Heat-Related Death: ସ୍ପେନ ହିଟ୍ୱେଭ୍: ଜୁନ୍ରେ ଗଲାଣି ୧୦୨୮ଜଣଙ୍କ ଜୀବନ
"ବାର୍ସିଲୋନା: ଜୁନ୍ ଶେଷ ଭାଗରେ ୟୁରୋପରେ ଦେଖା ଦେଇଥିବା ତୀବ୍ର ଗ୍ରୀଷ୍ମପ୍ରବାହ ମହାଦେଶର ବିଭିନ୍ନ ଦେଶକୁ ପ୍ରଭାବିତ କରିଛି।
ଜୁନ୍ରେ ହିଟ୍ୱେଭ୍ ଯୋଗୁ ସ୍ପେନରେ ୧୦୨୮ ଲୋକଙ୍କ ମୃତ୍ୟୁ ହୋଇଛି।
କାର୍ଲୋସ ୩ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଗତ ସପ୍ତାହରେ ୟୁରୋପରେ ଦେଖାଦେଇଥିବା ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟରେ ସ୍ପେନରେ ଅତି କମ୍ରେ ୧୦୨୮ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି।
ସ୍ପେନରେ ୨୦୨୬ ମସିହାରେ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ସର୍ବାଧିକ ଉତ୍ତପ୍ତ ସମୟ ଥିଲା, ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରି ସେଲସିୟସ୍ ଅଧିକ ଥିଲା ବୋଲି ଜାତୀୟ ପାଣିପାଗ ସଂସ୍ଥା ଆମେଟ୍ ବୁଧବାର କହିଛି।
ଜୁନ୍ ୨୦୨୬ ସ୍ପେନ ଦ୍ବିତୀୟ ସର୍ବାଧିକ ଉଷ୍ଣ ଜୁନ୍ ମାସ ରହିଛି।
ଗତବର୍ଷ ସ୍ପେନରେ ଜୁନରେ ୪୦୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତ ବର୍ଷ ଦୁଇଗୁଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।Advertisment ୟୁରୋପରେ ଶହ ଶହ ଲୋକଙ୍କ ଜୀବନ ନେଇଥିବା ଭୟଙ୍କର ଗ୍ରୀଷ୍ମ ପ୍ରବାହ ସହିତ ସଂଘର୍ଷ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଧନମ୍ ଘେବ୍ରେୟସସ୍ ପ୍ରଚଣ୍ଡ ଗ୍ରୀଷ୍ମକୁ "ନିରବ ହତ୍ୟାକାରୀ" ଭାବରେ ବର୍ଣ୍ଣନା କରିଛନ୍ତି।
ଡବ୍ଲ୍ୟୁଏଚ୍ଓ ମୁଖ୍ୟଙ୍କ ଅନୁଯାୟୀ, ଜୁନ୍ ୨୧ ତାରିଖ ପରଠାରୁ ୟୁରୋପରେ ଉଚ୍ଚ ତାପମାତ୍ରା ଯୋଗୁଁ ୧୩୦୦ ରୁ ଅଧିକ ଳୋକଙ୍କର ମୃତ୍ୟୁ ରେକର୍ଡ କରାଯାଇଛି।
ଗୋଟିଏ ସେକେଣ୍ଡରେ ପାଉଁଶ ହେଲା ୩୨ବର୍ଷର ପରିଶ୍ରମ, ଜଳିଗଲା ୧୦ଲକ୍ଷର ଜିନିଷ ଜୁଲାଇରେ ବ୍ରିଟେନରେ ହିଟ୍ୱେଭ୍ ଜାରି ରହିପାରେ ୟୁରୋପରେ ହିଟ୍ୱେଭ୍ ଭିତରେ ହଙ୍ଗେରୀ ଓ ସ୍ଲୋଭାକିଆରେ ପାଣିର ସଙ୍କଟ ଦେଖାଯାଇଛି।
ହଙ୍ଗେରୀ ଓ ସ୍ଲୋଭାକିଆରେ କର୍ତ୍ତୃପକ୍ଷ ଜଳ ଅଭାବକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଅନେକ ପୌରପାଳିକାରେ ଜଳ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି।
ଦୀର୍ଘକାଳୀନ ଗ୍ରୀଷ୍ମ ପ୍ରବାହ ସମୟରେ ଜଳ ଚାହିଦା ବୃଦ୍ଧି ପାଉଥିବାରୁ ହଙ୍ଗେରୀର ପ୍ରଧାନମନ୍ତ୍ରୀ ପିଟର ମ୍ୟାଗ୍ୟାର୍ ଜଳ ବ୍ୟବହାର କମ୍ କରିବାକୁ ଓ ଲନ୍ରେ ପାଣି ଦେବା, କାର ଧୋଇବା ପରି ଅନାବଶ୍ୟକ ବ୍ୟବହାରରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।
ସ୍ଲୋଭାକିଆରେ କେନ୍ଦ୍ରୀୟ ସହର ନାଇଟ୍ରା ସମେତ ଅନେକ ଅଞ୍ଚଳ ପାନୀୟ ଜଳର ଅଭାବର ସମ୍ମୁଖୀନ ହେଉଛି, ଯାହା ଫଳରେ କର୍ତ୍ତୃପକ୍ଷ ପ୍ରଭାବିତ ବାସିନ୍ଦାଙ୍କୁ ପାନୀୟ ଯୋଗାଣ ପାଇଁ ଟ୍ୟାଙ୍କର ଟ୍ରକ୍ ନିୟୋଜିତ କରିଛନ୍ତି।
ହଙ୍ଗେରୀ ଓ ସ୍ଲୋଭାକିଆରେ ପାଣିର ସଙ୍କଟ ଅନ୍ୟପକ୍ଷରେ ବ୍ରିଟେନରେ ଜୁଲାଇରେ ମଧ୍ୟ ହିଟ୍ ୱେଭ୍ ଆଶଙ୍କା ରହିଛି।
ଏଏଫପି ରିପୋର୍ଟ ଅନୁସାରେ ଫ୍ରାନ୍ସର ଗ୍ରୀନ୍ ପାର୍ଟି କହିଛି ଯେ, ଏହା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି।
ଏହା ଅଭିଯୋଗ ଆଣିଛି ଯେ ସରକାର ମାରାତ୍ମକ ଗୀଷ୍ମପ୍ରବାହ ସମୟରେ ପର୍ଯ୍ୟାପ୍ତ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି, ଯାହାଫଳରେ ଅତି କମରେ ୧୦୦୦ ଲୋକଙ୍କ ଜୀବନ ଯାଇଛି।
"