Odisha Khadi Expo 2026 ଓଡ଼ିଶା ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋ–୨୦୨୬: ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବାକୁ ଆହ୍ଵାନ

Nov 25, 2026 - 20:28
Odisha Khadi Expo 2026  ଓଡ଼ିଶା ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋ–୨୦୨୬: ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବାକୁ ଆହ୍ଵାନ

ଭୁବନେଶ୍ଵର: ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ରେ ସମୃଦ୍ଧି ଏବଂ ଖଦି ଓ ଗ୍ରାମୋଦ୍ୟୋଗରେ ଆତ୍ମନିର୍ଭରତା ହେଉଛି ଆମର ଲକ୍ଷ୍ୟ ।

ଏମ୍ଏସ୍ଏମ୍ଇ ବିକାଶର ସଶକ୍ତ ସ୍ତମ୍ଭ ହୋଇଥିବା ବେଳେ ଖଦି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ।

ଏଣୁ ସପ୍ତାହରେ ଗୋଟିଏ ଦିନ ଖଦି (କର୍ପାସ ସୂତାରେ ପ୍ରସ୍ତୁତ ବସ୍ତ୍ର) ପିନ୍ଧିବା ପାଇଁ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Advertisment MSME Technology Centre: ଟେକ୍ନୋଲୋଜି ସେଣ୍ଟର୍‌ର ଭାଗ୍ୟ ଫିଟିଲା: ୧୨ ଏକର ଜମି ଯୋଗାଇଲା ରାଜସ୍ବ ବିଭାଗ ଆଜି (ବୁଧବାର) ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମହୁ ଚାଷ ଉପରେ ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି, ଏହି ଏକ୍ସପୋ ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦର ପ୍ରଚାର, ବ୍ରାଣ୍ଡିଂ, ଗ୍ରାହକଙ୍କ ମତାମତ ହାସଲ, ନୂତନ ବଜାର ଅନ୍ୱେଷଣ ଓ ବ୍ୟବସାୟିକ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂ, ଶିଳ୍ପ ନିର୍ଦ୍ଦେଶକ ଅବୋଲି ସୁନିଲ ନରଭଣେ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ଗଦାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Khadi Mela: ବନେଶ୍ବରରେ ୭ଦିନିଆ ଓଡ଼ିଶା ଖଦି ମେଳା ଉଦ୍‌ଘାଟିତ ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬ ଚଳିତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମୋଟ ୧୮୦ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି।

ଏଥିରେ ୮୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ, ୫୦ଟି ଷ୍ଟଲ୍ ଖଦି ଓ ଗ୍ରାମୋଦ୍ୟୋଗ, ୧୦ଟି ଷ୍ଟଲ୍ ଷ୍ଟାର୍ଟଅପ୍, ୧୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ-ଡିଏଫ୍ଓ (ଡେଭଲପମେଣ୍ଟ ଆଣ୍ଡ ଫାସିଲିଏସନ୍ ଅଫିସ୍- କଟକ ), ୧୦ଟି ଷ୍ଟଲ୍ ଡିଇପିଏମ୍ (ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ, ପ୍ରମୋସନ ଆଣ୍ଡ ମାର୍କେଟିଙ୍ଗ) ଏବଂ ୨୦ଟି ଷ୍ଟଲ୍ ଓଟିଡିସି ପାଇଁ ରଖାଯାଇଛି ।

ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ଦିବା ୧୧ ଘଟିକାରୁ ରାତି ୯.୩୦ ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ ।

ଉଦ୍ୟୋଗୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଦିନ ବିଷୟଭିତ୍ତିକ ସେମିନାର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)