Odisha Plans 100-Year Strategy: ବନ୍ୟାକୁ ମାତ୍ ଦେବ ଓଡ଼ିଶା! ସରକାରଙ୍କ ଶହେ ବର୍ଷିଆ ମାଷ୍ଟରପ୍ଲାନ୍

Nov 21, 2026 - 20:35
Odisha Plans 100-Year Strategy: ବନ୍ୟାକୁ ମାତ୍ ଦେବ ଓଡ଼ିଶା! ସରକାରଙ୍କ ଶହେ ବର୍ଷିଆ ମାଷ୍ଟରପ୍ଲାନ୍

ଓଡ଼ିଶାରେ କେମିତି କମିବ ବନ୍ୟାର ପ୍ରକୋପ।

କିଭଳି ପ୍ରତିବର୍ଷ ହୀନସ୍ତା ହେବେନି ଲକ୍ଷ ଲକ୍ଷ ଲୋକ।

ଆଉ ରହିବନି ଧନ ଓ ଜୀବନ ଯିବାର ଭୟ।

ରାଜ୍ୟରେ ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସରକାର କରୁଛନ୍ତି ଦୀର୍ଘମିଆଦୀ ଯୋଜନା।

ଗଞ୍ଜାମର ଋଷିକୂଲ୍ୟା ନଦୀରେ ବନ୍ୟା ବିଭୀଷିକା ପରେ ଏ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି।

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ପ୍ରମୁଖ ନଦୀରେ ହେବ ଭିତ୍ତିଭୂମିର ବିକାଶ।

ଏନେଇ ଜଳ ସଂପଦ ବିଭାଗକୁ ନୋଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ପ୍ରସ୍ତୁତ କରାଯିବ।

ଏ ଯୋଜନା କାର୍ଯ୍ୟକାରୀ କରିବାକୁ IIT ରୁର୍କି ସହ ଯୋଗାଯୋଗ କରାଯାଇଛି।

ସରକାର ଯୋଜନା ଅନୁଯାୟୀ ବିଧାନସଭା ଅଧିବେସନ ସମୟରେ ଗୋଟିଏ ଗୋଟିଏ ନଦୀ ସମ୍ପର୍କରେ ଗୋଟିଏ ଦିନ ଆଲୋଚନା କରାଯିବ।

ଜଳସଂପଦ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନେଇ ଆଲୋଚନା ହେବ।

ପ୍ରତ୍ୟୋକ ନଦୀ ସିଷ୍ଟମର ଭିତ୍ତି ଭୂମୀ ତିଆର ସହ ଆଧୁନିକ କାରୀଗରି ବ୍ୟବହାର କରାଯାଇ ବନ୍ୟା ମୁକାବିଲା କରାଯିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ।

Advertisment ଓଡିଶାରେ ସମୁଦାୟ ୧୧ଟି ନଦୀ ସିଷ୍ଟମ ରହିଛି।

ବିଶେଷଜ୍ଞଙ୍କ କହିବା କଥା ଡ୍ୟାମ୍ ନିର୍ମାଣ ପାଇଁ ସବୁ ସ୍ଥାନ ଉପଯୁକ୍ତ ନୁହେଁ।

ପ୍ରକୃତି ଦ୍ୱାରା ଗଠିତ ଭୌଗୋଳିକ ସ୍ଥିତି ଓ ଉପଯୁକ୍ତ ଡ୍ୟାମ୍ ସାଇଟ୍ ଉପରେ ଏହା ନିର୍ଭର କରେ।

କେଉଁ ନଦୀରେ କେଉଁ ପ୍ରକାର ପ୍ରକଳ୍ପ କରାଯାଇପାରିବ, ତାହାର ବୈଜ୍ଞାନିକ ଅନୁଧ୍ୟାନ ଆବଶ୍ୟକ।

ରାଜ୍ୟର ବିଭିନ୍ନ ନଦୀକୁ ନେଇ ଏକିକୃତ ନଦୀ ବ୍ୟବସ୍ଥା ବା ଇଣ୍ଟିଗ୍ରେଟେଟ୍ ରିଭର ସିଷ୍ଟମ ଏଯାଏ ହୋଇନାହିଁ।

ଓଡିଶାରେ ଡ୍ୟାମ ସାଇଟ୍ ଚିହ୍ନଟ କରି ଦୀର୍ଘ ମିଆଦୀ ଯୋଜନାର ଆବଶ୍ୟକତା ରହିଛି।

ହେଲେ ଏଥିପାଇଁ ବାଧକ ସାଜୁଛି ଭୋଟ୍ ରାଜନିତୀ।

ଏପଟେ ଗଞ୍ଜାମ ଭୂସ୍ଖଳନ ଭଳି ନୂଆ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ସହ ଏକ ଏମଓୟୁ ସ୍ବାକ୍ଷର କରିଛି।

ଏହି ଟିମର ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବବାକୁ ଯୋଜନା କରୁଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)