Odisha Science Academy Awards ୧୬ଜଣ ବୈଜ୍ଞାନିକ ପାଇଲେ ଓଡ଼ିଶା ବିଜ୍ଞାନ ଏକାଡେମୀର ୨୦୨୪ ସମ୍ମାନ
ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନଠାରେ ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବର୍ଗର ୧୬ଜଣ ସୁନାମଧନ୍ୟ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଛି।
Advertisment Mercury to gold claim: ପାରଦରୁ ସୁନା ତିଆରି କରିଥିବା ପୋଖରାନ-୨ ବୈଜ୍ଞାନିକଙ୍କ ଦାବି ଏହି କାର୍ଯ୍ୟକ୍ରମରେ, ଏକାଡେମୀର ସଭାପତି ଶିବାନୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚି ଦେଓରଞ୍ଜନ କୁମାର ସିଂହ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ ମଞ୍ଚାସୀନ ଥିଲେ।
The scientific reason behind talking: ଶୁଆ କଥା କହିବା ପଛରେ ଥିବା ବୈଜ୍ଞାନିକ କାରଣ ସମ୍ବର୍ଦ୍ଧିତ ହୋଇଥିବା ବରିଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ, ବନ୍ୟ ପ୍ରାଣୀ ବିଜ୍ଞାନୀ ଡା ଲାଲା ଅଶ୍ଵିନ କୁମାର ସିଂହ ଓ ଡା ସୁଧାକର କର, କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ର।
ସେହିଭଳି ବୈଜ୍ଞାନିକ ଉତ୍କର୍ଷ ପାଇଁ ଡା ସୁରେନ୍ଦ୍ର କୁମାର ବିଶ୍ଵାଳଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର, ଓଡିଶାରେ କାର୍ଯ୍ୟରତ ବୈଜ୍ଞାନିକ ଡା ଉମାକାନ୍ତ ସୁବୁଦ୍ଧିଙ୍କୁ (ଜୀବ ବିଜ୍ଞାନ ବିଭାଗ), ପ୍ରଫେସର ଶୁଭଂକର ବେଦାନ୍ତ (ଭୌତିକ ବିଜ୍ଞାନ ବିଭାଗ), ପ୍ରଫେସର ଜଗଦୀଶ ଚନ୍ଦ୍ର ପାଲ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ) ଓ ଓଡିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ ପ୍ରଫେସର ରଘୁନାଥ ସାହୁଙ୍କୁ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।
Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଓଡିଶା ଯୁବ ବୈଜ୍ଞାନିକ ଭାବେ ଡା ଚିତ୍ତରଞ୍ଜନ ସାହୁ (ଜୀବ ବିଜ୍ଞାନ), ଡ ରୁଦ୍ର ମାଝି (ଭୌତିକ ବିଜ୍ଞାନ), ଡ ରାମ ପ୍ରସାଦ ପାଢୀ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା) ଓ ଓଡିଶା ବାହାରେ କାର୍ଯ୍ୟରତ ଓଡିଆ ଯୁବ ବୈଜ୍ଞାନିକ ରବୀନ୍ଦ୍ର ନାଥ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି।
Nobel for 3 scientists: 'ଅପ୍ଟୋଜେନେଟିକ୍ସ' ଗବେଷଣା ପାଇଁ...
୩ ବୈଜ୍ଞାନିକଙ୍କୁ ନୋବେଲ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର (ସାଧାରଣ ବିଭାଗ) ଡ ଭଗବାନ ପାତ୍ର ଓ ଶିଶୁ ବିଜ୍ଞାନ ବିଭାଗ ପାଇଁ ଡ କୃତ୍ତିବାସ ନାୟକଙ୍କୁ ସମ୍ମାନିତ କରାଯାଇଛି।
Plastic Waste to Fuel: ପ୍ଲାଷ୍ଟିକ୍ ଆଉ ବର୍ଜ୍ୟ ନୁହେଁ, ବୈଜ୍ଞାନିକମାନେ ପେଟ୍ରୋଲ ଏବଂ ଡିଜେଲ ତିଆରି କରିବାର ସହଜ ଉପାୟ ଆବିଷ୍କାର: ଲ୍ୟାବ ପରୀକ୍ଷଣ ସଫଳ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟପରିଚାଳନା ଓ ବିଭାଗର ଉପଶାସନ ସଚିବ ଉର୍ମିପ୍ରଭା ମହାରଣା କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
