Odisha High Court: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

Jul 01, 2026 - 15:22
Odisha High Court: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

"କଟକ: ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନ ଥାଇ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଦର୍ଶାଇ ଦାୟର ଏକ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଯାଜପୁର ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ (ଏଫଟିଏସସି) ଅଦାଲତ ୨୦୨୫, ଫେବ୍ରୁଆରି ୧୧ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

ଏହି ମାମଲାରେ ଆବେଦନକାରୀଙ୍କୁ ତୁରୁନ୍ତ ଜେଲରୁ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୀଡ଼ିତା ନିଜ ପୂର୍ବ ବୟାନରୁ ଓହରିଥିବା ବେଳେ ପ୍ରସିକ୍ୟୁସନ ମାମଲାକୁ ସମର୍ଥନ କରି ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

ଏଭଳି ସ୍ଥିତି‌‌ରେ ଯଦି କୌଣସି କ୍ଷତିପୂରଣ ରାଶି ପୀଡ଼ିତାଙ୍କୁ ପ୍ରଦାନ କରାଯାଇଥାଏ ତେବେ ପୀଡ଼ିତା ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଫେରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ପୀଡ଼ିତା ଏଥିରେ ବିଫଳ ହୁଅନ୍ତି ତେବେ କ୍ଷତିପୂରଣ ରାଶି ତାଙ୍କ ନିକଟରୁ ଆଦାୟ ପାଇଁ ପ୍ରାଧିକରଣ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।Advertisment Illegal Sand Mining: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ ଡାକ୍ତରୀ ରିପୋର୍ଟକୁ ନେଇ ପ୍ରଶ୍ନ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ରାୟ ବିରୋଧରେ ଯୁବକ ଜଣକଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ୧୬ ବର୍ଷିୟା ପୀଡ଼ିତାଙ୍କୁ ଅପହରଣ କରାଯାଇଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ୨୦୨୦ରେ ପରିବାର ତରଫରୁ ଅଭିଯୋଗ ହୋଇଥିଲା।

ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଆବେଦନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ମାମଲାର ଶୁଣାଣି ସମୟରେ ପୀଡ଼ିତା ପୂର୍ବ ବୟାନ ଠାରୁ ପୃଥକ କଥା କହିଥିଲେ।

ତାଙ୍କ ସହିତ ଅପହରଣ ଓ ଦୁଷ୍କର୍ମ ଭଳି କୌଣସି ଘଟଣା ହୋଇ ନଥିବା ପୀଡ଼ିତାଙ୍କ ବୟାନ ଓ ଜେରାରୁ ସ୍ପଷ୍ଟ ହୋଇଥିଲା।

ଡାକ୍ତରୀ ରିପୋର୍ଟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଏହା ପରେ ମଧ୍ୟ ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ୨୦୨୫, ଫେବ୍ରୁଆରି ୧୧ରେ ଆବେଦନକାରୀଙ୍କୁ ଆଇପିସିର ଦଫା ୩୬୩, ୩୬୬, ୩୭୬(୨)(ଏନ) ଓ ପୋକସୋ ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଥିଲେ।

ଏଥି ସହିତ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଏହି ରାୟକୁ ଚାଲେଞ୍ଜ କରି ଆବେଦନକାରୀହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

"