Odisha Spends Over ₹2,103 Crore on Cigarettes: ସିଗାରେଟ୍ ପିଇ ୨୧୦୦ କୋଟି ଉଡେଇଦେଲେ ଓଡ଼ିଶାବାସୀ, ସରକାରଙ୍କୁ ୩୧୯ କୋଟିର ରାଜସ୍ୱ
ସିଗାରେଟ୍ ଧୂଆଁରେ ଉଡ଼ିଗଲା ୨୧ ଶହ କୋଟି ଟଙ୍କା।
ବର୍ଷକୁ ୨୧ ଶହ କୋଟି ଟଙ୍କାର ସିଗାରେଟ୍ ପିଇ ଉଡ଼ାଇଦେଲେ ଓଡ଼ିଶାବାସୀ।
ବିଧାନସଭାରୁ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ।
୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୧୦୩ କୋଟି ୯୬ ଲକ୍ଷ ୮୬ ହଜାର ୬୮୬ ଟଙ୍କାର ସିଗାରେଟ୍ ବିକ୍ରି ହୋଇଛି।
ଯେଉଁଥିରୁ ରାଜ୍ୟ ରାଜକୋଷକୁ ମିଳିଛି ୩୧୯ କୋଟି ୫୪ ଲକ୍ଷ ୧୩ ହଜାର ୪୨ ଟଙ୍କାର ରାଜସ୍ୱ।
Advertisment ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସବୁଠୁ ବଡ଼ କଥା ହେଉଛି, ଫେବୃଆରୀ ୨୦୨୬ରୁ ସିଗାରେଟ୍ ଉପରେ GST ୨୮ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତ ହୋଇଛି।
ଦାମ୍ ବଢ଼ିବା ସତ୍ତ୍ୱେ ସିଗାରେଟ୍ ନିଶା ଛାଡ଼ିବାକୁ ନାରାଜ ଗ୍ରାହକ।
କେବଳ ଦେଶୀ ନୁହେଁ, ବିଦେଶୀ ସିଗାରେଟ୍ ର ମଧ୍ୟ ରହିଛି ଚାହିଦା।
ସାମନ୍ୟ ନିଶା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓଡ଼ିଶାବାସୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
