Odisha politics: ନିର୍ବାଚନରେ ହୋଇଛି ଅର୍ଥ, ବାହୁବଳ ଓ କ୍ଷମତାର ଅପବ୍ୟବହାର: ବିଜେଡି

Oct 17, 2026 - 22:28
Odisha politics: ନିର୍ବାଚନରେ ହୋଇଛି ଅର୍ଥ, ବାହୁବଳ ଓ କ୍ଷମତାର ଅପବ୍ୟବହାର: ବିଜେଡି

"ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ନିର୍ବାଚନରେ ବିଜେପି ସରକାରଙ୍କ ଅର୍ଥବଳ, ବାହୁବଳ ଓ କ୍ଷମତାର ଅପବ୍ୟବହାର କରିଛନ୍ତି।

ଏହାସତ୍ତ୍ବେ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ୬୦%ରୁ ଅଧିକ କଲେଜ ଓ ୫୦%ରୁ ଅଧିକ ବିଶ୍ବବିଦ୍ୟାଳୟରେ ବିଜୟ ଲାଭ କରିଛି।

ଏଥିପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment ଅପରପକ୍ଷ‌ରେ ନବୀନ ନିବସରେ ଆଜି ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ରନେତାଙ୍କ ଗହଳି ଲାଗି ରହିଥିଲା।

ରାଜ୍ୟର ବିଭିନ୍ନ ଅଞ୍ଚଳର ବିଜୟୀ ବିଜୁ ଛାତ୍ର ଜନତା ଦଳ ନେତା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି।

ପିଲାଙ୍କୁ ପାଠପଢ଼ା ଉପରେ ଗୁରୁତ୍ୱ ଦେବା ସହ ନିଜ କଲେଜର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Odisha politics: ବିଜେଡି ମୁଖିଆ ଛାତ୍ର ସମାଜକୁ ବିଭ୍ରାନ୍ତ କରୁଛନ୍ତି: ମନ୍ତ୍ରୀ ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୪୪ କଲେଜରେ ନିର୍ବାଚନ ଘୋଷଣା କରାଯାଇଥିଲେ ହେଁ ୨୮୬ଟି ଫଳାଫଳ ପ୍ରକାଶ ପାଇଛି।

ତହିଁରୁ ୧୭୩ଟି କଲେଜରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାଥୀ ବିଜୟୀ ହୋଇଛନ୍ତି।

ସେହିପରି ରାଜ୍ୟର ୧୩ଟି ବିଶ୍ଵବିଦ୍ୟାଳୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ ହୋଇଥିଲା।

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।

ରେଭେନ୍‌ସା, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଫକୀରମୋହନ, ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ରମାଦେବୀ ବିଶ୍ବବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି।

Students elected a leader: ନେତା ବାଛିଲେ ଛାତ୍ରଛାତ୍ରୀ: ଛାତ୍ର ସଂସଦ ନିର୍ବାଚନ; ଏବିଭିପି-୭, ବିସିଜେଡି-୧"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)