Temple Theft: ତୁକୁଡ଼ା କାଳୀ ମନ୍ଦିରରୁ ଲୁଟ୍ କଲେ ଦୁର୍ବୃତ୍ତ, ସିସିଟିଭିରେ ଭିଡିଓ କଏଦ

Jul 01, 2026 - 14:23
Temple Theft: ତୁକୁଡ଼ା କାଳୀ ମନ୍ଦିରରୁ ଲୁଟ୍ କଲେ ଦୁର୍ବୃତ୍ତ, ସିସିଟିଭିରେ ଭିଡିଓ କଏଦ

"ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ତୁକୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କ ମନ୍ଦିରରୁ ୨ଟି ହୁଣ୍ତିଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ।

ମନ୍ଦିରକୁ ପୂଜାରୀ ସଫା କରିବାକୁ ଆସିଥିବା ବେଳେ ହୁଣ୍ଡି ଖୋଲା ଥିବା ଦେଖିବାକୁ ପାଇଥିଲେ।

Advertisment ୩୦ ହଜାରରୁ ଅଧିକ ଟଙ୍କା ଥିବା ସୂଚନା ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ତିକୁ ଜଣେ ଦୁର୍ବୃତ୍ତ  ଭାଙ୍ଗି ଟଙ୍କା ଓ ସୁନା ଲୁଟ୍ କରି ନେଇଛନ୍ତି ।

ଏହାର ଭିଡିଓ ସିସିଟିଭି ଭିଡିଓରେ କଏଦ ହୋଇଛି ।

ଏକ ମାସ ହେଲା ମନ୍ଦିର ହୁଣ୍ତି ଖୋଲା ଯାଇନଥିବା ବେଳେ ୩୦ ହଜାରରୁ ଅଧିକ ଟଙ୍କା ଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି ।ଏନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଜରପଡ଼ା ପୁଲିସକୁ ଅଭିଯୋଗ କରାଯାଇଛି ।

Forest Festival: ବନବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ଉଦ୍‌ଘାଟିତ "