Diwali Night Fire: ଦୀପାବଳି ରାତିରେ ମଧ୍ୟପ୍ରଦେଶର ଦୁଇଟି ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ:୧୨ ମୃତ
ଭୋପାଳ: ମଧ୍ୟପ୍ରଦେଶର ସିଓନୀ ଓ କଟ୍ନୀ ଜିଲ୍ଲାରେ ଦୀପାବଳି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଦୁଇଟି ବ୍ୟବସାୟୀ ପରିବାରର ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ଜଣେ ୨ ମାସର ନବଜାତକ ଶିଶୁ ଅଛନ୍ତି।
ଗୋଟିଏ ଘଟଣା କଟ୍ନୀର ବରହି ଓ ଅନ୍ୟଟି ସିଓନୀର ଛାପ୍ରାରେ ଘଟିଛି।
ଅନ୍ୟ ଏକ ଘଟଣାରେ ଉଜ୍ଜୟିନୀରେ ଏକ ଦୁଇ ମହଲା କୋଠା ତଳେ ଥିବା ଦୁଇଟି ଦୋକାନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।
ଅଗ୍ନିକାଣ୍ଡ ଯୋଗୁ ଶ୍ୱାସରୁଦ୍ଧ ହୋଇ ଜଣେ ୧୦୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ଏହି ତିନିଟି ଘଟଣାରେ ୫ ମହିଳା, ୪ ପୁରୁଷ ଓ ୪ ଶିଶୁ ଅଛନ୍ତି।
Advertisment ବରହିରେ ଏକ ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ଏଥିରେ ଜଣେ ଦୁଇ ମାସର ନବଜାତକ, ଦୁଇ ଜଣ ଶିଶୁ (ଜଣେ ୧୪ ବର୍ଷ ପୁଅ ଓ ଅନ୍ୟ ଜଣେ ୬ ବର୍ଷର ଝିିଅ), ସେମାନଙ୍କ ମାଆ, ଜେଜେମାଆ ଓ ଜେଜେବାପା ଅଛନ୍ତି।
ଦୁଇ ମାସର ଶିଶୁଟି ମୃତ୍ୟୁବେଳକୁ ନିଜ ମା' କୋଳରେ ଥିଲା।
ସେମାନଙ୍କ ଘରର ସବୁଠୁ ତଳ ମହଲାରେ ଚିନାମାଟି ପାତ୍ର ଓ ପ୍ଳାଷ୍ଟିକ ଦୋକାନ ଥିଲା।
ଜଳନ୍ତା ମାଟି ଦୀପରୁ ବ୍ୟାପିଥିଲା ନିଆଁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେଠାରେ ରଖାଯାଇଥିବା ଏକ ଜଳନ୍ତା ମାଟି ଦୀପରୁ ନିଆଁ ଅନ୍ୟ ଆଡ଼େ ବ୍ୟାପି ଯାଇଥିଲା।
ଘରେ ନିଆଁ ଲାଗିବା ପରେ ମାତ୍ର ଦୁଇଜଣ କୌଣସି ମତେ ବାହାରକୁ ବାହାରି ପାରିଥିଲେ କିନ୍ତୁ ଅନ୍ୟମାନେ ନିଆଁରେ ପୋଡ଼ି ହୋଇଯାଇଥିଲେ।
ଅଗ୍ନିକାଣ୍ଡ ସମ୍ପର୍କରେ ରାତି ୧୨ଟା ୩୦ରେ ଜଣାପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ୪ଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ନିୟୋଜିତ କରାଯାଇଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା।
ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାରେ ସହାୟତା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ ଓ ଏତେ ବଡ଼ ବିପଦ ଘଟିଥିଲା।
Delhi Air Pollution: ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୈତିକ ବାକ୍ ଯୁଦ୍ଧ ଆରମ୍ଭ: ମନିଟରିଂ ତଥ୍ୟ ହେରଫେର୍ ଅଭିଯୋଗ ଆଣିଲେ ବିରୋଧୀ ଦଳ ଅନ୍ୟପକ୍ଷରେ କଟ୍ନୀଠାରୁ ୨୭୦ କିମି ସେଓନି ଛାପ୍ରା ସହରରେ ରାତି ୪ଟା ୩୦ରେ ଜଣେ ସୁନା ବ୍ୟବସାୟୀଙ୍କ ତିନି ମହଲା ଘରେ ଅଗ୍ନିକାଣ୍ଡ ଘଟି ଛଅ ଜଣଙ୍କର ମୃତ୍ୟୁ ହୋଇଛି।
ପୋଡ଼ି ହୋଇ ଓ ଶ୍ବାସରୁଦ୍ଧ ହୋଇ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଘରେ ୧୦ ଜଣ ଲୋକ ଥିବାବେଳେ ୪ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାରେ ସଫଳ ହୋଇଥିଲା।
ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଇଟି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ହୋଇଥିବା ୧୨ ଜଣଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
