WEDNESDAY
01 JULY 2026

Welcome!

Unlock your personalized experience.
Sign Up

India's GST Collection: ଜୁନ୍‌ରେ ଓଡ଼ିଶାର ଜିଏସଟି ଆଦାୟ ୭% ବୃଦ୍ଧି

Jul 01, 2026 - 15:22
India's GST Collection: ଜୁନ୍‌ରେ ଓଡ଼ିଶାର ଜିଏସଟି ଆଦାୟ ୭% ବୃଦ୍ଧି

ଭୁବନେଶ୍ୱର: ଦେଶରେ ଜିଏସଟି ଆଦାୟରେ ଜୁନରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଥିବା ପ୍ରାଥମିକ ତଥ୍ୟ ଅନୁସାରେ ଜୁନରେ ଦେଶର ମୋଟ ଜିଏସଟି ଆଦାୟ ୧,୯୪,୮୧୨ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୨୫ ଜୁନର ୧,୭୧,୧୦୫ କୋଟି ଟଙ୍କା ତୁଳନାରେ ୧୩.୯ ପ୍ରତିଶତ ଅଧିକ।

ଆହୁରି ପଢ଼ନ୍ତୁ: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଣ୍ଡିଜ୍‌କୁ ହରାଇ ଫାଇନାଲ୍‌ରେ ଅଷ୍ଟ୍ରେଲିଆ

ଓଡ଼ିଶାରେ ମଧ୍ୟ ଜିଏସଟି ଆଦାୟରେ ସକାରାତ୍ମକ ଧାରା ଜାରି ରହିଛି। ରାଜ୍ୟର ଜିଏସଟି ସଂଗ୍ରହ ୨୦୨୫ ଜୁନରେ ୪,୨୦୨ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଜୁନରେ ଏହା ବଢ଼ି ୪,୪୯୭ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ରାଜ୍ୟରେ ୭ ପ୍ରତିଶତ ବାର୍ଷିକ ବୃଦ୍ଧି ରେକର୍ଡ ହୋଇଛି।
ଯଦିଓ ଓଡ଼ିଶାର ବୃଦ୍ଧି ଜାତୀୟ ହାର ୧୩.୯%ଠାରୁ କମ୍, ତଥାପି ରାଜ୍ୟରେ କ୍ରମାଗତ ଭାବେ କର ଆଦାୟ ବଢ଼ୁଥିବା ଓ ଆର୍ଥିକ କାର୍ଯ୍ୟକଳାପ ସ୍ଥିର ରହିଥିବାର ସଙ୍କେତ ମିଳୁଛି। ଓଡ଼ିଶାର ଆଦାୟ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ (୨,୦୩୩ କୋଟି), ବିହାର (୧,୬୦୦ କୋଟି) ଓ ଛତିଶଗଡ଼ (୨,୭୬୦ କୋଟି) ତୁଳନାରେ ଅଧିକ ରହିଛି।
ରାଜ୍ୟଭିତ୍ତିକ ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶ (୧୯%), ଆସାମ (୧୭%), ପଞ୍ଜାବ (୧୪%), ଗୁଜରାଟ (୧୨%), କର୍ଣ୍ଣାଟକ (୧୦%) ଓ ମହାରାଷ୍ଟ୍ର (୯%) ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛନ୍ତି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ତାମିଲନାଡୁ ଭଳି କିଛି ରାଜ୍ୟରେ ଜିଏସଟି ଆଦାୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ବନ୍ଧା ହେଲେ ଭିମସାର୍‌ର ଦୁଇ ବରିଷ୍ଠ ଅଧିକାରୀ ଧନୁର୍ଦ୍ଧର ବିଶ୍ୱାଳ ଓ ଅଶ୍ୱିନୀ ମେହେର

ଅଧିକ ଦେଖନ୍ତୁ: