ତଥ୍ୟ ଅନୁସାରେ, ଏହି ଅନୁପାତ ୧୨.୪୩ ପ୍ରତିଶତ ରହିଛି ।

ଅର୍ଥାତ୍ ଧାର୍ଯ୍ୟ ସୀମାଠାରୁ କମ୍ ।

Advertisment #ମୁଣ୍ଡ_ପିଛା_ଋଣ_୨୭_ହଜାର_୫୦୨_ଟଙ୍କା -ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଋଣ; ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର -ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା -ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା -ରାଜ୍ୟର ଋଣ ଭାର ୧ ଲକ୍ଷ୍ୟ ୩୦ ହଜାର କୋଟି ଟଙ୍କା ଟପିଲା #OdishaDebt … pic.twitter.com/V2dyyNH2Ih — ଓଟିଭି (@otvkhabar) November 23, 2026

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)